କାର୍‌ରେ ଏକା ଯାତ୍ରା କରୁଥିଲେ ମଧ୍ୟ ‘ମାସ୍କ୍‌’ ପିନ୍ଧିବା ବାଧ୍ୟତାମୂଳକ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏଣିକି କାରରେ ଏକୁଟିଆ ଯାତ୍ରା କରୁଥିଲେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କରୋନା ବିରୁଦ୍ଧରେ ମାସ୍କ ଏକ ‘ସୁରକ୍ଷା କବଚ’ ଓ କାରକୁ ‘ସର୍ବସାଧାରଣ ସ୍ଥାନ’ ବୋଲି କୋର୍ଟ କହିଛନ୍ତି । କାର୍‌ ଚାଳକ ଏକୁଟିଆ କାର୍‌ରେ ଥାଇ ମାସ୍କ ନ ପିନ୍ଧିଲେ ଜରିମାନା ଦେବାକୁ ପଡ଼ିବ ବୋଲି ଦିଲ୍ଲୀ ସରକାର ନିର୍ଦେଶନାମା ଜାରି କରିଥିଲେ। ଏହାକୁ […]

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏଣିକି କାରରେ ଏକୁଟିଆ ଯାତ୍ରା କରୁଥିଲେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କରୋନା ବିରୁଦ୍ଧରେ ମାସ୍କ ଏକ ‘ସୁରକ୍ଷା କବଚ’ ଓ କାରକୁ ‘ସର୍ବସାଧାରଣ ସ୍ଥାନ’ ବୋଲି କୋର୍ଟ କହିଛନ୍ତି । କାର୍‌ ଚାଳକ ଏକୁଟିଆ କାର୍‌ରେ ଥାଇ ମାସ୍କ ନ ପିନ୍ଧିଲେ ଜରିମାନା ଦେବାକୁ ପଡ଼ିବ ବୋଲି ଦିଲ୍ଲୀ ସରକାର ନିର୍ଦେଶନାମା ଜାରି କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଜଣେ ବ୍ୟକ୍ତି ହାଇକୋର୍ଟରେ ପିଟିଶନ ଦାୟର କରିଥିଲେ। ଜଷ୍ଟିସ ପ୍ରତିଭା ଏମ. ସିଂହଙ୍କ ଜଣିକିଆ ଖଣ୍ଡପୀଠ ଏହି ପିଟିଶନର ଶୁଣାଣି କରି ଉପରୋକ୍ତ ଆଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: FATF ର ନୂତନ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ୧୯୯୪ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ବିବେକ ଅଗ୍ରୱାଲ

ହାଇକୋର୍ଟ କହିଛନ୍ତି, ବୈଜ୍ଞାନିକ ଏବଂ ବିଦେଶୀ ସରକାରମାନେ ବି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। ଏହି ମହାମାରୀର ବହୁତ ସମସ୍ୟା ରହିଛି, କେହି ଟିକା ନେଇଥିଲେ ବି ମାସ୍କ ପିନ୍ଧିବା ଜରୁରୀ। କାର୍‌କୁ ବି ସର୍ବସାଧାରଣ ସ୍ଥାନ ଭାବେ ବିବେଚନା କରାଯିବ, ସେଥିଲାଗି କାରରେ ଜଣେ ଥିଲେ ବି ମାସ୍କ ପିନ୍ଧିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍: ପ୍ରାରମ୍ଭିକ ରିପୋର୍ଟରେ ପ୍ରଭାବ ସୀମିତ ଥିବା ପ୍ରକାଶ

ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି, ଟ୍ରାଫିକ୍‌ ସଙ୍କେତ ପାଖରେ କାର୍‌ ଅଟକିଲେ, ଡ୍ରାଇଭର୍‌ମାନେ ସବୁବେଳେ ଝରକା କାଚ ତଳକୁ ଖସାଇ ଦିଅନ୍ତି। କରୋନାଭାଇରସ୍‌ ଏଡ଼େ ସଂକ୍ରାମକ ଯେ, ସେତେବେଳେ ମଧ୍ୟ ଜଣେ ଏହାଦ୍ୱାରା ସଂକ୍ରମିତ ହୋଇଯାଇ ପାରେ।

ଆହୁରି ପଢ଼ନ୍ତୁ: ରାମ ମନ୍ଦିର ଦାନ ଅର୍ଥ ତୋଷରପାତ ମାମଲା: ଟ୍ରଷ୍ଟ ମୁଖ୍ୟ ଚମ୍ପତ ରାୟଙ୍କ ଇସ୍ତଫା, ୮ ଗିରଫ

07 Apr 2021 By The Sakala

କାର୍‌ରେ ଏକା ଯାତ୍ରା କରୁଥିଲେ ମଧ୍ୟ ‘ମାସ୍କ୍‌’ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏଣିକି କାରରେ ଏକୁଟିଆ ଯାତ୍ରା କରୁଥିଲେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କରୋନା ବିରୁଦ୍ଧରେ ମାସ୍କ ଏକ ‘ସୁରକ୍ଷା କବଚ’ ଓ କାରକୁ ‘ସର୍ବସାଧାରଣ ସ୍ଥାନ’ ବୋଲି କୋର୍ଟ କହିଛନ୍ତି । କାର୍‌ ଚାଳକ ଏକୁଟିଆ କାର୍‌ରେ ଥାଇ ମାସ୍କ ନ ପିନ୍ଧିଲେ ଜରିମାନା ଦେବାକୁ ପଡ଼ିବ ବୋଲି ଦିଲ୍ଲୀ ସରକାର ନିର୍ଦେଶନାମା ଜାରି କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଜଣେ ବ୍ୟକ୍ତି ହାଇକୋର୍ଟରେ ପିଟିଶନ ଦାୟର କରିଥିଲେ। ଜଷ୍ଟିସ ପ୍ରତିଭା ଏମ. ସିଂହଙ୍କ ଜଣିକିଆ ଖଣ୍ଡପୀଠ ଏହି ପିଟିଶନର ଶୁଣାଣି କରି ଉପରୋକ୍ତ ଆଦେଶ ଦେଇଛନ୍ତି।

ହାଇକୋର୍ଟ କହିଛନ୍ତି, ବୈଜ୍ଞାନିକ ଏବଂ ବିଦେଶୀ ସରକାରମାନେ ବି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। ଏହି ମହାମାରୀର ବହୁତ ସମସ୍ୟା ରହିଛି, କେହି ଟିକା ନେଇଥିଲେ ବି ମାସ୍କ ପିନ୍ଧିବା ଜରୁରୀ। କାର୍‌କୁ ବି ସର୍ବସାଧାରଣ ସ୍ଥାନ ଭାବେ ବିବେଚନା କରାଯିବ, ସେଥିଲାଗି କାରରେ ଜଣେ ଥିଲେ ବି ମାସ୍କ ପିନ୍ଧିବା ଆବଶ୍ୟକ।

ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି, ଟ୍ରାଫିକ୍‌ ସଙ୍କେତ ପାଖରେ କାର୍‌ ଅଟକିଲେ, ଡ୍ରାଇଭର୍‌ମାନେ ସବୁବେଳେ ଝରକା କାଚ ତଳକୁ ଖସାଇ ଦିଅନ୍ତି। କରୋନାଭାଇରସ୍‌ ଏଡ଼େ ସଂକ୍ରାମକ ଯେ, ସେତେବେଳେ ମଧ୍ୟ ଜଣେ ଏହାଦ୍ୱାରା ସଂକ୍ରମିତ ହୋଇଯାଇ ପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର