ପିଡବ୍ଲୁଡିର ଜୁନିଅର ଇଞ୍ଜିନିୟରଙ୍କ ଘରେ ଚାଲିଥିଲା ରେଡ୍‌, ପାଇପ୍‌ରେ ପାଣି ବଦଳରେ ବାହାରିଲା ପୁଳା ପୁଳା ଟଙ୍କା

The Sakala Picture
Published On

ବେଙ୍ଗାଲୁରୁ : ଆପଣ ଜାଣନ୍ତି ପାଇପରୁ ପାଣି ବାହାରେ ,କିନ୍ତୁ କେବେ ଜାଣନ୍ତି କି ପାଇପରୁ ପାଣି ବଦଳରେ ଟଙ୍କା ବାହାରେ। ହୁଏତ ଆପଣ ଏପରି କେବେ ଜାଣ ନଥିବେ। ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ଏହା ସତ। ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ କଲାବୁର୍ଗୀରେ । ଜଣେ ପିଡବ୍ଲୁଡି ଜୁନିଅର ଇଂଜିନିୟରଙ୍କ ଘରେ ଚଢାଉବେଳେ ପାଣି ପାଇପ ଭିତରୁ ୧୩ ଲକ୍ଷ ନଗଦ ଟଙ୍କା ବାହାର କରାଯାଇଛି । ସୁନା ବିସକୁଟ୍ ଏବଂ […]

ବେଙ୍ଗାଲୁରୁ : ଆପଣ ଜାଣନ୍ତି ପାଇପରୁ ପାଣି ବାହାରେ ,କିନ୍ତୁ କେବେ ଜାଣନ୍ତି କି ପାଇପରୁ ପାଣି ବଦଳରେ ଟଙ୍କା ବାହାରେ। ହୁଏତ ଆପଣ ଏପରି କେବେ ଜାଣ ନଥିବେ। ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ଏହା ସତ। ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ କଲାବୁର୍ଗୀରେ । ଜଣେ ପିଡବ୍ଲୁଡି ଜୁନିଅର ଇଂଜିନିୟରଙ୍କ ଘରେ ଚଢାଉବେଳେ ପାଣି ପାଇପ ଭିତରୁ ୧୩ ଲକ୍ଷ ନଗଦ ଟଙ୍କା ବାହାର କରାଯାଇଛି । ସୁନା ବିସକୁଟ୍ ଏବଂ ଗହଣା ସହ ମୋଟ୍ ୫୪ ଲକ୍ଷ ଟଙ୍କା ଜୁନିଅର ଇଂଜିନିୟର ଘରୁ ଜବତ ହୋଇଛି ।

ଆହୁରି ପଢ଼ନ୍ତୁ: 'ଅଦା, ରସୁଣ, ଜିରା... କେବେ ପରିବା ହୋଇପାରିବେ ନାହିଁ', ଦଳ ଛାଡ଼ିଥିବା ୭ ଆପ୍ ସାଂସଦଙ୍କୁ ଭଗୱନ୍ତ ମାନଙ୍କ କଟାକ୍ଷ

ବୁଧବାର କର୍ଣ୍ଣାଟକ ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି) ଅଧିକାରୀମାନେ ପୂର୍ତ୍ତ ବିଭାଗରେ ଇଞ୍ଜିନିୟର ଭାବେ କାମ କରୁଥିବା ଜଣେ ଅଧିକାରୀଙ୍କ ଘରେ ରେଡ୍‌ କରି ବିପୁଳ ପରିମାଣର ଟଙ୍କା ଓ ସୁନା ଅଳଙ୍କାର ଠାବ କରିଛନ୍ତି।ଦୁର୍ନୀତିରେ ସାମିଲ ଥିବା ସରକାରୀ ଅଧିକାରୀମାନଙ୍କ ଠିକଣାରେ ଏବେ ରାଜ୍ୟ ତମାମ ରେଡ୍‌ କରାଯାଉଛି। ଏହିକ୍ରମରେ ପୂର୍ତ୍ତ ବିଭାଗର ଯୁଗ୍ମ ଇଞ୍ଜିନିୟର ଶନ୍ଥା ଗୌଡ଼ ବିରାଦରଙ୍କ ଘରେ ଆଜି ଏସିବି ପକ୍ଷରୁ ଚଢ଼ଉ କରାଯାଇଥିଲା। ରେଡ୍‌ ବେଳେ ଅଧିକାରୀମାନେ ଶ୍ରୀ ବିରାଦରଙ୍କ ଘରୁ ନଗଦ ୨୫ ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ସୁନା ଗହଣା ଠାବ କରିଛନ୍ତି। ରେଡ୍‌ ବେଳେ ବାବୁ ଜଣଙ୍କ ତାଙ୍କ ଘରର ପାଇପ ଲାଇନରେ ପୁଳାପୁଳା ଟଙ୍କା ଲୁଚାଇଥିବା ଜଣାପଡ଼ିଥିଲା। ଏହାକୁ ବାହାର କରିବା ପାଇଁ ଅଧିକାରୀମାନେ ଜଣେ ପାଇ ପାଇପ ମିସ୍ତ୍ରୀଙ୍କ ସହଯୋଗ ନେଇଥିଲେ। ମିସ୍ତ୍ରୀ ଜଣଙ୍କ ପାଇପ ଭିତରୁ ପୁଳାପୁଳା ୫ଶହ ଟଙ୍କିଆ ନୋଟ ବାହାର କରିବା ବେଳେ ଏହାକୁ ବାଲ୍ଟିରେ ଅଧିକାରୀମାନେ ସଂଗ୍ରହ କରିଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ: ଇରାନରେ ଘନୀଭୂତ ହେଉଛି ତୈଳ ସଙ୍କଟ: ଆମେରିକାର କଟକଣା ଯୋଗୁଁ ତୈଳ କୂଅ ବନ୍ଦ ହେବା ଆଶଙ୍କା

ତେବେ ପାଣି ପାଇପ ଭିତରୁ ନଗଦ ଟଙ୍କା ବାହାରିବା ଦେଖଣାହାରିଙ୍କୁ ଚକିତ କରିଛି । ପାଇପରୁ ଖାଲି ୫୦୦ ଟଙ୍କିଆ ନୋଟଗୁଡ଼ିକ ବାହାରୁଛି । ଦୁର୍ନୀତି ନିବାରଣ ବ୍ୟୁରୋର ଅଫିସରମାନେ ଉକ୍ତ ଇଂଜିନିୟରଙ୍କ ଘରେ ଥିବା ଏକ ପାଣି ପାଇପକୁ କାଟି ଏହି ଟଙ୍କା ସବୁ ବାହାର କରିଛନ୍ତି । ଭିଡ଼ିଓରେ ଦେଖାଯାଇଛି ଯେ ଦୁର୍ନୀତି ନିବାରଣ ବିଭାଗର ଅଫିସରମାନେ ଉକ୍ତ ଇଂଜିନିୟରଙ୍କ ଘର ପାଇପକୁ ଆରି ସାହାଯ୍ୟରେ କାଟିଛନ୍ତି । ଉପର ଭାଗରୁ ଜଣେ ଏକ ବାଡ଼ି ସାହାଯ୍ୟରେ ପାଇପ ଭିତରୁ ଠେଲୁଥିବା ବେଳେ ତଳେ ଅନ୍ୟ ଜଣେ ଅଫିସର ଏକ ବାଲଟିରେ ଉକ୍ତ ଟଙ୍କାଗୁଡ଼ିକୁ ଭରୁଛନ୍ତି । ଏସିବି ଅଧିକାରୀମାନେ ଆଜି କର୍ଣ୍ଣାଟକରେ ଏକକାଳୀନ ଭାବେ ୬୮ଟି ସ୍ଥାନରେ ରେଡ କରିଛନ୍ତି । ବିଭିନ୍ନ ବିଭାଗର ୧୮ଜଣ ବରିଷ୍ଠ ଅଧିକାରୀଙ୍କ ଠିକଣାରେ ଚଢାଉ କରି ଏସିବି ଲକ୍ଷାଧିକ ଟଙ୍କାର ସମ୍ପତି ଜବତ କରିଛନ୍ତି

24 Nov 2021 By The Sakala

ପିଡବ୍ଲୁଡିର ଜୁନିଅର ଇଞ୍ଜିନିୟରଙ୍କ ଘରେ ଚାଲିଥିଲା ରେଡ୍‌, ପାଇପ୍‌ରେ ପାଣି ବଦଳରେ ବାହାରିଲା ପୁଳା ପୁଳା ଟଙ୍କା

ବେଙ୍ଗାଲୁରୁ : ଆପଣ ଜାଣନ୍ତି ପାଇପରୁ ପାଣି ବାହାରେ ,କିନ୍ତୁ କେବେ ଜାଣନ୍ତି କି ପାଇପରୁ ପାଣି ବଦଳରେ ଟଙ୍କା ବାହାରେ। ହୁଏତ ଆପଣ ଏପରି କେବେ ଜାଣ ନଥିବେ। ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ଏହା ସତ। ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ କଲାବୁର୍ଗୀରେ । ଜଣେ ପିଡବ୍ଲୁଡି ଜୁନିଅର ଇଂଜିନିୟରଙ୍କ ଘରେ ଚଢାଉବେଳେ ପାଣି ପାଇପ ଭିତରୁ ୧୩ ଲକ୍ଷ ନଗଦ ଟଙ୍କା ବାହାର କରାଯାଇଛି । ସୁନା ବିସକୁଟ୍ ଏବଂ ଗହଣା ସହ ମୋଟ୍ ୫୪ ଲକ୍ଷ ଟଙ୍କା ଜୁନିଅର ଇଂଜିନିୟର ଘରୁ ଜବତ ହୋଇଛି ।

ବୁଧବାର କର୍ଣ୍ଣାଟକ ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି) ଅଧିକାରୀମାନେ ପୂର୍ତ୍ତ ବିଭାଗରେ ଇଞ୍ଜିନିୟର ଭାବେ କାମ କରୁଥିବା ଜଣେ ଅଧିକାରୀଙ୍କ ଘରେ ରେଡ୍‌ କରି ବିପୁଳ ପରିମାଣର ଟଙ୍କା ଓ ସୁନା ଅଳଙ୍କାର ଠାବ କରିଛନ୍ତି।ଦୁର୍ନୀତିରେ ସାମିଲ ଥିବା ସରକାରୀ ଅଧିକାରୀମାନଙ୍କ ଠିକଣାରେ ଏବେ ରାଜ୍ୟ ତମାମ ରେଡ୍‌ କରାଯାଉଛି। ଏହିକ୍ରମରେ ପୂର୍ତ୍ତ ବିଭାଗର ଯୁଗ୍ମ ଇଞ୍ଜିନିୟର ଶନ୍ଥା ଗୌଡ଼ ବିରାଦରଙ୍କ ଘରେ ଆଜି ଏସିବି ପକ୍ଷରୁ ଚଢ଼ଉ କରାଯାଇଥିଲା। ରେଡ୍‌ ବେଳେ ଅଧିକାରୀମାନେ ଶ୍ରୀ ବିରାଦରଙ୍କ ଘରୁ ନଗଦ ୨୫ ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ସୁନା ଗହଣା ଠାବ କରିଛନ୍ତି। ରେଡ୍‌ ବେଳେ ବାବୁ ଜଣଙ୍କ ତାଙ୍କ ଘରର ପାଇପ ଲାଇନରେ ପୁଳାପୁଳା ଟଙ୍କା ଲୁଚାଇଥିବା ଜଣାପଡ଼ିଥିଲା। ଏହାକୁ ବାହାର କରିବା ପାଇଁ ଅଧିକାରୀମାନେ ଜଣେ ପାଇ ପାଇପ ମିସ୍ତ୍ରୀଙ୍କ ସହଯୋଗ ନେଇଥିଲେ। ମିସ୍ତ୍ରୀ ଜଣଙ୍କ ପାଇପ ଭିତରୁ ପୁଳାପୁଳା ୫ଶହ ଟଙ୍କିଆ ନୋଟ ବାହାର କରିବା ବେଳେ ଏହାକୁ ବାଲ୍ଟିରେ ଅଧିକାରୀମାନେ ସଂଗ୍ରହ କରିଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ତେବେ ପାଣି ପାଇପ ଭିତରୁ ନଗଦ ଟଙ୍କା ବାହାରିବା ଦେଖଣାହାରିଙ୍କୁ ଚକିତ କରିଛି । ପାଇପରୁ ଖାଲି ୫୦୦ ଟଙ୍କିଆ ନୋଟଗୁଡ଼ିକ ବାହାରୁଛି । ଦୁର୍ନୀତି ନିବାରଣ ବ୍ୟୁରୋର ଅଫିସରମାନେ ଉକ୍ତ ଇଂଜିନିୟରଙ୍କ ଘରେ ଥିବା ଏକ ପାଣି ପାଇପକୁ କାଟି ଏହି ଟଙ୍କା ସବୁ ବାହାର କରିଛନ୍ତି । ଭିଡ଼ିଓରେ ଦେଖାଯାଇଛି ଯେ ଦୁର୍ନୀତି ନିବାରଣ ବିଭାଗର ଅଫିସରମାନେ ଉକ୍ତ ଇଂଜିନିୟରଙ୍କ ଘର ପାଇପକୁ ଆରି ସାହାଯ୍ୟରେ କାଟିଛନ୍ତି । ଉପର ଭାଗରୁ ଜଣେ ଏକ ବାଡ଼ି ସାହାଯ୍ୟରେ ପାଇପ ଭିତରୁ ଠେଲୁଥିବା ବେଳେ ତଳେ ଅନ୍ୟ ଜଣେ ଅଫିସର ଏକ ବାଲଟିରେ ଉକ୍ତ ଟଙ୍କାଗୁଡ଼ିକୁ ଭରୁଛନ୍ତି । ଏସିବି ଅଧିକାରୀମାନେ ଆଜି କର୍ଣ୍ଣାଟକରେ ଏକକାଳୀନ ଭାବେ ୬୮ଟି ସ୍ଥାନରେ ରେଡ କରିଛନ୍ତି । ବିଭିନ୍ନ ବିଭାଗର ୧୮ଜଣ ବରିଷ୍ଠ ଅଧିକାରୀଙ୍କ ଠିକଣାରେ ଚଢାଉ କରି ଏସିବି ଲକ୍ଷାଧିକ ଟଙ୍କାର ସମ୍ପତି ଜବତ କରିଛନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର