G-20 ପାଇଁ ଦିଲ୍ଲୀରେ ଶେଷ ହେଲା ପ୍ରସ୍ତୁତି : କାଲି ଆସିବେ ବାଇଡେନ, ଜଳ-ସ୍ଥଳ ଓ ଆକାଶ ମାର୍ଗରେ ବି ରହିଛି କଡା ନଜର

The Sakala Picture
Published On

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀ ଲାଗି ରାଜଧାନୀ ଦିଲ୍ଲୀରେ ଜୋରଦାର ପ୍ରସ୍ତୁତି ଜୋରଦାର ଚାଲିଛି। ସେପ୍ଟେମ୍ବର ୮ରୁ ୧୦ ତାରିଖ ଯାଏଁ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଥିବା ବେଳେ ୭ ତାରିଖରୁ ଦିଲ୍ଲୀରେ ପହଞ୍ଚି ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌।ଅତିଥିଙ୍କୁ ସ୍ୱାଗତ ଲାଗି ରାଜଧାନୀ ଦିଲ୍ଲୀ ସଜେଇ ହୋଇଛି । ଚିକମିକ୍ ଆଲୋକମାଳାରେ ଝଲସୁଛି ରାସ୍ତାଘାଟ। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ରେ ଅତିଥିଙ୍କୁ ସ୍ୱାଗତ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ଭାରତ ମଣ୍ଡପର ବିଲଡିଂକୁ […]

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀ ଲାଗି ରାଜଧାନୀ ଦିଲ୍ଲୀରେ ଜୋରଦାର ପ୍ରସ୍ତୁତି ଜୋରଦାର ଚାଲିଛି। ସେପ୍ଟେମ୍ବର ୮ରୁ ୧୦ ତାରିଖ ଯାଏଁ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଥିବା ବେଳେ ୭ ତାରିଖରୁ ଦିଲ୍ଲୀରେ ପହଞ୍ଚି ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌।ଅତିଥିଙ୍କୁ ସ୍ୱାଗତ ଲାଗି ରାଜଧାନୀ ଦିଲ୍ଲୀ ସଜେଇ ହୋଇଛି । ଚିକମିକ୍ ଆଲୋକମାଳାରେ ଝଲସୁଛି ରାସ୍ତାଘାଟ। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ରେ ଅତିଥିଙ୍କୁ ସ୍ୱାଗତ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ଭାରତ ମଣ୍ଡପର ବିଲଡିଂକୁ ରଙ୍ଗୀନ ଆଲୋକମାଳାରେ ସଜାଯିବା ସହ ଚତୁଃର୍ଦିଗକୁ ସଫାସୁତରା କରାଯାଉଛି। ସେହିପରି ରାସ୍ତାକଡ଼ ପ୍ରାଚୀରକୁ ବିଭିନ୍ନ ରଙ୍ଗରେ ଚିତ୍ରଣ କରାଯାଉଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ସେହିପରି ସୁରକ୍ଷା ବନ୍ଦୋବସ୍ତକୁ ମଧ୍ୟ କଡ଼ା କରାଯାଇଛି। ଭାରତ ମଣ୍ଡପମ୍ ପରିସରରେ ସଭାସ୍ଥଳ ଏବଂ ଅନ୍ୟାନ୍ୟ ସ୍ଥାନକୁ ସବୁ ଡଗସ୍କ୍ୱାଡ୍ ଏବଂ ବମସ୍କ୍ୱାଡ୍ ଟିମ୍ ତନ୍ନ ତନ୍ନ କରି ଯାଞ୍ଚ ମଧ୍ୟ କରୁଛନ୍ତି। ସେପଟେ ପୁଲିସ ପକ୍ଷରୁ ଛକ ଛକରେ ଜୋରଦାର ଚେକିଂ ସହ ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯାଉଛି। ଅତିଥିମାନଙ୍କ ସୁରକ୍ଷା ଦିଗରେ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ ମଧ୍ୟ ତୀକ୍ଷ୍ମ ନଜର ରଖିଛି। ଖୋଲାଯାଇଛି ୨୪ ଘଣ୍ଟିଆ କମାଣ୍ଡ ସେଣ୍ଟର୍। ୪୪୧ରୁ ଅଧିକ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ ଅଞ୍ଚଳରେ ୧୬ ଶହ ସ୍ମାର୍ଟ ଷ୍ଟ୍ରିଟ୍ ଲାଇଟ୍ ଲାଗିଛି। ଆକାଶରୁ ଦିଲ୍ଲୀର ରାସ୍ତାଘାଟ ଉପରେ କଡ଼ା ନଜର ରଖିଛି ଡ୍ରୋନ୍ । ସେହିପରି ଜିପିଏସ୍ ମାଧ୍ୟମରେ ଯାନଗୁଡିକର ଟ୍ରାକିଂ ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ବାୟୁସୀମା ସୁରକ୍ଷା ପାଇଁ ଭାରତୀୟ ବାୟୁସେନା ଯୁଦ୍ଧବିମାନ ମୁତୟନ କରିଛି। ରାଫେଲ, ମିରେଜ୍-୨୦୦୦ ଏବଂ ସୁଖୋଇ -୩୦ ଏମ୍ କେଆଇ ସମେତ ସର୍ଫେସ୍ ଟୁ ଏୟାର ମିଜାଇଲ୍ ସିଷ୍ଟମ୍ ବି ସକ୍ରିୟ ରଖାଯାଇଛି। ସୁରକ୍ଷା ଦୃଷ୍ଟିରେ ଦିଲ୍ଲୀରେ ୫୦ହଜାର ପୁଲିସ ଫୋର୍ସ ସହିତ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ମୁତୟନ ରହିଛି । ସୁରକ୍ଷା ଦୃଷ୍ଟିରୁ ମେଟ୍ରୋ ଷ୍ଟେସନର କିଛି ଗେଟ୍, ସରକାର ଅଫିସ୍, ସ୍କୁଲ କଲେଜ ଓ ଅନଲାଇନ ଡେଲିଭରି ବ୍ୟବସ୍ଥାକୁ ମଧ୍ୟ କିଛି ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଆସନ୍‌ ୯ ତାରିଖରୁ ୧୧ ତାରିଖ ଯାଏଁ ୨୦୭ଟି ଟ୍ରେନ୍ ବାତିଲ କରାଯାଇଛି ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ସରକାର ୨୦ ଟି କାରକୁ ୧୮କୋଟି ଟଙ୍କା ଭଡାରେ ଆଣିଛନ୍ତି

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଜି-୨୦ ବୈଠକ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ବିଶ୍ବ ନେତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ୨୦ଟି ବୁଲେଟପ୍ରୁଫ୍ କାରକୁ ଭଡାରେ ଆଣିଛନ୍ତି। ମିଳିଥିବା ସୂଚନା ଅନୁସାରେ ସରକାର ୧୮ କୋଟି ଟଙ୍କା ଭଡାରେ ୨୦ ଟି ବୁଲେଟ୍ ପ୍ରୁଫ୍ କାର୍ ନେଇଛନ୍ତି।ତେବେ କିଛି ଜାତୀୟ ଗଣମାଧ୍ୟମ ସରକାର କାର୍‌ କିଣିଥିବା ନେଇ ଖବର ପ୍ରକାଶ କରିବା ପରେ, ଏନେଇ ପ୍ରେସ୍ ସୂଚନା ବ୍ୟୁରୋ(PIB)ଫ୍ୟାକ୍ଟ ଚେକ୍ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ G20କୁ ଆସୁଥିବା ବିଶ୍ବନେତାଙ୍କ ସୁରକ୍ଷା ପାଇଁ ଭାରତ ସରକାର ୧୮ କୋଟି ଟଙ୍କାରେ ୨୦ଟି ଅଡି ବୁଲେଟ୍ ପ୍ରତିରୋଧକ କାର ନେଇଛନ୍ତି। କୌଣସି କାର କିଣାଯାଇ ନାହିଁ।

୧୦ଟି ହୋଟେଲରେ ୪୦୦ରୁ ଅଧିକ ରୁମ୍ ବୁକ୍

ଜି -୨୦ ଶିଖର ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀ ଏବେ ପ୍ରସ୍ତୁତ ହୋଇଥିବାବେଳେ ବିଦେଶୀ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି ଜ୍ଝ ଅତିଥିମାନଙ୍କ ପାଇଁ ଦିଲ୍ଲୀର ଦଶଟି ତାରକା ହୋଟେଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଦେଶର ମୁଖ୍ୟମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜି -୨୦ ସମ୍ମିଳନୀରେ ଭାଗ ନେବାକୁ ଆସୁଥିବା ନେତାଙ୍କ ପାଇଁ ଦିଲ୍ଲୀର ୧୦ଟି ହୋଟେଲରେ ୪୦୦ରୁ ଅଧିକ ରୁମ୍ ବୁକ୍ କରାଯାଇଛି।

ଏହି ଅତିଥିମାନଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ପୁଲିସ ଏବଂ କେନ୍ଦ୍ରୀୟ ପୁଲିସ ଫୋର୍ସ ବ୍ୟତୀତ ଏନଏସଜି କମାଣ୍ଡୋ ମଧ୍ୟ ନିୟୋଜିତ ହୋଇଛନ୍ତି । ଏହା ସହ ଗୁଇନ୍ଦା ସଂସ୍ଥା ଓ କମାଣ୍ଡୋମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି । ଜୋ ବାଇଡେନଙ୍କୁ ସୁରକ୍ଷା ଦେଉଥିବା ଆମେରିକୀୟ ସିକ୍ରେଟ୍ ସର୍ଭିସ ଟିମ  ମଧ୍ୟ ୩ ଦିନ ପୂର୍ବରୁ ଭାରତ ଆସି ସାରିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆଇଟିସି ମୌର୍ଯ୍ୟ ହୋଟେଲରେ ରହିବେ। ସେହିଭଳି ଦିଲ୍ଲୀର ମୋଟ ୨୩ଟି ହୋଟେଲ ଏବଂ ଏନସିଆରରେ ୯ଟି ହୋଟେଲରେ ଜି -୨୦ ଦେଶର ପ୍ରତିନିଧୀମାନେ ରହିବେ।  ଆଇଟିସି ମୌର୍ଯ୍ୟର ପ୍ରତ୍ୟେକ ମହଲାରେ ଆମେରିକାର ସିକ୍ରେଟ୍ ସର୍ଭିସ କମାଣ୍ଡୋ ଉପସ୍ଥିତ ରହିବେ। ଜୋ ବାଇଡେନ ଏହି ହୋଟେଲର ୧୪ତମ ମହଲାରେ ରହିବେ ଏବଂ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଲିଫ୍ଟ ସ୍ଥାପନ କରାଯାଇଛି।

ଆର୍ଲଟରେ ହିମାଚଳ,ରାଜସ୍ଥାନ ଓ ଜମ୍ମୁ କାଶ୍ମୀରର ବାୟୁସେନା ଘାଟି

ଜି -୨୦ ଅତିଥିମାନଙ୍କ ସୁରକ୍ଷା ସମସ୍ତ ପ୍ରସ୍ତୁତି କରିଛି ଭାରତ। ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଭାରତୀୟ ବାୟୁସେନା।  ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ଜମ୍ମୁ କାଶ୍ମୀରରେ ସମସ୍ତ ବାୟୁସେନା ଘାଟି ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ଦିଲ୍ଲୀ ଏବଂ ଏହାର ପଡ଼ୋଶୀ ଅଞ୍ଚଳର ବାୟୁସୀମାକୁ ମୁଖ୍ୟତଃ ବାୟୁସେନାର ୱେଷ୍ଟର୍ଣ୍ଣ କମାଣ୍ଡ ସୁରକ୍ଷା ଦେଉଛି। ଅତିଥିଙ୍କ ରହିବା ନିମନ୍ତେ ପ୍ରସ୍ତୁତ ହୋଇ ଥିବା ହୋଟେଲଗୁଡିକର ସମସ୍ତ ୱିଣ୍ଡୋରେ ବୁଲେଟ ପ୍ରୁଫ ଗ୍ଲାସ ଲଗାଯାଇଛି। ଏହା ବ୍ୟତୀତ ସେହି ଅଞ୍ଚଳର କିଛି ଅଂଶ ବୁଲେଟ ପ୍ରୁଫ ଗ୍ଲାସ ସହିତ ଆଚ୍ଛାଦିତ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର