ବିଦେଶୀ ସଂସ୍କୃତି ଆମ ପ୍ରତି ବିପଦ: ସିଜେଆଇ ରମଣା

The Sakala Picture
Published On

ନୂଆଦିଲ୍ଲୀ : ବିଦେଶୀ ସଂସ୍କୃତି ଏବେ ଆମ ପାଇଁ ବିପଦ ପାଲଟିଛି। ଆମ ଦେଶର ସମୃଦ୍ଧ ଐତିହ ,ସାସ୍କୃତିକ ଏବଂ ଜାତିଗତ ପରିଚୟ ନଷ୍ଟ ହେବାରେ ଲାଗିଛି। ଯାହା କି ଚିନ୍ତାଜନକ ହୋଇପଡ଼ିଛି। ତେଣୁ ଯୁବପିଢି ଆମ ଜାତିର ପରମ୍ପରା ଓ ଭାଷା ସହିତ ପୁନଃ ସଂଯୁକ୍ତ ହେବାକୁ ଏବେ ଗୁରୁତ୍ବ ଦେବାର ସମୟ ଆସିଛି ବୋଲି ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍ ଏନ ଭି ରମଣା କହିଛନ୍ତି। ଶନିବାର ହାଇଦରାବାଦସ୍ଥିତ ଓସମାନିଆ ବିଶ୍ବବିଦ୍ୟାଳୟ ପକ୍ଷରୁ ଜଷ୍ଟିସ୍ ରମଣାଙ୍କୁ ଡକ୍ଟରେଟ୍ […]

ନୂଆଦିଲ୍ଲୀ : ବିଦେଶୀ ସଂସ୍କୃତି ଏବେ ଆମ ପାଇଁ ବିପଦ ପାଲଟିଛି। ଆମ ଦେଶର ସମୃଦ୍ଧ ଐତିହ ,ସାସ୍କୃତିକ ଏବଂ ଜାତିଗତ ପରିଚୟ ନଷ୍ଟ ହେବାରେ ଲାଗିଛି। ଯାହା କି ଚିନ୍ତାଜନକ ହୋଇପଡ଼ିଛି। ତେଣୁ ଯୁବପିଢି ଆମ ଜାତିର ପରମ୍ପରା ଓ ଭାଷା ସହିତ ପୁନଃ ସଂଯୁକ୍ତ ହେବାକୁ ଏବେ ଗୁରୁତ୍ବ ଦେବାର ସମୟ ଆସିଛି ବୋଲି ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍ ଏନ ଭି ରମଣା କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନ ମୃତ୍ୟୁ ମାମଲା: ସ୍ୱଚ୍ଛ ତଦନ୍ତ ନେଇ ପିତାଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଲେ ବମ୍ବେ ହାଇକୋର୍ଟ

ଶନିବାର ହାଇଦରାବାଦସ୍ଥିତ ଓସମାନିଆ ବିଶ୍ବବିଦ୍ୟାଳୟ ପକ୍ଷରୁ ଜଷ୍ଟିସ୍ ରମଣାଙ୍କୁ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରିବା ଅବସରରେ ସେ କହିଛନ୍ତି ଯେ, ବର୍ତ୍ତମାନ ସାରା ବିଶ୍ବରେ ବିଦେଶୀ ପରମ୍ପରାକୁ ଆପଣେଇବାର ଆଗ୍ରହ ବଢୁଥିବା ବେଳେ ଏଥିରୁ ବର୍ତ୍ତିବା ଏକ ମୁଖ୍ୟ ପ୍ରସଙ୍ଗ ହୋଇଛି। କାରଣ ବିଦେଶୀ ପରମ୍ପରାକୁ ଆପଣେଇବା ଦ୍ବାରା ସ୍ଥାନୀୟ ପରମ୍ପରା ଓ ସଂସ୍କୃତିର ଅବକ୍ଷୟ ହେଉଛି। ବିଶେଷକରି ସୋସିଆଲ ମିଡିଆ, ଟିଭି ଏବଂ ପପ୍ ପରମ୍ପରା ଆମର ଉଚ୍ଚ ତଥା ସମୃଦ୍ଧ ପରମ୍ପରା ଓ ସଂସ୍କୃତି ପାଇଁ ବିପଦ ସୃଷ୍ଟି କରି ଚାଲିଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଋଷିଆର ଭୟଙ୍କର ମିସାଇଲ ମାଡ଼: ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ

ବିଶ୍ବର ବିଭିନ୍ନ ଭାଷାକୁ ନେଇ ଜାତିସଂଘ ପକ୍ଷରୁ ଏକ ସ୍ବତନ୍ତ୍ର ଅନୁଧ୍ୟାନ କରାଯାଇଥିଲା ବେଳେ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ପ୍ରାୟ ୭୦୦୦ ଭାଷା ବିଲୁପ୍ତ ହୋଇପଡ଼ିବ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ଯଦି ବିଚାରକୁ ନିଆଯାଏ ତେବେ ବହୁ ସ୍ଥାନୀୟ ଭାଷା ଆଗାମୀ ଦିନରେ ବିଲୁପ୍ତ ହୋଇଯିବାର ସମ୍ଭାବନା ରହିଛ। ଫଳରେ ଆମେ କେବଳ ଆମର ସାହିତ୍ୟ କିମ୍ବା ଗଳ୍ପ ହରାଇବା ନାହିଁ ,ବରଂ ଏହା ମାଧ୍ୟମରେ ଆମକୁ ପୁରୁଷ ପରୁଷ ପର୍ଯ୍ୟନ୍ତ ମିଳୁଥିବା ଜ୍ଞାନ ଓ ଶକ୍ତି ମଧ୍ୟ ଆଉ ମିଳିବ ନାହିଁ ବୋଲି ଜଷ୍ଟିସ ରମଣା କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର