ବିଧାନସଭା ନିର୍ବାଚନ ୨୦୨୩: ମଧ୍ୟପ୍ରଦେଶ-ଛତିଶଗଡ-ତେଲେଙ୍ଗାନା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ
ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ମାସରେ ହେବ ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ। ତେବେ ନିର୍ବାଚନ ନେଇ ରାଜନୈତିକ ଦଳମାନେ ପ୍ରସ୍ତୁତି କରୁଥିବା ବେଳେ କଂଗ୍ରେସ ଆଜି ମଧ୍ୟପ୍ରଦେଶ-ଛତିଶଗଡ-ତେଲେଙ୍ଗାନା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। କଂଗ୍ରେସ ପକ୍ଷରୁ ମଧ୍ୟପ୍ରଦେଶ ପାଇଁ ୧୪୪ , ଛତିଶଗଡ ପାଇଁ ୩୦ ଏବଂ ତେଲେଙ୍ଗାନା ପାଇଁ ୫୫ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଛତିଶଗଡରେ କଂଗ୍ରେସ ଟିକେଟ କିଏ ପାଇଲା? […]
ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ମାସରେ ହେବ ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ। ତେବେ ନିର୍ବାଚନ ନେଇ ରାଜନୈତିକ ଦଳମାନେ ପ୍ରସ୍ତୁତି କରୁଥିବା ବେଳେ କଂଗ୍ରେସ ଆଜି ମଧ୍ୟପ୍ରଦେଶ-ଛତିଶଗଡ-ତେଲେଙ୍ଗାନା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। କଂଗ୍ରେସ ପକ୍ଷରୁ ମଧ୍ୟପ୍ରଦେଶ ପାଇଁ ୧୪୪ , ଛତିଶଗଡ ପାଇଁ ୩୦ ଏବଂ ତେଲେଙ୍ଗାନା ପାଇଁ ୫୫ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।
ଛତିଶଗଡରେ କଂଗ୍ରେସ ଟିକେଟ କିଏ ପାଇଲା?
୯୦ଟି ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ (ନଭେମ୍ବର ୭ ଓ ୧୭) ଭୋଟ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଅକ୍ଟୋବର ୨୦ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଅକ୍ଟୋବର ୩୦ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି। ଛତିଶଗଡର ପାଟନ ଆସନରୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପ୍ରତିଦ୍ୱନ୍ଦ୍ୱିତା କରିବେ ଓ ଉପ-ମୁଖ୍ୟମନ୍ତ୍ରୀ ଟିଏସ୍ ସିଂହ ଅମ୍ବିକାପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପାଟନା ଆସନରୁ ୨୦୦୩, ୨୦୦୮,୨୦୧୩ ଓ ୨୦୧୮ ବିଧାନସଭା ନିର୍ବାଚନରେ ଏହି ଆସନରୁ ନିର୍ବାଚନ ଲଢିଥିଲେ। ସେ ୨୦୦୮ ଏହି ଆସନରୁ ପରାଜୟ ବରଣ କରିଥିବା ବେଳେ ଅନ୍ୟ ୩ ଥର ବିଜୟ ହାସଲ କରିଛନ୍ତି। ସେହିପରି ଅମ୍ବିକାପୁର ଆସନରୁ ଉପ-ମୁଖ୍ୟମନ୍ତ୍ରୀ ଟିଏସ୍ ସିଂହ ୨୦୦୮ରୁ ଲଗାତର ବିଜୟୀ ହୋଇଆସୁଛନ୍ତି। ଅନ୍ୟପଟେ ୯୦ଟି ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କରିଥିବା ୩୦ ପ୍ରାର୍ଥୀଙ୍କ ମଧ୍ୟରେ ୧୪ ଜଣ ଅନୁସୂଚୀତ ଜନଜାତି ବର୍ଗର ରହିଥିବା ବେଳେ ୩ ଜଣ ମହିଳା ରହିଛନ୍ତି।
छत्तीसगढ़ में होने वाले विधानसभा चुनाव, 2023 के लिए भारतीय राष्ट्रीय कांग्रेस द्वारा जारी उम्मीदवारों की पहली सूची। pic.twitter.com/0KTjSQ57iJ
— Congress (@INCIndia) October 15, 2023
ମଧ୍ୟପ୍ରଦେଶ କଂଗ୍ରେସ ପ୍ରାର୍ଥୀ ତାଲିକା
୨୩୦ଟି ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ପାଇଁ ନଭେମ୍ବର ୧୭ ତାରିଖରେ ଭୋଟ୍ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ପକ୍ଷରୁ ୧୪୪ ଜଣ ପ୍ରାର୍ଥୀ ଘୋଷଣା କରାଯାଇଛି। ମଧ୍ୟ ପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଦଳ ଛିନ୍ଦୱାଡ଼ାରୁ ପ୍ରାର୍ଥୀ କରିଛି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ଭାଇ ଲକ୍ଷ୍ମଣ ସିଂହଙ୍କୁ ଚାଚୌଡ଼ା ଆସନରୁ ଓ ଦିଗବିଜୟ ସିଂହଙ୍କ ପୁଅ ଜୟବର୍ଦ୍ଧନ ସିଂହଙ୍କୁ ରାଘୋଗଡ଼ ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ଜାରି କରିଥିବା ତାଲିକାରେ ୩୦ ଜଣ ଅନୁସୂଚୀତ ଜନଜାତି ଓ ୨୨ ଜଣ ଅନୁସୂଚୀତ ଜାତିର ପ୍ରାର୍ଥୀ ଅଛନ୍ତି।
मध्य प्रदेश में होने वाले विधानसभा चुनाव, 2023 के लिए भारतीय राष्ट्रीय कांग्रेस द्वारा जारी उम्मीदवारों की पहली सूची। pic.twitter.com/RWIXZUoVcv
— Congress (@INCIndia) October 15, 2023
ତେଲେଙ୍ଗାନାରେ କିଏ ଟିକେଟ ପାଇଲା?
୧୧୯ ଟି ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ପାଇଁ ନଭେମ୍ବର ୩୦ ତାରିଖରେ ଭୋଟ୍ ଗ୍ରହଣ ହେବ। ଆଜି ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ପକ୍ଷରୁ ୫୫ ଜଣ ପ୍ରାର୍ଥୀ ଘୋଷଣା କରାଯାଇଛି। ତେଲେଙ୍ଗାନାରେ ପ୍ରଦେଶ କଂଗ୍ରେସ ମୁଖ୍ୟ ଅନୁମାଲା ରେବନାଥ ରେଡ୍ଡୀ କୋଣ୍ଡାଙ୍ଗଲ୍ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ବେଳେ ‘ସିଏଲ୍ପି’ ନେତା ଭଟ୍ଟି ବିକ୍ରମ ମାଲ୍ଲୁ ମାଧିରା ଜନଜାତି ସଂରକ୍ଷିତ ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦସାରୀ ସୀତକ୍କା ମୁଲୁଗୁ ଆସନରୁ, ମିନାପାଲ୍ଲୀ ରୋହିତ ରାଓ ମେଡକ ଓ ମିନାପାଲ୍ଲୀ ହନୁମନ୍ତ ରାଓ ମାଲକାଜଗିରି ଆସନ ପାଇଁ ଟିକେଟ ପାଇଛନ୍ତି।
The Indian National Congress has released the first list of candidates for the Telangana Assembly elections, 2023. pic.twitter.com/KH2CzHK4iV
— Congress (@INCIndia) October 15, 2023





