୫୦ ହଜାରରୁ ଅଧିକ ଚେକ୍‌ ପାଇଁ ଦେବାକୁ ହେବ ସବିଶେଷ ତଥ୍ୟ, ନ ଦେଲେ କ୍ଲିଅର୍‌ ହେବ ନାହିଁ ଚେକ୍

The Sakala Picture
Published On

ନୂଆଦିଲ୍ଲୀ : ବ୍ୟାଙ୍କ ଚେକ୍‌ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ଆଗକୁ ସମ୍ଭବତଃ ବ୍ୟାଙ୍କ ଆପଣଙ୍କ ଦ୍ବାରା ଳଗାଯାଇଥିବା ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଚେକ୍‌କୁ ପ୍ରତ୍ୟାଖ୍ୟାନ କରିଦେଇପାରେ। ଏହାର କାରଣ ହେଉଛି ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ପଜିଟିଭ୍ ପେ ସିଷ୍ଟମ୍ (ପିପିଏସ୍) ଲାଗୁ କରିବା ଆରମ୍ଭ କରିଛନ୍ତି। ଅଧିକାଂଶ ବ୍ୟାଙ୍କ ଆସନ୍ତା ସେପ୍ଟେମ୍ବରରୁ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବ। ୨୦୨୦ ଅଗଷ୍ଟରେ ଆରବିଆଇ ପଜିଟିଭ୍ ପେ ସିଷ୍ଟମ୍ ପାଇଁ ଚେକ୍ ଟ୍ରାନଜାକସନ ସିଷ୍ଟମ୍ (ସିଟିଏସ୍‌) […]

ନୂଆଦିଲ୍ଲୀ : ବ୍ୟାଙ୍କ ଚେକ୍‌ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ଆଗକୁ ସମ୍ଭବତଃ ବ୍ୟାଙ୍କ ଆପଣଙ୍କ ଦ୍ବାରା ଳଗାଯାଇଥିବା ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଚେକ୍‌କୁ ପ୍ରତ୍ୟାଖ୍ୟାନ କରିଦେଇପାରେ। ଏହାର କାରଣ ହେଉଛି ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ପଜିଟିଭ୍ ପେ ସିଷ୍ଟମ୍ (ପିପିଏସ୍) ଲାଗୁ କରିବା ଆରମ୍ଭ କରିଛନ୍ତି। ଅଧିକାଂଶ ବ୍ୟାଙ୍କ ଆସନ୍ତା ସେପ୍ଟେମ୍ବରରୁ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବ। ୨୦୨୦ ଅଗଷ୍ଟରେ ଆରବିଆଇ ପଜିଟିଭ୍ ପେ ସିଷ୍ଟମ୍ ପାଇଁ ଚେକ୍ ଟ୍ରାନଜାକସନ ସିଷ୍ଟମ୍ (ସିଟିଏସ୍‌) ଘୋଷଣା କରିଥିଲା। ପଜିଟିଭ୍ ପେ ବ୍ୟବସ୍ଥା ଅଧୀନରେ ଆପଣଙ୍କ ଦ୍ବାରା ଜାରି ହୋଇଥିବା ଚେକ୍‌ର କିଛି ବିବରଣୀ ଯାଞ୍ଚ କରିବାକୁ ପଡିବ। ତେଣୁ ୫୦ ହଜାରରୁ ଅଧିକ ଚେକ୍‌ ପାଇଁ ଆପଣଙ୍କୁ ସବିଶେଷ ତଥ୍ୟ ଦେବାକୁ ହେବ। ଏହି ସବିଶେଷ ତଥ୍ୟରେ ଚେକ୍ ପ୍ରଦାନ ତାରିଖ, ୬ ଅଙ୍କ ବିଶିଷ୍ଟ ଚେକ୍ ନମ୍ବର, ଅର୍ଥ ପରିମାଣ ଏବଂ ହିତାଧିକାରୀଙ୍କ ନାମ ଇତ୍ୟାଦି ରହିବ। ଏହି ସବିଶେଷ ବିବରଣୀ ସମ୍ପର୍କିତ ସୂଚନା ଗ୍ରାହକ ବ୍ୟାଙ୍କ ଶାଖା ଯାଇ କରି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଦିଆଯାଇପାରେ। କେତେକ ବ୍ୟାଙ୍କ ଗ୍ରାହକଙ୍କୁ ଏସଏମଏସ, ଏଟିଏମ୍‌ କିମ୍ବା ଇମେଲ ମାଧ୍ୟମରେ ସୂଚନା ଦେବା ପାଇଁ ସୁବିଧା ମଧ୍ୟ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ନୂଆଦିଲ୍ଲୀରେ କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ: ଯନ୍ତରମନ୍ତରରେ ଥାଳି-ଚାମଚ ଧରି ପ୍ରତିବାଦ କରିବେ ଯୁବଗୋଷ୍ଠୀ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

ଗତ ବର୍ଷ ଆରବିଆଇ ପଜିଟିଭ୍ ପେ ସିଷ୍ଟମ୍ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଥିଲା। ବ୍ୟାଙ୍କଗୁଡିକ ଏହି ସୁବିଧା ସମସ୍ତ ଆକାଉଣ୍ଟଧାରୀଙ୍କୁ ୫୦,୦୦୦ କିମ୍ବା ତା’ଠାରୁ ଅଧିକ ପରିମାଣର ଚେକ୍ ପାଇଁ ନିଜ ଇଚ୍ଛାନୁସାରେ ଲାଗୁ କରିପାରିବେ। ତେବେ ବ୍ୟାଙ୍କଗୁଡିକ ୫ ଲକ୍ଷରୁ ଅଧିକ ଟଙ୍କା ସହିତ ଜଡିତ ଚେକ୍ ପାଇଁ ଏହି ନିୟମକୁ ବାଧ୍ୟତାମୂଳକ କରିବେ। ତେଣୁ ବର୍ତ୍ତମାନ ଗ୍ରାହକଙ୍କୁ ତାଙ୍କ ବ୍ୟାଙ୍କ ପଜିଟିଭ୍ ପେ ସିଷ୍ଟମ୍ ଲାଗୁ କରିଛି କି ନାହିଁ ତାହା ଯାଞ୍ଚ କରିବାକୁ ପଡିବ। କିମ୍ବା ଏହା କେବେ କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ସୂଚନା ନେବାକୁ ହେବ। ଆକ୍ସିସ୍ ବ୍ୟାଙ୍କ ପରି କେତେକ ବ୍ୟାଙ୍କ ଅଧିକ ପରିମାଣର ଚେକ୍ ପାଇଁ ପଜିଟିଭ୍ ପେ ସିଷ୍ଟମ ବାଧ୍ୟତାମୂଳକ କରିଛନ୍ତି। ଏହସହିତ ଚେକ୍ ପ୍ରଦାନ ପରେ ଗ୍ରାହକଙ୍କୁ ନେଟ୍‌/ମୋବାଇଲ୍ ବ୍ୟାଙ୍କିଙ୍ଗ୍ କିମ୍ବା ଶାଖା ମାଧ୍ୟମରେ ବ୍ୟାଙ୍କକୁ ଚେକ୍ ବିବରଣୀ ପ୍ରଦାନ କରିବାକୁ ପଡିବ। ତଥାପି ଏହି ନିୟମ ବିଶେଷକରି ବରିଷ୍ଠ ନାଗରିକ ଏବଂ ଯେଉଁମାନେ ସୁରକ୍ଷା କାରଣରୁ ନେଟ ବ୍ୟାଙ୍କିଙ୍ଗ୍ କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସେବା ଗ୍ରହଣ କରିନାହାଁନ୍ତି ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଅନ୍ୟ କେତେକ ବ୍ୟାଙ୍କ ମଧ୍ୟ ସମାନ ନିୟମ ଲାଗୁ କରୁଛନ୍ତି। ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ), କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ୫୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ଚେକ୍ ପାଇଁ ପଜିଟିଭ୍ ପେ ସିଷ୍ଟମ ଲାଗୁ କରିଛନ୍ତି।

ଆହୁରି ପଢ଼ନ୍ତୁ: ପଦ୍ମ ପୁରସ୍କାର ୨୦୨୬: ଅଲକା ୟାଗ୍ନିକ, ରୋହିତ ଶର୍ମା ଏବଂ ଆର. ମାଧବନଙ୍କ ସମେତ ୬୫ ଜଣଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ତଥାପି ଏହି ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କ ପାଇଁ ଏହାକୁ ଇଚ୍ଛାଧୀନ ରଖିଛନ୍ତି। କିଛି ବ୍ୟାଙ୍କ ଗ୍ରାହକଙ୍କୁ ଡାକୁଛନ୍ତି ଏବଂ ଏହି ପ୍ରସଙ୍ଗରେ ଯାଞ୍ଚ କରୁଛନ୍ତି। ଏହି ପଦ୍ଧତି ଗ୍ରାହକଙ୍କ ପାଇଁ ଭଲ, କାରଣ ପରେ କୌଣସି ପ୍ରକାରର ଠକେଇକୁ ଏଡାଯାଇପାରିବ। ଚଳିତବର୍ଷ ଜାନୁଆରୀ ୧ ରୁ ଏହି ନିୟମ ଲାଗୁ କରିବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସିଷ୍ଟମ୍ ଚେକ୍ ସହିତ ଠକେଇକୁ ଏଡାଇବ। ଅନେକ ବ୍ୟାଙ୍କ ବାର୍ତ୍ତା ଏବଂ ଇ-ମେଲ ପଠାଇ ଗ୍ରାହକଙ୍କୁ ଏହି ପ୍ରସଙ୍ଗରେ ସଚେତନ କରିଛନ୍ତି। ଇ-ମେଲରେ ବ୍ୟାଙ୍କ କହିଛି ଯେ ବର୍ତ୍ତମାନ ଗ୍ରାହକମାନେ ୫୦,୦୦୦ ରୁ ଅଧିକ ଚେକ୍ ପାଇଁ ପଜିଟିଭ୍ ପେ ସୁବିଧା ବ୍ୟବହାର କରିପାରିବେ। ତେବେ ସେପ୍ଟେମ୍ବର ପହିଲାଠାରୁ ଆକ୍ସିସ୍ ବ୍ୟାଙ୍କ ଏହି ନିୟମ ଲାଗୁ କରିବ। ଯଦି ଏକ ଚେକ୍ ୫ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ମୂଲ୍ୟର ହୋଇଥାଏ, ତେବେ ଗ୍ରାହକଙ୍କୁ ପଜିଟିଭ୍ ପେ ସିଷ୍ଟମ୍ ବ୍ୟବହାର କରିବାକୁ ପଡିବ। ଆକ୍ସିସ୍ ବ୍ୟାଙ୍କ ଗ୍ରାହକମାନେ ସେମାନଙ୍କର ନିକଟତମ ଶାଖାରେ ଚେକ୍ ବିବରଣୀ ପ୍ରଦାନ କରିପାରିବେ।

ଆହୁରି ପଢ଼ନ୍ତୁ: ନିଟ୍ ବିବାଦ: ରାହୁଲ ଗାନ୍ଧୀ ଯୁବପିଢ଼ିଙ୍କୁ ବିଭ୍ରାନ୍ତ କରିବା ସହ ମନରେ ଭୟ ସୃଷ୍ଟି କରୁଛନ୍ତି ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ

ଏହାସହିତ ସେମାନେ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ମଧ୍ୟ ଏହି ସୂଚନା ଦେଇପାରିବେ। ରିଟେଲ୍‌ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ କର୍ପୋରେଟ୍ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ମଧ୍ୟ ଏହି ସୂଚନା ଦିଆଯାଇପାରିବ। ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଏହାର ଯାଞ୍ଚ କରାଯାଇପାରିବ। ଗ୍ରାହକ ଏଥିପାଇଁ ନେଟ୍‌ ବ୍ୟାଙ୍କିଙ୍ଗରେ ଲଗ୍‌ ଇନ୍‌ କରିବାକୁ ପଡିବ। ଏଥିରେ ଆପଣଙ୍କୁ ସେବା ବାଛିବାକୁ ପଡିବ। ତା’ପରେ ସେବା ଯାଞ୍ଚ କରନ୍ତୁ ଏବଂ ପରେ ଭାଲ୍ୟୁ ଚୟନ କରିବାକୁ ପଡିବ। ଚେକ୍ ଦିଆଯାଇଥିବା ନାମର ସବିଶେଷ ବିବରଣୀ ଆପଣଙ୍କୁ ଏଣ୍ଟ୍ରି କରିବାକୁ ପଡିବ। ପଜିଟିଭ୍ ପେ ସିଷ୍ଟମ୍ ସହିତ ଆପଣ ଦେୟ ପାଇଁ ଏକ ସୀମା ସ୍ଥିର କରିପାରିବେ। ସମସ୍ତ ଯାଞ୍ଚ ପାଇଁ ଆପଣ ଏହା କରିପାରିବେ। ଯଦି ଚେକ୍ର ପରିମାଣ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ହୁଏ , ତେବେ ଆପଣ ସିଷ୍ଟମରେ ପୃଥକ ଭାବରେ ଏହାର ବିବରଣୀ ପ୍ରଦାନ କରିପାରିବେ। ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକମାନେ ମଧ୍ୟ ଅନଲାଇନରେ ସବିଶେଷ ତଥ୍ୟ ଦେଇପାରିବେ । ଏଚ୍‌ଡିଏଫ୍‌ସି ବ୍ୟାଙ୍କ କହିଛି ଯେ, ଏହା ୫୦ ହଜାର ଏବଂ ତଦୁର୍ଦ୍ଧ୍ୱ ପଜିଟିଭ୍ ପେ ସିଷ୍ଟମ ମଧ୍ୟ କାର୍ଯ୍ୟକାରୀ କରିଛି। ଚେକ୍ ପ୍ରଦାନର ୨୪ ଘଣ୍ଟା ପୂର୍ବରୁ ଏହି ସୂଚନା ଦେବାକୁ ପଡିବ।

25 Aug 2021 By The Sakala

୫୦ ହଜାରରୁ ଅଧିକ ଚେକ୍‌ ପାଇଁ ଦେବାକୁ ହେବ ସବିଶେଷ ତଥ୍ୟ, ନ ଦେଲେ କ୍ଲିଅର୍‌ ହେବ ନାହିଁ ଚେକ୍

ନୂଆଦିଲ୍ଲୀ : ବ୍ୟାଙ୍କ ଚେକ୍‌ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ଆଗକୁ ସମ୍ଭବତଃ ବ୍ୟାଙ୍କ ଆପଣଙ୍କ ଦ୍ବାରା ଳଗାଯାଇଥିବା ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଚେକ୍‌କୁ ପ୍ରତ୍ୟାଖ୍ୟାନ କରିଦେଇପାରେ। ଏହାର କାରଣ ହେଉଛି ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ପଜିଟିଭ୍ ପେ ସିଷ୍ଟମ୍ (ପିପିଏସ୍) ଲାଗୁ କରିବା ଆରମ୍ଭ କରିଛନ୍ତି। ଅଧିକାଂଶ ବ୍ୟାଙ୍କ ଆସନ୍ତା ସେପ୍ଟେମ୍ବରରୁ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବ। ୨୦୨୦ ଅଗଷ୍ଟରେ ଆରବିଆଇ ପଜିଟିଭ୍ ପେ ସିଷ୍ଟମ୍ ପାଇଁ ଚେକ୍ ଟ୍ରାନଜାକସନ ସିଷ୍ଟମ୍ (ସିଟିଏସ୍‌) ଘୋଷଣା କରିଥିଲା। ପଜିଟିଭ୍ ପେ ବ୍ୟବସ୍ଥା ଅଧୀନରେ ଆପଣଙ୍କ ଦ୍ବାରା ଜାରି ହୋଇଥିବା ଚେକ୍‌ର କିଛି ବିବରଣୀ ଯାଞ୍ଚ କରିବାକୁ ପଡିବ। ତେଣୁ ୫୦ ହଜାରରୁ ଅଧିକ ଚେକ୍‌ ପାଇଁ ଆପଣଙ୍କୁ ସବିଶେଷ ତଥ୍ୟ ଦେବାକୁ ହେବ। ଏହି ସବିଶେଷ ତଥ୍ୟରେ ଚେକ୍ ପ୍ରଦାନ ତାରିଖ, ୬ ଅଙ୍କ ବିଶିଷ୍ଟ ଚେକ୍ ନମ୍ବର, ଅର୍ଥ ପରିମାଣ ଏବଂ ହିତାଧିକାରୀଙ୍କ ନାମ ଇତ୍ୟାଦି ରହିବ। ଏହି ସବିଶେଷ ବିବରଣୀ ସମ୍ପର୍କିତ ସୂଚନା ଗ୍ରାହକ ବ୍ୟାଙ୍କ ଶାଖା ଯାଇ କରି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଦିଆଯାଇପାରେ। କେତେକ ବ୍ୟାଙ୍କ ଗ୍ରାହକଙ୍କୁ ଏସଏମଏସ, ଏଟିଏମ୍‌ କିମ୍ବା ଇମେଲ ମାଧ୍ୟମରେ ସୂଚନା ଦେବା ପାଇଁ ସୁବିଧା ମଧ୍ୟ ଦେଉଛନ୍ତି।

ଗତ ବର୍ଷ ଆରବିଆଇ ପଜିଟିଭ୍ ପେ ସିଷ୍ଟମ୍ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଥିଲା। ବ୍ୟାଙ୍କଗୁଡିକ ଏହି ସୁବିଧା ସମସ୍ତ ଆକାଉଣ୍ଟଧାରୀଙ୍କୁ ୫୦,୦୦୦ କିମ୍ବା ତା’ଠାରୁ ଅଧିକ ପରିମାଣର ଚେକ୍ ପାଇଁ ନିଜ ଇଚ୍ଛାନୁସାରେ ଲାଗୁ କରିପାରିବେ। ତେବେ ବ୍ୟାଙ୍କଗୁଡିକ ୫ ଲକ୍ଷରୁ ଅଧିକ ଟଙ୍କା ସହିତ ଜଡିତ ଚେକ୍ ପାଇଁ ଏହି ନିୟମକୁ ବାଧ୍ୟତାମୂଳକ କରିବେ। ତେଣୁ ବର୍ତ୍ତମାନ ଗ୍ରାହକଙ୍କୁ ତାଙ୍କ ବ୍ୟାଙ୍କ ପଜିଟିଭ୍ ପେ ସିଷ୍ଟମ୍ ଲାଗୁ କରିଛି କି ନାହିଁ ତାହା ଯାଞ୍ଚ କରିବାକୁ ପଡିବ। କିମ୍ବା ଏହା କେବେ କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ସୂଚନା ନେବାକୁ ହେବ। ଆକ୍ସିସ୍ ବ୍ୟାଙ୍କ ପରି କେତେକ ବ୍ୟାଙ୍କ ଅଧିକ ପରିମାଣର ଚେକ୍ ପାଇଁ ପଜିଟିଭ୍ ପେ ସିଷ୍ଟମ ବାଧ୍ୟତାମୂଳକ କରିଛନ୍ତି। ଏହସହିତ ଚେକ୍ ପ୍ରଦାନ ପରେ ଗ୍ରାହକଙ୍କୁ ନେଟ୍‌/ମୋବାଇଲ୍ ବ୍ୟାଙ୍କିଙ୍ଗ୍ କିମ୍ବା ଶାଖା ମାଧ୍ୟମରେ ବ୍ୟାଙ୍କକୁ ଚେକ୍ ବିବରଣୀ ପ୍ରଦାନ କରିବାକୁ ପଡିବ। ତଥାପି ଏହି ନିୟମ ବିଶେଷକରି ବରିଷ୍ଠ ନାଗରିକ ଏବଂ ଯେଉଁମାନେ ସୁରକ୍ଷା କାରଣରୁ ନେଟ ବ୍ୟାଙ୍କିଙ୍ଗ୍ କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସେବା ଗ୍ରହଣ କରିନାହାଁନ୍ତି ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଅନ୍ୟ କେତେକ ବ୍ୟାଙ୍କ ମଧ୍ୟ ସମାନ ନିୟମ ଲାଗୁ କରୁଛନ୍ତି। ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ), କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ୫୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ଚେକ୍ ପାଇଁ ପଜିଟିଭ୍ ପେ ସିଷ୍ଟମ ଲାଗୁ କରିଛନ୍ତି।

ତଥାପି ଏହି ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କ ପାଇଁ ଏହାକୁ ଇଚ୍ଛାଧୀନ ରଖିଛନ୍ତି। କିଛି ବ୍ୟାଙ୍କ ଗ୍ରାହକଙ୍କୁ ଡାକୁଛନ୍ତି ଏବଂ ଏହି ପ୍ରସଙ୍ଗରେ ଯାଞ୍ଚ କରୁଛନ୍ତି। ଏହି ପଦ୍ଧତି ଗ୍ରାହକଙ୍କ ପାଇଁ ଭଲ, କାରଣ ପରେ କୌଣସି ପ୍ରକାରର ଠକେଇକୁ ଏଡାଯାଇପାରିବ। ଚଳିତବର୍ଷ ଜାନୁଆରୀ ୧ ରୁ ଏହି ନିୟମ ଲାଗୁ କରିବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସିଷ୍ଟମ୍ ଚେକ୍ ସହିତ ଠକେଇକୁ ଏଡାଇବ। ଅନେକ ବ୍ୟାଙ୍କ ବାର୍ତ୍ତା ଏବଂ ଇ-ମେଲ ପଠାଇ ଗ୍ରାହକଙ୍କୁ ଏହି ପ୍ରସଙ୍ଗରେ ସଚେତନ କରିଛନ୍ତି। ଇ-ମେଲରେ ବ୍ୟାଙ୍କ କହିଛି ଯେ ବର୍ତ୍ତମାନ ଗ୍ରାହକମାନେ ୫୦,୦୦୦ ରୁ ଅଧିକ ଚେକ୍ ପାଇଁ ପଜିଟିଭ୍ ପେ ସୁବିଧା ବ୍ୟବହାର କରିପାରିବେ। ତେବେ ସେପ୍ଟେମ୍ବର ପହିଲାଠାରୁ ଆକ୍ସିସ୍ ବ୍ୟାଙ୍କ ଏହି ନିୟମ ଲାଗୁ କରିବ। ଯଦି ଏକ ଚେକ୍ ୫ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ମୂଲ୍ୟର ହୋଇଥାଏ, ତେବେ ଗ୍ରାହକଙ୍କୁ ପଜିଟିଭ୍ ପେ ସିଷ୍ଟମ୍ ବ୍ୟବହାର କରିବାକୁ ପଡିବ। ଆକ୍ସିସ୍ ବ୍ୟାଙ୍କ ଗ୍ରାହକମାନେ ସେମାନଙ୍କର ନିକଟତମ ଶାଖାରେ ଚେକ୍ ବିବରଣୀ ପ୍ରଦାନ କରିପାରିବେ।

ଏହାସହିତ ସେମାନେ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ମଧ୍ୟ ଏହି ସୂଚନା ଦେଇପାରିବେ। ରିଟେଲ୍‌ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ କର୍ପୋରେଟ୍ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ମଧ୍ୟ ଏହି ସୂଚନା ଦିଆଯାଇପାରିବ। ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଏହାର ଯାଞ୍ଚ କରାଯାଇପାରିବ। ଗ୍ରାହକ ଏଥିପାଇଁ ନେଟ୍‌ ବ୍ୟାଙ୍କିଙ୍ଗରେ ଲଗ୍‌ ଇନ୍‌ କରିବାକୁ ପଡିବ। ଏଥିରେ ଆପଣଙ୍କୁ ସେବା ବାଛିବାକୁ ପଡିବ। ତା’ପରେ ସେବା ଯାଞ୍ଚ କରନ୍ତୁ ଏବଂ ପରେ ଭାଲ୍ୟୁ ଚୟନ କରିବାକୁ ପଡିବ। ଚେକ୍ ଦିଆଯାଇଥିବା ନାମର ସବିଶେଷ ବିବରଣୀ ଆପଣଙ୍କୁ ଏଣ୍ଟ୍ରି କରିବାକୁ ପଡିବ। ପଜିଟିଭ୍ ପେ ସିଷ୍ଟମ୍ ସହିତ ଆପଣ ଦେୟ ପାଇଁ ଏକ ସୀମା ସ୍ଥିର କରିପାରିବେ। ସମସ୍ତ ଯାଞ୍ଚ ପାଇଁ ଆପଣ ଏହା କରିପାରିବେ। ଯଦି ଚେକ୍ର ପରିମାଣ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ହୁଏ , ତେବେ ଆପଣ ସିଷ୍ଟମରେ ପୃଥକ ଭାବରେ ଏହାର ବିବରଣୀ ପ୍ରଦାନ କରିପାରିବେ। ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକମାନେ ମଧ୍ୟ ଅନଲାଇନରେ ସବିଶେଷ ତଥ୍ୟ ଦେଇପାରିବେ । ଏଚ୍‌ଡିଏଫ୍‌ସି ବ୍ୟାଙ୍କ କହିଛି ଯେ, ଏହା ୫୦ ହଜାର ଏବଂ ତଦୁର୍ଦ୍ଧ୍ୱ ପଜିଟିଭ୍ ପେ ସିଷ୍ଟମ ମଧ୍ୟ କାର୍ଯ୍ୟକାରୀ କରିଛି। ଚେକ୍ ପ୍ରଦାନର ୨୪ ଘଣ୍ଟା ପୂର୍ବରୁ ଏହି ସୂଚନା ଦେବାକୁ ପଡିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର