ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭୟଙ୍କର ସ୍ଥିତି, ୨୦୩୦ ସୁଦ୍ଧା ୨ ଡିଗ୍ରୀ ବଢ଼ିବ ତାପମାତ୍ରା

The Sakala Picture
Published On

ନୂଆଦିଲ୍ଲୀ: ସମ୍ପ୍ରତି ବର୍ଦ୍ଧିତ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ବର୍ଦ୍ଧିତ ବିପଦ ଯୋଗୁଁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ୩୦ ପ୍ରତିଶତ କୃଷି ଏବଂ ଆବାସିକ ଋଣ ଖିଲାପି ହେବାର ଆଶଙ୍କା ରହିଛି। ଅର୍ଥାତ୍‌ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଦେଇଥିବା ଋଣ ବୁଡ଼ିଯିବ। ଲୋକଙ୍କ ଆୟରେ ହ୍ରାସ ଯୋଗୁଁ ସେମାନଙ୍କର ଋଣ ପରିଶୋଧ କ୍ଷମତା ହ୍ରାସ ପାଇବ ବୋଲି ବିସିଜିର ଏକ ବିଶ୍ଳେଷଣାତ୍ମକ […]

ନୂଆଦିଲ୍ଲୀ: ସମ୍ପ୍ରତି ବର୍ଦ୍ଧିତ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ବର୍ଦ୍ଧିତ ବିପଦ ଯୋଗୁଁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ୩୦ ପ୍ରତିଶତ କୃଷି ଏବଂ ଆବାସିକ ଋଣ ଖିଲାପି ହେବାର ଆଶଙ୍କା ରହିଛି। ଅର୍ଥାତ୍‌ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଦେଇଥିବା ଋଣ ବୁଡ଼ିଯିବ। ଲୋକଙ୍କ ଆୟରେ ହ୍ରାସ ଯୋଗୁଁ ସେମାନଙ୍କର ଋଣ ପରିଶୋଧ କ୍ଷମତା ହ୍ରାସ ପାଇବ ବୋଲି ବିସିଜିର ଏକ ବିଶ୍ଳେଷଣାତ୍ମକ ରିପୋର୍ଟରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ରିପୋର୍ଟରେ ପୂର୍ବାନୁମାନ କରାଯାଇଛି ଯେ, ବିଶ୍ୱର ହାରାହାରି ତାପମାତ୍ରା ପ୍ରାୟ ୧.୨ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇଛି। ଏଥିଯୋଗୁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ଜଳମଗ୍ନ ହେଉଛି ଏବଂ କୃଷି ଉତ୍ପାଦନ ହ୍ରାସ ପାଉଛି। ଫଳସ୍ୱରୂପ ଏହି ବର୍ଦ୍ଧିତ ଜଳବାୟୁ ଘଟଣା ଦ୍ୱାରା ପ୍ରଭାବିତ ଲୋକଙ୍କ ମୁଣ୍ଡପିଛା ଆୟ ହ୍ରାସ ପାଇଛି।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଅନୁପ୍ରବେଶକାରୀଙ୍କୁ ଗ୍ରହଣ କରିବାକୁ ବିଜିବିର ମନା, ବିଏସଏଫ୍ ସହ ମୁହାଁମୁହିଁ

ସୂଚନାଯୋଗ୍ୟ ଯେ, ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ପ୍ରାୟ ଅଧା ଋଣ ପ୍ରକୃତି ଏବଂ ଏହାର ଇକୋସିଷ୍ଟମ ଉପରେ ବହୁଳ ଭାବରେ ନିର୍ଭରଶୀଳ। ତେଣୁ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ବ୍ୟାଙ୍କଗୁଡ଼ିକର ଲାଭକୁ ପ୍ରଭାବିତ କରିଥାଏ। ଆକଳନ ଅନୁଯାୟୀ, ୨୦୩୦ ସୁଦ୍ଧା ଭାରତର ୪୨ ପ୍ରତିଶତ ଜିଲ୍ଲାରେ ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇପାରେ। ଏହାଛଡ଼ା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ତାପମାତ୍ରା ବୃଦ୍ଧି ଦ୍ୱାରା ଦେଶର ୩୨୧ ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି, ଯାହା ଲୋକଙ୍କ ଆୟକୁ ପ୍ରଭାବିତ କରିପାରେ।

ଆହୁରି ପଢ଼ନ୍ତୁ: ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା

ଏ ସମ୍ପର୍କରେ ବିସିଜି ଏସିଆ ପାସିଫିକ୍‌ର ପରିଚାଳନା ନିର୍ଦ୍ଦେଶକ ଏବଂ ପାର୍ଟନର ଅଭିନବ ବଂଶଲ କହିଛନ୍ତି ଯେ ଭାରତ କୋଇଲା ଏବଂ ଅଶୋଧିତ ତୈଳଠାରୁ ଦୂରେଇ ଯାଇ ନବୀକରଣଯୋଗ୍ୟ ଶକ୍ତି ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଏହି ପରିବର୍ତ୍ତନ ଆଣିବା ପାଇଁ ଭାରତକୁ ବାର୍ଷିକ ୧୫୦-୨୦୦ ବିଲିୟନ ଡଲାର ନିବେଶ କରିବାକୁ ପଡ଼ିବ। ଭାରତରେ ଜଳବାୟୁ ଆର୍ଥିକ ସହାୟତା ୪୦-୬୦ ବିଲିୟନ ଡଲାର ମଧ୍ୟରେ ରହିଛି। ଫଳରେ ଏ କ୍ଷେତ୍ରରେ ନିବେଶରେ ୧୦୦-୧୫୦ ବିଲିୟନ ଡଲାରର ଏକ ବଡ଼ ବ୍ୟବଧାନ ରଖିଛି। ଏହି ପରିବର୍ତ୍ତନ ଭାରତ ପାଇଁ ଏକ ସୁଯୋଗ ସୃଷ୍ଟି କରିବ ବୋଲି ବଂଶଲ କହିଛନ୍ତି। ରିପୋର୍ଟ ଅନୁଯାୟୀ, ଜଳବାୟୁ ସମ୍ପର୍କିତ ବିପଦ ବୃଦ୍ଧି ପାଉଥିବାରୁ ଏହା ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରୁଛି। ଏପରି ପରିସ୍ଥିତିରେ ସାମୂହିକ ପଦକ୍ଷେପର ବ୍ୟବସାୟିକ ଆବଶ୍ୟକତା ଜରୁରୀ ହୋଇପଡ଼ିଛି। ଜଳବାୟୁ ପରିବର୍ତ୍ତନ ବ୍ୟାଙ୍କଗୁଡ଼ିକୁ ଦେଶର ଶକ୍ତି ପରିବର୍ତ୍ତନ ଆବଶ୍ୟକତା ପୂରଣ କରିବା ପାଇଁ ବାର୍ଷିକ ୧୫୦ ବିଲିୟନ ଡଲାରର ସୁଯୋଗ ପ୍ରଦାନ କରୁଛି।

25 Feb 2025 By The Sakala

ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭୟଙ୍କର ସ୍ଥିତି, ୨୦୩୦ ସୁଦ୍ଧା ୨ ଡିଗ୍ରୀ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ: ସମ୍ପ୍ରତି ବର୍ଦ୍ଧିତ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ବର୍ଦ୍ଧିତ ବିପଦ ଯୋଗୁଁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ୩୦ ପ୍ରତିଶତ କୃଷି ଏବଂ ଆବାସିକ ଋଣ ଖିଲାପି ହେବାର ଆଶଙ୍କା ରହିଛି। ଅର୍ଥାତ୍‌ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଦେଇଥିବା ଋଣ ବୁଡ଼ିଯିବ। ଲୋକଙ୍କ ଆୟରେ ହ୍ରାସ ଯୋଗୁଁ ସେମାନଙ୍କର ଋଣ ପରିଶୋଧ କ୍ଷମତା ହ୍ରାସ ପାଇବ ବୋଲି ବିସିଜିର ଏକ ବିଶ୍ଳେଷଣାତ୍ମକ ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ ପୂର୍ବାନୁମାନ କରାଯାଇଛି ଯେ, ବିଶ୍ୱର ହାରାହାରି ତାପମାତ୍ରା ପ୍ରାୟ ୧.୨ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇଛି। ଏଥିଯୋଗୁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ଜଳମଗ୍ନ ହେଉଛି ଏବଂ କୃଷି ଉତ୍ପାଦନ ହ୍ରାସ ପାଉଛି। ଫଳସ୍ୱରୂପ ଏହି ବର୍ଦ୍ଧିତ ଜଳବାୟୁ ଘଟଣା ଦ୍ୱାରା ପ୍ରଭାବିତ ଲୋକଙ୍କ ମୁଣ୍ଡପିଛା ଆୟ ହ୍ରାସ ପାଇଛି।

ସୂଚନାଯୋଗ୍ୟ ଯେ, ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ପ୍ରାୟ ଅଧା ଋଣ ପ୍ରକୃତି ଏବଂ ଏହାର ଇକୋସିଷ୍ଟମ ଉପରେ ବହୁଳ ଭାବରେ ନିର୍ଭରଶୀଳ। ତେଣୁ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ବ୍ୟାଙ୍କଗୁଡ଼ିକର ଲାଭକୁ ପ୍ରଭାବିତ କରିଥାଏ। ଆକଳନ ଅନୁଯାୟୀ, ୨୦୩୦ ସୁଦ୍ଧା ଭାରତର ୪୨ ପ୍ରତିଶତ ଜିଲ୍ଲାରେ ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇପାରେ। ଏହାଛଡ଼ା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ତାପମାତ୍ରା ବୃଦ୍ଧି ଦ୍ୱାରା ଦେଶର ୩୨୧ ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି, ଯାହା ଲୋକଙ୍କ ଆୟକୁ ପ୍ରଭାବିତ କରିପାରେ।

ଏ ସମ୍ପର୍କରେ ବିସିଜି ଏସିଆ ପାସିଫିକ୍‌ର ପରିଚାଳନା ନିର୍ଦ୍ଦେଶକ ଏବଂ ପାର୍ଟନର ଅଭିନବ ବଂଶଲ କହିଛନ୍ତି ଯେ ଭାରତ କୋଇଲା ଏବଂ ଅଶୋଧିତ ତୈଳଠାରୁ ଦୂରେଇ ଯାଇ ନବୀକରଣଯୋଗ୍ୟ ଶକ୍ତି ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଏହି ପରିବର୍ତ୍ତନ ଆଣିବା ପାଇଁ ଭାରତକୁ ବାର୍ଷିକ ୧୫୦-୨୦୦ ବିଲିୟନ ଡଲାର ନିବେଶ କରିବାକୁ ପଡ଼ିବ। ଭାରତରେ ଜଳବାୟୁ ଆର୍ଥିକ ସହାୟତା ୪୦-୬୦ ବିଲିୟନ ଡଲାର ମଧ୍ୟରେ ରହିଛି। ଫଳରେ ଏ କ୍ଷେତ୍ରରେ ନିବେଶରେ ୧୦୦-୧୫୦ ବିଲିୟନ ଡଲାରର ଏକ ବଡ଼ ବ୍ୟବଧାନ ରଖିଛି। ଏହି ପରିବର୍ତ୍ତନ ଭାରତ ପାଇଁ ଏକ ସୁଯୋଗ ସୃଷ୍ଟି କରିବ ବୋଲି ବଂଶଲ କହିଛନ୍ତି। ରିପୋର୍ଟ ଅନୁଯାୟୀ, ଜଳବାୟୁ ସମ୍ପର୍କିତ ବିପଦ ବୃଦ୍ଧି ପାଉଥିବାରୁ ଏହା ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରୁଛି। ଏପରି ପରିସ୍ଥିତିରେ ସାମୂହିକ ପଦକ୍ଷେପର ବ୍ୟବସାୟିକ ଆବଶ୍ୟକତା ଜରୁରୀ ହୋଇପଡ଼ିଛି। ଜଳବାୟୁ ପରିବର୍ତ୍ତନ ବ୍ୟାଙ୍କଗୁଡ଼ିକୁ ଦେଶର ଶକ୍ତି ପରିବର୍ତ୍ତନ ଆବଶ୍ୟକତା ପୂରଣ କରିବା ପାଇଁ ବାର୍ଷିକ ୧୫୦ ବିଲିୟନ ଡଲାରର ସୁଯୋଗ ପ୍ରଦାନ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର