ରେଳବାଇ ନିଯୁକ୍ତି ଦୁର୍ନୀତି ଘଟଣା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଓ ପରିବାର ସଦସ୍ୟଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍

The Sakala Picture
Published On

ନୂଆଦିଲ୍ଲୀ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ପୁଣି ଥରେ ଅଡୁଆରେ ପଡିଛନ୍ତି। ରେଳବାଇ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ସିବିଆଇ ଆଜି ଚାର୍ଜସିଟ୍ ଦାଖଲ କାରିଛି। ଚାର୍ଜଶିଟରେ ୧୬ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟରେ ସିବିଆଇ ପ୍ରସାଦଙ୍କ ପତ୍ନୀ ରାବ୍ରି ଦେବୀ, ମିସା ଭାରତୀ ଏବଂ ଅନ୍ୟ ୧୩ ଜଣଙ୍କୁ ନିକଟରେ ଏକ ଅଭିଯୁକ୍ତ ଭାବେ ଦର୍ଶାଇଛି । ଏହି ମାମଲାରେ ଗତ ମାସରେ ସିବିଆଇ […]

ନୂଆଦିଲ୍ଲୀ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ପୁଣି ଥରେ ଅଡୁଆରେ ପଡିଛନ୍ତି। ରେଳବାଇ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ସିବିଆଇ ଆଜି ଚାର୍ଜସିଟ୍ ଦାଖଲ କାରିଛି। ଚାର୍ଜଶିଟରେ ୧୬ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟରେ ସିବିଆଇ ପ୍ରସାଦଙ୍କ ପତ୍ନୀ ରାବ୍ରି ଦେବୀ, ମିସା ଭାରତୀ ଏବଂ ଅନ୍ୟ ୧୩ ଜଣଙ୍କୁ ନିକଟରେ ଏକ ଅଭିଯୁକ୍ତ ଭାବେ ଦର୍ଶାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ମାନବ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାଶ: ନାବାଳିକା ଉଦ୍ଧାର, ମୁଖ୍ୟ ଅଭିଯୁକ୍ତ ଶିବାଜୀ ଦାସ ଗିରଫ

ଏହି ମାମଲାରେ ଗତ ମାସରେ ସିବିଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ବିଶେଷକରି ଆରଜେଡି ନେତାମାନଙ୍କ ଘରେ ଓ ଅଫିସରେ ଚଢଉ କରାଯାଇଥିଲା । ଆରଜେଡିର ବହୁ ବରିଷ୍ଠ ନେତାଙ୍କ ସମେତ ଏମଏଲସି ସୁନୀଲ ସିଂ, ରାଜ୍ୟସଭା ସାଂସଦ ଆଶଫାକ କରିମ ଏବଂ ଫାୟାଜ ଅହମ୍ମଦ ଏବଂ ପୂର୍ବତନ ଏମଏଲସି ସୁବୋଧ ରାୟଙ୍କ ଘରେ ଓ ଅଫିସରେ ଚଢଉ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ଭାବେ ଅମରାବତୀକୁ ମିଳିଲା ବୈଧାନିକ ମାନ୍ୟତା

ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କଂଗ୍ରେସ ଶାସନ ସମୟରେ ରେଳମନ୍ତ୍ରୀ ରହିଥିଲେ। ଲାଲୁଙ୍କ ମନ୍ତ୍ରିତ୍ୱ ସମୟରେ ରେଳବାଇ ନିଯୁକ୍ତିରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଥିଲା।ରେଳବାଇ ଚାକିରି ନାଁରେ ଲାଲୁ ଆଣ୍ଡ କୋ ପ୍ରାର୍ଥୀଙ୍କ ଠାରୁ ଜମି ନେଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ସିବିଆଇ ଚଳିତ ବର୍ଷ ମେ’ ୧୮ ତାରିଖରେ ଲାଲୁ, ରାବ୍ରୀ ଦେବୀ, ଦୁଇ ଝିଅ ମିଶା ଭାରତୀ ଓ ହେମା ଯାଦବଙ୍କ ବ୍ୟତୀତ ଚାକିରି ପାଇଥିବା ୧୨ ଜଣଙ୍କ ନାଁରେ ଏଫଆଇଆର କରିଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଭିଯୁକ୍ତ ଏବେ ଜାମିନରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ଯୀଶୁଖ୍ରୀଷ୍ଟଙ୍କ ଅବତାର ବୋଲି ନିଜକୁ ଦର୍ଶାଇଲେ ଡୋନାଲ୍ଡ ଟ୍ରମ୍ପ: ଟ୍ରୁଥ୍ ସୋସିଆଲରେ ଏଆଇ ଫଟୋ ଭାଇରାଲ୍

୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ କ୍ଷମତାରେ ଥିବା ୟୁପିଏ-୧ ସରକାରରେ ଲାଲୁ ରେଳମନ୍ତ୍ରୀ ଥିଲେ । ଏହି ସମୟରେ ରେଳବାଇରେ ଚାକିରି ପାଇଁ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିଲା । ପ୍ରାର୍ଥୀମାନଙ୍କଠାରୁ ଜମି ବଦଳରେ ଚାକିରି ଦିଆଯାଉଥିଲା । ଲାଲୁଙ୍କ ପରିବାର, କେତେକ ଆରଜେଡି ନେତା ଏହି ଦୁର୍ନୀତିରେ ସଂପୃକ୍ତ ବୋଲି ଅଭିଯୋଗ ଉଠିବା ପରେ ମାମଲା ସିବିଆଇ ନିକଟକୁ ଯାଇଥିଲା । କିନ୍ତୁ ଆରଜେଡି ଏହାକୁ ଅସ୍ବୀକାର କରୁଛି ।

07 Oct 2022 By The Sakala

ରେଳବାଇ ନିଯୁକ୍ତି ଦୁର୍ନୀତି ଘଟଣା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଓ ପରିବାର ସଦସ୍ୟଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍

ନୂଆଦିଲ୍ଲୀ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ପୁଣି ଥରେ ଅଡୁଆରେ ପଡିଛନ୍ତି। ରେଳବାଇ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ସିବିଆଇ ଆଜି ଚାର୍ଜସିଟ୍ ଦାଖଲ କାରିଛି। ଚାର୍ଜଶିଟରେ ୧୬ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟରେ ସିବିଆଇ ପ୍ରସାଦଙ୍କ ପତ୍ନୀ ରାବ୍ରି ଦେବୀ, ମିସା ଭାରତୀ ଏବଂ ଅନ୍ୟ ୧୩ ଜଣଙ୍କୁ ନିକଟରେ ଏକ ଅଭିଯୁକ୍ତ ଭାବେ ଦର୍ଶାଇଛି ।

ଏହି ମାମଲାରେ ଗତ ମାସରେ ସିବିଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ବିଶେଷକରି ଆରଜେଡି ନେତାମାନଙ୍କ ଘରେ ଓ ଅଫିସରେ ଚଢଉ କରାଯାଇଥିଲା । ଆରଜେଡିର ବହୁ ବରିଷ୍ଠ ନେତାଙ୍କ ସମେତ ଏମଏଲସି ସୁନୀଲ ସିଂ, ରାଜ୍ୟସଭା ସାଂସଦ ଆଶଫାକ କରିମ ଏବଂ ଫାୟାଜ ଅହମ୍ମଦ ଏବଂ ପୂର୍ବତନ ଏମଏଲସି ସୁବୋଧ ରାୟଙ୍କ ଘରେ ଓ ଅଫିସରେ ଚଢଉ କରାଯାଇଥିଲା ।

ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କଂଗ୍ରେସ ଶାସନ ସମୟରେ ରେଳମନ୍ତ୍ରୀ ରହିଥିଲେ। ଲାଲୁଙ୍କ ମନ୍ତ୍ରିତ୍ୱ ସମୟରେ ରେଳବାଇ ନିଯୁକ୍ତିରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଥିଲା।ରେଳବାଇ ଚାକିରି ନାଁରେ ଲାଲୁ ଆଣ୍ଡ କୋ ପ୍ରାର୍ଥୀଙ୍କ ଠାରୁ ଜମି ନେଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ସିବିଆଇ ଚଳିତ ବର୍ଷ ମେ’ ୧୮ ତାରିଖରେ ଲାଲୁ, ରାବ୍ରୀ ଦେବୀ, ଦୁଇ ଝିଅ ମିଶା ଭାରତୀ ଓ ହେମା ଯାଦବଙ୍କ ବ୍ୟତୀତ ଚାକିରି ପାଇଥିବା ୧୨ ଜଣଙ୍କ ନାଁରେ ଏଫଆଇଆର କରିଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଭିଯୁକ୍ତ ଏବେ ଜାମିନରେ ଅଛନ୍ତି।

୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ କ୍ଷମତାରେ ଥିବା ୟୁପିଏ-୧ ସରକାରରେ ଲାଲୁ ରେଳମନ୍ତ୍ରୀ ଥିଲେ । ଏହି ସମୟରେ ରେଳବାଇରେ ଚାକିରି ପାଇଁ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିଲା । ପ୍ରାର୍ଥୀମାନଙ୍କଠାରୁ ଜମି ବଦଳରେ ଚାକିରି ଦିଆଯାଉଥିଲା । ଲାଲୁଙ୍କ ପରିବାର, କେତେକ ଆରଜେଡି ନେତା ଏହି ଦୁର୍ନୀତିରେ ସଂପୃକ୍ତ ବୋଲି ଅଭିଯୋଗ ଉଠିବା ପରେ ମାମଲା ସିବିଆଇ ନିକଟକୁ ଯାଇଥିଲା । କିନ୍ତୁ ଆରଜେଡି ଏହାକୁ ଅସ୍ବୀକାର କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର