ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

Suryakanta Picture
Published On

ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC) ରେ ଭାରତ ପୁଣିଥରେ ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିଛି। ନିଜ ଦେଶରେ ସକ୍ରିୟ ଥିବା କିଛି ଗୋଷ୍ଠୀଙ୍କୁ ପାକିସ୍ତାନ ଦ୍ୱାରା 'ଫିତନା ଅଲ-ହିନ୍ଦୁସ୍ତାନ' ଭାବେ ନାମକରଣ କରାଯିବାକୁ ଭାରତ ଦୃଢ଼ ବିରୋଧ କରିଛି। ଏହାକୁ ଭାରତ ଅପପ୍ରଚାର ବୋଲି ଦର୍ଶାଇବା ସହ ପାକିସ୍ତାନକୁ "ଘୃଣା ଉତ୍ପାଦନର ଏକ ସଂଗଠିତ କାରଖାନା" ବୋଲି ଆଖ୍ୟା ଦେଇଛି ଏବଂ ନିଜର ବିଫଳତା ଲୁଚାଇବା ପାଇଁ ପାକିସ୍ତାନ ସର୍ବଦା ଭାରତ ଉପରେ ଦୋଷ ଲଦୁଛି ବୋଲି ସ୍ପଷ୍ଟ କରିଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଜାତିସଂଘରେ ଭାରତର କଡ଼ା ଆଭିମୁଖ୍ୟ

ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପର୍ବତନେନି ହରିଶ ସୋମବାର ଦିନ ଆଫଗାନିସ୍ତାନ ସ୍ଥିତି ସମ୍ପର୍କିତ ଏକ ଆଲୋଚନା ବେଳେ ପାକିସ୍ତାନକୁ ଏହି କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ନିଜ ସୀମା ଭିତରେ ଥିବା ଗୋଷ୍ଠୀଗୁଡ଼ିକୁ 'ଫିତନା ଅଲ-ହିନ୍ଦୁସ୍ତାନ' କହିବା ପାଇଁ ସରକାରୀ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦେବା ପାକିସ୍ତାନର ଏକ ଧାର୍ମିକ ଆଳରେ "ସରକାରୀ ପ୍ରାୟୋଜିତ ଭୁଲ ତଥ୍ୟ ଓ ଅପପ୍ରଚାର" ଅଟେ। ଶ୍ରୀ ହରିଶ ଆହୁରି ମଧ୍ୟ କହିଛନ୍ତି ଯେ ଏହା ପାକିସ୍ତାନୀ 'ଡିପ୍ ଷ୍ଟେଟ୍' ଦ୍ୱାରା ପରିଚାଳିତ ଏକ ସଂଗଠିତ ଘୃଣା ପ୍ରଚାର ଅଭିଯାନର ଅଂଶବିଶେଷ, ଯାହାର ମୂଳ ଲକ୍ଷ୍ୟ ହେଉଛି ନିଜ ନାଗରିକମାନଙ୍କୁ ଭାରତ ସହ ସ୍ଥାୟୀ ଶତ୍ରୁତାରେ ବାନ୍ଧି ରଖିବା ଏବଂ କ୍ଷମତା ଓ ରାଷ୍ଟ୍ରୀୟ ସମ୍ପଦ ଉପରେ ନିୟନ୍ତ୍ରଣ ବଜାୟ ରଖିବା।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ନିଜ ବିଫଳତା ଲୁଚାଇବାକୁ ହୀନ ପ୍ରୟାସ

ଭାରତୀୟ ପ୍ରତିନିଧି ସ୍ପଷ୍ଟ କରିଛନ୍ତି ଯେ ଦେଶର ଜନସାଧାରଣଙ୍କ ଧ୍ୟାନ ମୂଳ ରାଜନୈତିକ ଏବଂ ଅର୍ଥନୈତିକ ସମସ୍ୟାରୁ ହଟାଇବା ପାଇଁ ପାକିସ୍ତାନ ଏଭଳି ଚାଲ୍ ଖେଳୁଛି। ଏହି ଅବସରରେ ସେ ପାକିସ୍ତାନର ସାମରିକ ନିୟନ୍ତ୍ରଣ ଏବଂ ସମ୍ବିଧାନର ୨୭ତମ ସଂଶୋଧନକୁ ମଧ୍ୟ ଉଲ୍ଲେଖ କରିଛନ୍ତି, ଯାହା ମାଧ୍ୟମରେ ସେନାର ପ୍ରଭାବକୁ ଦେଶର ବ୍ୟବସ୍ଥା ଉପରେ ଆହୁରି ମଜବୁତ କରାଯାଇଛି। ସେ ଏହାକୁ ମିଲିଟାରୀ ଦ୍ୱାରା ଏକ ଅଘୋଷିତ କ୍ଷମତା ଦଖଲ ବା ଡି-ଫ୍ୟାକ୍ଟୋ କୁପ୍ (de facto coup) ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଆତଙ୍କବାଦକୁ ପ୍ରୋତ୍ସାହନ

ଗତ ବର୍ଷ ବେଲୁଚିସ୍ତାନ ପ୍ରଦେଶରେ ସକ୍ରିୟ ଥିବା ବିଭିନ୍ନ ସଂଗଠନକୁ ପାକିସ୍ତାନ ସରକାର ଭାରତର ଇସାରାରେ ଚାଲୁଥିବା ଦର୍ଶାଇ ଅଫିସିଆଲ୍ ଭାବରେ 'ଫିତନା ଅଲ-ହିନ୍ଦୁସ୍ତାନ' ନାମରେ ଘୋଷଣା କରିଥିଲେ। ତେବେ ପାକିସ୍ତାନର ଏହି ଦାବିକୁ ସମର୍ଥନ କରିବା ପାଇଁ କୌଣସି ବି ପ୍ରମାଣ ନାହିଁ। ଭାରତ ଜାତିସଂଘକୁ ଅବଗତ କରାଇଛି ଯେ ନିଜର ଦୋଷ ପଡ଼ୋଶୀ ଉପରେ ଲଦିବା ପାକିସ୍ତାନର ଏକ ପୁରୁଣା ଅଭ୍ୟାସ। ବିଶ୍ୱ ସମ୍ପ୍ରଦାୟକୁ ପ୍ରତାରଣା କରିବା ଏବଂ ଭ୍ରମିତ କରିବା ପାଇଁ ପାକିସ୍ତାନର ଏହି ଅପପ୍ରଚାର କେବେହେଲେ ସଫଳ ହେବ ନାହିଁ ବୋଲି ଭାରତ ଦୃଢ଼ୋକ୍ତି ପ୍ରକାଶ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର