ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

Madhusudan Das Picture
Published On

ପଞ୍ଜାବ: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ୨୦୦୨ ମସିହାର ବହୁ ଚର୍ଚ୍ଚିତ ସାମ୍ବାଦିକ ରାମ ଚନ୍ଦର ଛତ୍ରପତି ହତ୍ୟା ମାମଲାରେ ହାଇକୋର୍ଟ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ଅଦାଲତ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ତେବେ କୋର୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ଅନ୍ୟ ତିନି ଅଭିଯୁକ୍ତ କୁଲଦୀପ, ନିର୍ମଳ ଓ କିଶନ ଲାଲଙ୍କ ଆଜୀବନ କାରାଦଣ୍ଡାଦେଶକୁ କାଏମ୍ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଏହି ହତ୍ୟା ମାମଲାରୁ ଦୋଷମୁକ୍ତ ହୋଇଥିଲେ ମଧ୍ୟ ରାମ ରହିମ ଜେଲରୁ ବାହାରି ପାରିବେ ନାହିଁ। କାରଣ, ସାଧ୍ୱୀ ଯୌନ ଶୋଷଣ ମାମଲାରେ ସେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷର ଜେଲ ଦଣ୍ଡ ଭୋଗୁଛନ୍ତି। ତେଣୁ ସେ ବର୍ତ୍ତମାନ ରୋହତକର ସୁନାରିଆ ଜେଲରେ ହିଁ ରହିବେ ବୋଲି ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ହାଇକୋର୍ଟର ମୁଖ୍ୟ ବିଚାରପତି ଶୀଲ ନାଗୁ ଏବଂ ବିଚାରପତି ବିକ୍ରମ ଅଗ୍ରୱାଲଙ୍କ ଖଣ୍ଡପୀଠ ରାମ ରହିମଙ୍କୁ ଖଲାସ କରିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କ ଦଣ୍ଡକୁ କାଏମ ରଖିଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଥିବା କୁଲଦୀପ ସିଂ, ନିର୍ମଳ ସିଂ ଏବଂ କୃଷ୍ଣ ଲାଲଙ୍କ ଦୋଷକୁ କୋର୍ଟ ବଜାୟ ରଖିଛନ୍ତି। ୨୦୧୯ ମସିହାରେ ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ଏମାନଙ୍କ ସହ ରାମ ରହିମଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

୨୦୦୨ ମସିହାରେ ସାମ୍ବାଦିକ ରାମ ଚନ୍ଦର ଛତ୍ରପତି ତାଙ୍କ ଖବରକାଗଜ 'ପୁରା ସଚ୍' (Poora Sach) ଜରିଆରେ ଡେରା ସଚ୍ଚା ସୌଦାର ମୁଖ୍ୟାଳୟରେ ଚାଲିଥିବା ଅନୈତିକ କାର୍ଯ୍ୟକଳାପକୁ ଲୋକଲୋଚନକୁ ଆଣିଥିଲେ। ଏହା ପରେ ତାଙ୍କୁ ସିର୍ସା ଠାରେ ଗୁଳି କରି ହତ୍ୟା କରାଯାଇଥିଲା। ଦୀର୍ଘ ଦିନର ଶୁଣାଣି ପରେ, ଘଟଣାରେ ବ୍ୟବହୃତ ଗୁଳି ଏବଂ ଅନ୍ୟାନ୍ୟ ତଥ୍ୟକୁ ସୂକ୍ଷ୍ମ ଭାବେ ଯାଞ୍ଚ କରି ହାଇକୋର୍ଟ ରାମ ରହିମଙ୍କୁ ସନ୍ଦେହର ଲାଭ ଦେଇ ଦୋଷମୁକ୍ତ କରିଛନ୍ତି।

ରାମ ରହିମ ୨୦୧୭ ମସିହାରୁ ଜେଲରେ ଥିଲେ ମଧ୍ୟ ସେ ବାରମ୍ବାର ପାରୋଲରେ ବାହାରକୁ ଆସିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ପ୍ରାୟ ୧୪ ଥର ଜେଲରୁ ଅସ୍ଥାୟୀ ମୁକ୍ତି ପାଇସାରିଛନ୍ତି। ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନରେ ଡେରା ସଚ୍ଚା ସୌଦାର ବ୍ୟାପକ ପ୍ରଭାବ ରହିଥିବାରୁ ତାଙ୍କ ମୁକ୍ତିକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର