ଟ୍ରମ୍ପଙ୍କ ଡବଲ୍‌ ଛାଟ: ଭାରତକୁ ୫୦ ପ୍ରତିଶତ ଶୁଳ୍କ, ଦୃଢ଼ ପ୍ରତିବାଦ ଜଣାଇଲା ଭାରତ…

The Sakala Picture
Published On

ୱାସିଂଟନ: ଭାରତ ବିରୋଧରେ ପୁଣି ଶୁଳ୍କ ଯୁଦ୍ଧ ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ। ଆମେରିକାର ବାରଣ ସତ୍ତ୍ବେ ଭାରତ ରୁଷରୁ ଅଶୋଧିତ ତେଲ ଓ ସାମରିକ ଅସ୍ତ୍ର କିଣିବା ଜାରି ରଖିଥିବାରୁ ଭାରତୀୟ ସାମଗ୍ରୀ ଉପରେ ଆଜି ଆହୁରି ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏହାକୁ ମିଶାଇ ଭାରତୀୟ ସାମଗ୍ରୀ ଉପରେ ମୋଟ ୫୦ ପ୍ରତିଶତ ଶୁଳ୍କ ଲାଗୁ କଲେଣି ଟ୍ରମ୍ପ। କେବଳ ଏତିକି ନୁହେଁ, ଆବଶ୍ୟକ ପଡ଼ିଲେ ଭାରତ ଉପରେ ଆହୁରି ଶୁଳ୍କ […]

ୱାସିଂଟନ: ଭାରତ ବିରୋଧରେ ପୁଣି ଶୁଳ୍କ ଯୁଦ୍ଧ ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ। ଆମେରିକାର ବାରଣ ସତ୍ତ୍ବେ ଭାରତ ରୁଷରୁ ଅଶୋଧିତ ତେଲ ଓ ସାମରିକ ଅସ୍ତ୍ର କିଣିବା ଜାରି ରଖିଥିବାରୁ ଭାରତୀୟ ସାମଗ୍ରୀ ଉପରେ ଆଜି ଆହୁରି ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏହାକୁ ମିଶାଇ ଭାରତୀୟ ସାମଗ୍ରୀ ଉପରେ ମୋଟ ୫୦ ପ୍ରତିଶତ ଶୁଳ୍କ ଲାଗୁ କଲେଣି ଟ୍ରମ୍ପ। କେବଳ ଏତିକି ନୁହେଁ, ଆବଶ୍ୟକ ପଡ଼ିଲେ ଭାରତ ଉପରେ ଆହୁରି ଶୁଳ୍କ ଧାର୍ଯ୍ୟ କରିବାକୁ ମଧ୍ୟ ସେ ଧମକ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଏଭଳି ଆଭିମୁଖ୍ୟର ପ୍ରତିବାଦ ଜଣାଇଛି ଭାରତ। ଭାରତ ପକ୍ଷରୁ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନକୁ ଦୁର୍ଭାଗ୍ୟଜନକ ବର୍ଣ୍ଣନା କରିବା ସହିତ ସ୍ପଷ୍ଟ କରିଦେଇଛି ଯେ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ଯାହା ଉଚିତ ସେହି ଅନୁସାରେ ପଦକ୍ଷେପ ନିଆଯିବ। ଆମେରିକାର ଧମକ ଆଗରେ ଭାରତ ଡରିବ ନାହିଁ କି ନଇଁଯିବ ନାହିଁ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ସୂଚନାଯୋଗ୍ୟ ଯେ, ୟୁରୋପ ସମେତ ଅନେକ ରାଷ୍ଟ୍ର ରୁଷ ସହିତ ଏବେ ବି ବାଣିଜ୍ୟ କାରବାର ଚଳାଇଥିବା ବେଳେ କେବଳ ଭାରତ ବିରୋଧରେ ଟ୍ରମ୍ପଙ୍କ ଏଭଳି ଆଭିମୁଖ୍ୟ ସମସ୍ତଙ୍କୁ ବିସ୍ମିତ କରିଛି। ଚୀନ ଆମେରିକାର ପାରମ୍ପରିକ ଶତ୍ରୁ ହୋଇଥିଲେ ମଧ୍ୟ ସେହି ଦେଶ ବିରୋଧରେ ଏତେ କଠୋର ହୋଇ ନାହାନ୍ତି ଟ୍ରମ୍ପ। ଅନ୍ୟପକ୍ଷରେ ଚୀନ ତୁଳନାରେ ଭାରତ ଉପରେ ୨୦ ପ୍ରତିଶତ ଅଧିକ ଶୁଳ୍କ ଧାର୍ଯ୍ୟ କରିଥିବା ବେଳେ ପାକିସ୍ତାନ ତୁଳନାରେ ୩୧ ପ୍ରତିଶତ ଅଧିକ ଶୁଲ୍କ ଭାରତ ଉପରେ ଧାର୍ଯ୍ୟ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଏସଂକ୍ରାନ୍ତ ଆଦେଶରେ ଟ୍ରମ୍ପଙ୍କ ପକ୍ଷରୁ କୁହାଯାଇଛି ଯେ ଭାରତ ରୁଷ ଠାରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅଶୋଧିତ ତେଲ ଆମଦାନୀ କରିବାରେ ଲାଗିଛି। ତେଣୁ ଭାରତୀୟ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲାଗୁ କରିବାକୁ ସେ ବାଧ୍ୟ ହେଉଛନ୍ତି। ତେବେ ଇସ୍ପାତ, ଆଲୁମିନିୟମ, ଫାର୍ମା ସାମଗ୍ରୀକୁ ଏହି ଶୁଳ୍କରୁ ବାଦ୍‌ ଦିଆଯାଇଛି। ତାଙ୍କର ଏହି ଘୋଷଣା ଯୋଗୁଁ ଭାରତର ମୋଟ ଘରୋଇ ଉତ୍ପାଦ ବା ଜିଡିପି ୧ ପ୍ରତିଶତ ପ୍ରଭାବିତ ହେବ ବୋଲି କୁହାଯାଉଛି। ଏହା ଆମେରିକାରେ ମୁଦ୍ରାସ୍ଫୀତିକୁ ମଧ୍ୟ ବିସ୍ଫୋରକ କରିବ ବୋଲି କୁହାଯାଉଛି। ଆମେରିକାର ଅନେକ ଅର୍ଥନୀତି ବିଶେଷଜ୍ଞ ଟ୍ରମ୍ପଙ୍କ ଏଭଳି ଆଭିମୁଖ୍ୟର କଡ଼ା ବିରୋଧ କରି କହିଛନ୍ତି ଯେ ଭାରତ ସହିତ ଅର୍ଥନୈତିକ ସଂପର୍କ ତିକ୍ତ କରି ଟ୍ରମ୍ପ ନିଜ ଦେଶକୁ ମଧ୍ୟ କ୍ଷତିଗ୍ରସ୍ତ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ସୂଚନାଯୋଗ୍ୟ ଯେ, ଗତକାଲି ଟ୍ରମ୍ପ ଅଧିକ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଥିଲେ। ସେ କହିଥିଲେ ଯେ ଭାରତ ଆଉ ଭଲ ବାଣିଜ୍ୟ ସହଯୋଗୀ ହୋଇ ରହିନାହିଁ। ବାରଣ ସତ୍ତ୍ବେ ରୁଷ ଠାରୁ ତେଲ କିଣିବା ଜାରି ରଖିଥିବାରୁ ୨୪ ଘଣ୍ଟା ଭିତରେ ଭାରତ ଉପରେ ଅଧିକ ଶୁଳ୍କ ଲାଗୁ କରାଯିବ। ତାଙ୍କର ଅଭିଯୋଗ ହେଲା ଯେ ୟୁକ୍ରେନରେ ଯୁଦ୍ଧ ଚଳାଇଥିବା ରୁଷ ବିରୋଧରେ କଟକଣା ସତ୍ତ୍ବେ ତା ସହିତ ବାଣିଜ୍ୟ କାରବାର କରି ଭାରତ ପରୋକ୍ଷରେ ଯୁଦ୍ଧ ପାଇଁ ରୁଷକୁ ସହାୟତା କରୁଛି।

ଇତିମଧ୍ୟରେ ଭାରତର ବୈଦେଶିକ ବିଭାଗ ଟ୍ରମ୍ପଙ୍କ ଅଧିକ ଶୁଳ୍କୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଭାରତ ପକ୍ଷରୁ କୁହାଯାଇଛି ଯେ ଅନ୍ୟ ଦେଶମାନେ ମଧ୍ୟ ରୁଷରୁ ତେଲ କିଣୁଥିବା ବେଳେ କେବଳ ଭାରତକୁ ଟାର୍ଗେଟ କରିବା ଦୁର୍ଭାଗ୍ୟଜନକ। ତେବେ ଭାରତ ଏହାର ଆର୍ଥିକ ସ୍ବାର୍ଥ ଓ ଶକ୍ତି ସୁରକ୍ଷାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ଯେଉଁ ଦେଶରେ ସାମଗ୍ରୀ ଶସ୍ତା, ସେହି ଦେଶରୁ କିଣିବା ପ୍ରକ୍ରିୟା ଜାରି ରଖିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର