ଖୁବ୍‌ଶୀଘ୍ର ଭାରତରେ ମିଳିପାରେ ଷ୍ଟାର୍‌ଲିଙ୍କ୍‌ ଇଣ୍ଟରନେଟ୍‌ ସେବା

The Sakala Picture
Published On

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଭାରତରେ ସାଟେଲାଇଟ ଇଣ୍ଟରନେଟ ସେବା ଆରମ୍ଭ ହେବାକୁ ଯାଉଛି। ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ୍‌କୁ ଟେଲିକମ ମନ୍ତ୍ରଣାଳୟ ପକ୍ଷରୁ ମିଳିଛି ଗ୍ଲୋବାଲ ମୋବାଇଲ ପର୍ସନାଲ କମ୍ୟୁନିକେସନ ବାୟ ସାଟେଲାଇଟ ବା ଜିଏମ୍‌ପିସିଏସ୍‌ ଲାଇସେନ୍ସ। ଏହା ପୂର୍ବରୁ ଗତ ମାସରେ ଷ୍ଟାରଲିଙ୍କକୁ ଲେଟର ଅଫ୍‌ ଇଣ୍ଟେଣ୍ଟ ମିଳିସାରିଛି। ଏମିତିରେ ଏବେ କେବଳ କମ୍ପାନିକୁ ଇନ୍‌ସ୍ପେସ୍‌ରୁ ଅନ୍ତିମ ଅନୁମୋଦନର ଆବଶ୍ୟକତା ରହିଛି। ମଞ୍ଜୁରୀ ମିଳିବା ପରେ ଭାରତରେ ସାଟେଲାଇଟ ଆଧାରିତ ଇଣ୍ଟରନେଟ ସର୍ଭିସ ଷ୍ଟାରଲିଙ୍କର ବ୍ୟବହାର […]

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଭାରତରେ ସାଟେଲାଇଟ ଇଣ୍ଟରନେଟ ସେବା ଆରମ୍ଭ ହେବାକୁ ଯାଉଛି। ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ୍‌କୁ ଟେଲିକମ ମନ୍ତ୍ରଣାଳୟ ପକ୍ଷରୁ ମିଳିଛି ଗ୍ଲୋବାଲ ମୋବାଇଲ ପର୍ସନାଲ କମ୍ୟୁନିକେସନ ବାୟ ସାଟେଲାଇଟ ବା ଜିଏମ୍‌ପିସିଏସ୍‌ ଲାଇସେନ୍ସ। ଏହା ପୂର୍ବରୁ ଗତ ମାସରେ ଷ୍ଟାରଲିଙ୍କକୁ ଲେଟର ଅଫ୍‌ ଇଣ୍ଟେଣ୍ଟ ମିଳିସାରିଛି। ଏମିତିରେ ଏବେ କେବଳ କମ୍ପାନିକୁ ଇନ୍‌ସ୍ପେସ୍‌ରୁ ଅନ୍ତିମ ଅନୁମୋଦନର ଆବଶ୍ୟକତା ରହିଛି। ମଞ୍ଜୁରୀ ମିଳିବା ପରେ ଭାରତରେ ସାଟେଲାଇଟ ଆଧାରିତ ଇଣ୍ଟରନେଟ ସର୍ଭିସ ଷ୍ଟାରଲିଙ୍କର ବ୍ୟବହାର କରିପାରିବେ। ସୂଚନାଥାଉକି, ପୂର୍ବରୁ ୱାନ୍‌ୱେବ୍‌ ଏବଂ ରିଲାଏନ୍ସକୁ ମଧ୍ୟ ଏହି ଲାଇସେନ୍ସ ମିଳିସାରିଛି। ଅର୍ଥାତ ଷ୍ଟାରଲିଙ୍କ ଏହି ଲାଇସେନ୍ସ ପାଇବାରେ ତୃତୀୟ କମ୍ପାନୀ। ଷ୍ଟାରଲିଙ୍କ୍‌ର ସେବା ବର୍ତ୍ତମାନ ୧୦୦ରୁ ଅଧିକ ଦେଶରେ ସକ୍ରିୟ ଅଛି। ଏହି କମ୍ପାନୀର ଉଦ୍ଦେଶ୍ୟ ଲେଟେନ୍ସୀ ବ୍ରଡବ୍ୟାଣ୍ଡ ଦ୍ବାରା ଦ୍ରୁତ ଇଣ୍ଟରନେଟ ସେବା ପ୍ରଦାନ କରିବା। ରିପୋର୍ଟ ଅନୁଯାୟୀ, ଭାରତରେ ଷ୍ଟାରଲିଙ୍କ ପ୍ରାରମ୍ଭିକ ଭାବରେ ପ୍ରାୟ ୮୪୦ ଟଙ୍କାରେ ସାଟେଲାଇଟ ଇଣ୍ଟରନେଟ ସେବା ଆରମ୍ଭ କରିପାରେ। ଉଲ୍ଲେଖଯୋଗ୍ୟ, ଭାରତରେ ଏବେ ବି ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠାରେ ଭିତ୍ତିଭୂମିର ଅଭାବ ଯୋଗୁ ଇଣ୍ଟରନେଟ ପହଞ୍ଚିପାରିନାହିଁ। କିନ୍ତୁ ଷ୍ଟାରଲିଙ୍କ ଏବଂ ଅନ୍ୟ କମ୍ପାନୀଙ୍କ ଆସିବା ପରେ ଏଭଳି ଅଞ୍ଚଳରେ ମଧ୍ୟ ଲୋକଙ୍କୁ ଇଣ୍ଟରନେଟ୍‌ ସେବା ମିଳିପାରିବ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର