ରାଜସ୍ଥାନରୁ ଆସିଲା ଦୁଃଖଦ ଖବର, ପାଣି ପିଇବାକୁ ନ ପାଇ ୫ବର୍ଷ ଝିଅର ମୃତ୍ଯୁ

The Sakala Picture
Published On

ଜାଲୋର: ରାଜସ୍ଥାନର ଜାଲୋର ଜିଲ୍ଲାରୁ ଏକ ଦୁଃଖଦ ଚିତ୍ର ସମ୍ନାକୁ ଆସିଛି। ପିଣି ନ ପିଇବାକୁ ପାଇ ଏକ ୫ବର୍ଷର ଝିଅର ମୃତ୍ୟୁ ଘଟିଛି। ଉକ୍ତ ସ୍ଥାନରେ ଝିଅର ଜେଜେମା ମଧ୍ୟ ଚେତା ଶୂନ୍ୟ ହୋଇ ତଳେ ପଡିଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। କାହିଁକି କଂଗ୍ରେସ ଚୁପ ବସିଛି ବୋଲି ବିଜେପି ପ୍ରଶ୍ନ କରିଛି। ସୂଚନାନୁସାରେ, ଏହି ଯନ୍ତ୍ରଣାଦାୟକ ଘଟଣା ରବିବାର ଦିନ ଜାଲୋର ଜିଲ୍ଲାର ରାନୀୱାଡା ଅଞ୍ଚଳର […]

ଜାଲୋର: ରାଜସ୍ଥାନର ଜାଲୋର ଜିଲ୍ଲାରୁ ଏକ ଦୁଃଖଦ ଚିତ୍ର ସମ୍ନାକୁ ଆସିଛି। ପିଣି ନ ପିଇବାକୁ ପାଇ ଏକ ୫ବର୍ଷର ଝିଅର ମୃତ୍ୟୁ ଘଟିଛି। ଉକ୍ତ ସ୍ଥାନରେ ଝିଅର ଜେଜେମା ମଧ୍ୟ ଚେତା ଶୂନ୍ୟ ହୋଇ ତଳେ ପଡିଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। କାହିଁକି କଂଗ୍ରେସ ଚୁପ ବସିଛି ବୋଲି ବିଜେପି ପ୍ରଶ୍ନ କରିଛି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ସୂଚନାନୁସାରେ, ଏହି ଯନ୍ତ୍ରଣାଦାୟକ ଘଟଣା ରବିବାର ଦିନ ଜାଲୋର ଜିଲ୍ଲାର ରାନୀୱାଡା ଅଞ୍ଚଳର ରୋଡା ଗ୍ରାମରେ ଘଟିଥିବା କୁହାଯାଉଛି। ଏଠାରେ ରବିବାର ଅପରାହ୍ନରେ ପ୍ରାୟ ୪୫ ଡିଗ୍ରୀ ସେଲସିୟସରୁ ଅଧିକ ତାପାମାତ୍ରା ରହିଥିଲା। ପ୍ରବଳ ଖରା ଯୋଗୁଁ ପାଣି ପିାଇବାକୁ ନ ପାଇ ଉକ୍ତ ୫ବର୍ଷ ଝିଅର ମୃତ୍ୟୁ ଘଟିଥିଲା। ଝିଅର ଜେଜେମା ସୁଖୀ ଦେବୀ ଅଚେତ ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହି ସୂଚନା ପୁଲିସକୁ ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଝିଅର ମୃତଦେହକୁ ପୁଲିସ ଉଦ୍ଧାର କରିବାସହ ବ୍ଯବଚ୍ଛେଦ ପାଇଁ ପଠାଇଥିଲେ। ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ଖବର ଅନଯାୟୀ, ସୁଖୀ ଦେବୀ ନାତୁଣୀ ଅଞ୍ଜଳୀଙ୍କ ସହ ସିରୋହି ନିକଟ ରାୟପୁରରୁ ଅପରାହ୍ନରେ ରାନୀୱାଡା ଅଞ୍ଚଳର ଡୁଙ୍ଗ୍ରି ସ୍ଥିତ ତାଙ୍କ ଘରକୁ ଆସୁଥିଲେ। କରୋନା ଅବଧି ହେତୁ ଯାନବାହନ ଚଳାଚଳ ବନ୍ଦ ରହିଛି। ଫଳରେ ସେ ତାଙ୍କ ପାଞ୍ଚ ବର୍ଷର ନାତୁଣୀ ସହିତ ପାଦରେ ଚାଲିଚାଲି ନିଜ ଗାଁକୁ ଯାଉଥିଲେ। ପ୍ରାୟ ୨୦ ରୁ ୨୫ କିମି ଯାତ୍ରା କରିବା ପରେ ଦୁହେଁ ଅତ୍ୟଧିକ ଥକି ଯାଇଥିଲେ। ବାଲୁକା ଘାଟରେ ଉଭୟ ଶୋଷରେ ଅସହାୟ ହୋଇପଡ଼ିଥିଲେ। ଜଳ ନ ଥିବାରୁ ରୋଡା ଗ୍ରାମ ନିକଟରେ ୫ବର୍ଷ ଝିଏ ଅଞ୍ଜଳୀଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ସୁଖୀ ଦେବୀ ଚେତାଶୂନ୍ୟ ହୋଇ ପଡ଼ିଥିଲେ। କରୋନା ଲକଡାଉନ ଓ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକଙ୍କର ମଧ୍ୟ ଚଳପ୍ରଚଳ ନ ଥିଲା। ଯାହାଫଳରେ ଘଟଣାଟି ବହୁତ ବିଳମ୍ବରେ ଜଣାପଡ଼ିଥିଲା।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର