ରାଜସ୍ଥାନରେ ବିଧାନସଭା ମତଦାନ ଜାରି, ୧୮୬୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୫ କୋଟିରୁ ଉର୍ଦ୍ଧ୍ବ ଭୋଟର

The Sakala Picture
Published On

ଜୟପୁର: ରାଜସ୍ଥାନ ବିଧାନସଭା ଲାଗି ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ । ୧୯୯ଟି ବିଧାନସଭା ଆସନରେ ୧୮୬୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୫ କୋଟି ୨୫ ଲକ୍ଷ ଭୋଟର । ନିର୍ବାଚନରେ କଂଗ୍ରେସ ଓ ବିଜେପି ମୁଖ୍ୟ ପ୍ରତିଦ୍ବନ୍ଦୀ ରହିଥିବାବେଳେ ବିଏସପି ଓ ଆପ୍ ମଧ୍ୟ ପ୍ରାର୍ଥୀ ଦେଇଛନ୍ତି। ଗୋଟିଏ ପର୍ଯ୍ୟାୟରେ ମୋଟ ୨୦୦ ଆସନରୁ ୧୯୯ ଆସନ ପାଇଁ […]

ଜୟପୁର: ରାଜସ୍ଥାନ ବିଧାନସଭା ଲାଗି ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ । ୧୯୯ଟି ବିଧାନସଭା ଆସନରେ ୧୮୬୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୫ କୋଟି ୨୫ ଲକ୍ଷ ଭୋଟର । ନିର୍ବାଚନରେ କଂଗ୍ରେସ ଓ ବିଜେପି ମୁଖ୍ୟ ପ୍ରତିଦ୍ବନ୍ଦୀ ରହିଥିବାବେଳେ ବିଏସପି ଓ ଆପ୍ ମଧ୍ୟ ପ୍ରାର୍ଥୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ଗୋଟିଏ ପର୍ଯ୍ୟାୟରେ ମୋଟ ୨୦୦ ଆସନରୁ ୧୯୯ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଗଙ୍ଗାନଗର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରୁମିତ ସିଂ କନୌରଙ୍କ ପରଲୋକ ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି। ମତଦାନ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧ ଲକ୍ଷ ୭୦ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଯେଉଁଥିରେ ରାଜସ୍ଥାନ ପୋଲିସର ୭୦ ହଜାରରୁ ଅଧିକ ଯବାନ ରହିଛନ୍ତି । ସେହିପରି ୧୮ ହଜାର ହୋମଗାର୍ଡ, ୨ ହଜାର ରାଜସ୍ଥାନ ବୋର୍ଡର ହୋମଗାର୍ଡ, ଅନ୍ୟ ରାଜ୍ୟ ତଥା ଉତ୍ତର ପ୍ରଦେଶ, ଗୁଜରାଟ, ହରିୟାଣା, ମଧ୍ୟପ୍ରଦେଶରୁ ୧୫ ହଜାର ହୋମଗାର୍ଡ ଏବଂ ଆରଏସିର ୧୨୦ କମ୍ପାନୀ ସାମିଲ୍ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

ରାଜ୍ୟରେ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ମୋଟ ୧ଲକ୍ଷ ୨ହଜାର ୨୯୦ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ୫ ବର୍ଷ ଧରି ଏଠାରେ କଂଗ୍ରେସ କ୍ଷମତାରେ ରହିଆସିଛି । ପୁଣିଥରେ ଦଳ ସରକାର ଗଠନ ପାଇଁ ସବୁ ଜୋର ଲଗାଇ ଦେଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ. ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଅଶୋକ ଗେହଲଟ୍ ବହୁ ନିର୍ବାଚନୀ ରାଲି କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲା । ଡିସେମ୍ବର ୩ ତାରିଖରେ ନିର୍ବାଚନ ଫଳାଫଳ ଆସିବ ।

ଆହୁରି ପଢ଼ନ୍ତୁ: 'ଅଦା, ରସୁଣ, ଜିରା... କେବେ ପରିବା ହୋଇପାରିବେ ନାହିଁ', ଦଳ ଛାଡ଼ିଥିବା ୭ ଆପ୍ ସାଂସଦଙ୍କୁ ଭଗୱନ୍ତ ମାନଙ୍କ କଟାକ୍ଷ

25 Nov 2023 By The Sakala

ରାଜସ୍ଥାନରେ ବିଧାନସଭା ମତଦାନ ଜାରି, ୧୮୬୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୫ କୋଟିରୁ ଉର୍ଦ୍ଧ୍ବ ଭୋଟର

ଜୟପୁର: ରାଜସ୍ଥାନ ବିଧାନସଭା ଲାଗି ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ । ୧୯୯ଟି ବିଧାନସଭା ଆସନରେ ୧୮୬୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୫ କୋଟି ୨୫ ଲକ୍ଷ ଭୋଟର । ନିର୍ବାଚନରେ କଂଗ୍ରେସ ଓ ବିଜେପି ମୁଖ୍ୟ ପ୍ରତିଦ୍ବନ୍ଦୀ ରହିଥିବାବେଳେ ବିଏସପି ଓ ଆପ୍ ମଧ୍ୟ ପ୍ରାର୍ଥୀ ଦେଇଛନ୍ତି।

ଗୋଟିଏ ପର୍ଯ୍ୟାୟରେ ମୋଟ ୨୦୦ ଆସନରୁ ୧୯୯ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଗଙ୍ଗାନଗର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରୁମିତ ସିଂ କନୌରଙ୍କ ପରଲୋକ ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି। ମତଦାନ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧ ଲକ୍ଷ ୭୦ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଯେଉଁଥିରେ ରାଜସ୍ଥାନ ପୋଲିସର ୭୦ ହଜାରରୁ ଅଧିକ ଯବାନ ରହିଛନ୍ତି । ସେହିପରି ୧୮ ହଜାର ହୋମଗାର୍ଡ, ୨ ହଜାର ରାଜସ୍ଥାନ ବୋର୍ଡର ହୋମଗାର୍ଡ, ଅନ୍ୟ ରାଜ୍ୟ ତଥା ଉତ୍ତର ପ୍ରଦେଶ, ଗୁଜରାଟ, ହରିୟାଣା, ମଧ୍ୟପ୍ରଦେଶରୁ ୧୫ ହଜାର ହୋମଗାର୍ଡ ଏବଂ ଆରଏସିର ୧୨୦ କମ୍ପାନୀ ସାମିଲ୍ ରହିଛନ୍ତି ।

ରାଜ୍ୟରେ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ମୋଟ ୧ଲକ୍ଷ ୨ହଜାର ୨୯୦ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ୫ ବର୍ଷ ଧରି ଏଠାରେ କଂଗ୍ରେସ କ୍ଷମତାରେ ରହିଆସିଛି । ପୁଣିଥରେ ଦଳ ସରକାର ଗଠନ ପାଇଁ ସବୁ ଜୋର ଲଗାଇ ଦେଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ. ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଅଶୋକ ଗେହଲଟ୍ ବହୁ ନିର୍ବାଚନୀ ରାଲି କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲା । ଡିସେମ୍ବର ୩ ତାରିଖରେ ନିର୍ବାଚନ ଫଳାଫଳ ଆସିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର