ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼; ୨୦୯ ଟଙ୍କା ବଢିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର

The Sakala Picture
Published On

ନୂଆଦିଲ୍ଲୀ: ନୂଆ ମାସ ଆରମ୍ଭରୁ ପୁଣି ଖାଉଟିଙ୍କୁ ବଡ଼ ଝଟ୍‌କା ଲାଗିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ବାଣିଜ୍ୟିକ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କେଜିର ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ୨୦୯ ଟଙ୍କା ବୃଦ୍ଧି କରିଦେଇଛନ୍ତି। ଆଜିଠାରୁ ଏହି ନୂଆ ଦର କାର୍ଯ୍ୟକାରୀ ହେବ। ଏହି ମୂଲ୍ୟବୃଦ୍ଧି ସହିତ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ୧୭୩୧.୫୦ ଟଙ୍କାରେ ମିଳିବ। ସୂଚନାଯୋଗ୍ୟ ସେପ୍ଟେମ୍ବର ୧ ତାରିଖରେ ତୈଳ କମ୍ପାନୀଗୁଡିକ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ […]

ନୂଆଦିଲ୍ଲୀ: ନୂଆ ମାସ ଆରମ୍ଭରୁ ପୁଣି ଖାଉଟିଙ୍କୁ ବଡ଼ ଝଟ୍‌କା ଲାଗିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ବାଣିଜ୍ୟିକ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କେଜିର ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ୨୦୯ ଟଙ୍କା ବୃଦ୍ଧି କରିଦେଇଛନ୍ତି। ଆଜିଠାରୁ ଏହି ନୂଆ ଦର କାର୍ଯ୍ୟକାରୀ ହେବ। ଏହି ମୂଲ୍ୟବୃଦ୍ଧି ସହିତ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ୧୭୩୧.୫୦ ଟଙ୍କାରେ ମିଳିବ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ସୂଚନାଯୋଗ୍ୟ ସେପ୍ଟେମ୍ବର ୧ ତାରିଖରେ ତୈଳ କମ୍ପାନୀଗୁଡିକ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୫୮ ଟଙ୍କା ହ୍ରାସ କରିଥିଲେ। ଏହା ପରେ ଦିଲ୍ଲୀରେ ୧୯ କେଜିର ଗ୍ୟାସ ମୂଲ୍ୟ ହ୍ରାସ ପାଇଁ ୧,୫୨୨ ଟଙ୍କାରେ ପହଞ୍ଚି ଥିଲା। ପୂର୍ବରୁ ଅଗଷ୍ଟରେ ମଧ୍ୟ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ୯୯.୭୫ ଟଙ୍କା ହ୍ରାସ କରାଯାଇଥିଲା। ଏପରି ଭାବେ ଗତ ୨ ମାସରେ ବାଣିଜ୍ୟିକ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ପ୍ରାୟ ୨୫୮ ଟଙ୍କା ହ୍ରାସ କରାଯାଇଥିଲା। ଏବେ ପୁଣି ୨୦୯ ଟଙ୍କା ବୃଦ୍ଧି କରାଯାଇଛି। ମୂଲ୍ୟବୃଦ୍ଧି ଉପରେ ଏହା ପ୍ରଭାବ ପକାଇବ। ବିଶେଷ କରି ରେସ୍ତୋରାଁରେ ଖାଇବା ପାଇଁ ଅଧିକ ମୂଲ୍ୟ ଦେବାକୁ ପଡ଼ିପାରେ। ଏହା ସହିତ ସାମଗ୍ରୀ ମୂଲ୍ୟ ମଧ୍ୟ ବୃଦ୍ଧି ପାଇପାରେ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର