ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’କୁ ନେଇ ଜୋର ଧରିଲା ଚର୍ଚ୍ଚା

The Sakala Picture
Published On

ନୂଆଦିଲ୍ଲୀ: ଜି-୨୦ ଅବସରରେ ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇଛି ।  ଦେଶର ଇଂରାଜୀ ନାମକୁ ପରିବର୍ତ୍ତନ କରିପାରନ୍ତି ସରକାର ବୋଲି ସିସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଏନେଇ ସ୍ବତନ୍ତ୍ର ସମ୍ବିଧାନ ସଂଶୋଧନ ପ୍ରସ୍ତାବ କେନ୍ଦ୍ର ସରକାର ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି। […]

ନୂଆଦିଲ୍ଲୀ: ଜି-୨୦ ଅବସରରେ ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇଛି ।  ଦେଶର ଇଂରାଜୀ ନାମକୁ ପରିବର୍ତ୍ତନ କରିପାରନ୍ତି ସରକାର ବୋଲି ସିସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଏନେଇ ସ୍ବତନ୍ତ୍ର ସମ୍ବିଧାନ ସଂଶୋଧନ ପ୍ରସ୍ତାବ କେନ୍ଦ୍ର ସରକାର ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଅନ୍ୟପଟେ ବିରୋଧୀ ଏହାକୁ କଟାକ୍ଷ କରି କହିଛନ୍ତି ଯେ, ମେଣ୍ଟ ‘ଇଣ୍ଡିଆ’ ନାଁକୁ ନେଇ ସରକାର ଡରିଯାଇଛନ୍ତି । ତେଣୁ ସମ୍ବିଧାନ ସଂଶୋଧନ କରିବାକୁ ଯାଉଛନ୍ତି । କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ୍ ମିଡିଆ ଓ୍ବେବସାଇଟ୍ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, ରାଷ୍ଟ୍ରପତି ଭବନ ପକ୍ଷରୁ ଜି-୨୦ ଅବସରରେ ଡିନର ପାର୍ଟି ପାଇଁ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇଛି । ଏହା ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ । ସେହିପରି ଆପ୍ ସାସଂଦ ସଞ୍ଜୟ ସିଂହ ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ସମ୍ବିଧାନର ପ୍ରଥମ ଭାଗରେ ଇଣ୍ଡିଆ ଦାଟ୍ ଇଜ୍ ଭାରତ ବୋଲି ଲେଖାଯାଇଛି। ଏହାକୁ ବଦଳାଇବା ମାନେ ସମ୍ବିଧାନ ଉପରେ ବଡ଼ ଆକ୍ରମଣ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର