ସଂସଦର ବିଶେଷ ଅଧିବେଶନ ଡାକିଲେ କେନ୍ଦ୍ର ସରକାର, ୫ ଦିନ ଧରି ଚାଲିବ ଉଭୟ ଗୃହ

The Sakala Picture
Published On

ନୂଆଦିଲ୍ଲୀ: ସଂସଦର ବିଶେଷ ଅଧିବେଶନ ଡାକିଲେ କେନ୍ଦ୍ର ସରକାର । ସେପ୍ଟେମ୍ବର ୧୮ରୁ ୨୨ ଯାଏ ହେବ ଏହି ବିଶେଷ ଅଧିବେଶନ । ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ବିଟ କରି ସୂଚନା ଦେଇଛନ୍ତି । କୁହାଯାଉଛି, ଏହି ଅଧିବେଶନରେ ୫ଟି ବୈଠକ ହେବ । ୧୭ତମ ଲୋକସଭାର ଏହା ତ୍ରୟୋଦଶତମ ଅଧିବେଶନ ଏବଂ ରାଜ୍ୟସଭାର ୨୬୧ ତମ ଅଧିବେଶନ ହେବ । ଅମୃତ କାଳ ମଧ୍ୟରେ ହେଉଥିବା ସଂସଦର ଏହି ବିଶେଷ […]

ନୂଆଦିଲ୍ଲୀ: ସଂସଦର ବିଶେଷ ଅଧିବେଶନ ଡାକିଲେ କେନ୍ଦ୍ର ସରକାର । ସେପ୍ଟେମ୍ବର ୧୮ରୁ ୨୨ ଯାଏ ହେବ ଏହି ବିଶେଷ ଅଧିବେଶନ । ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

କୁହାଯାଉଛି, ଏହି ଅଧିବେଶନରେ ୫ଟି ବୈଠକ ହେବ । ୧୭ତମ ଲୋକସଭାର ଏହା ତ୍ରୟୋଦଶତମ ଅଧିବେଶନ ଏବଂ ରାଜ୍ୟସଭାର ୨୬୧ ତମ ଅଧିବେଶନ ହେବ । ଅମୃତ କାଳ ମଧ୍ୟରେ ହେଉଥିବା ସଂସଦର ଏହି ବିଶେଷ ଅଧିବେଶନରେ ସଫଳ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ସମ୍ବିଧାନ ଅନୁଚ୍ଛେଦ ୮୫ରେ ସଂସଦର ବିଶେଷ ଅଧିବେଶନ ଡାକିବାର ପ୍ରାବଧାନ ରହିଛି । ଏହି ଧାରା ଅନୁସାରେ ବିଶେଷ ଅଧିବେଶନ ଡାକିବାର ଅଧିକାର କେନ୍ଦ୍ର ସରକାରଙ୍କର ରହିଛି । ସଂସଦୀୟ ବିଭାଗର କ୍ୟାବିନେଟ ସମିତି ଏହି ନିଷ୍ପତ୍ତି ନେଇଥାଏ ଏବଂ ରାଷ୍ଟ୍ରପତି ଏହାକୁ ଔପଚାରିକ ଅନୁମତି ଦେଇଥାନ୍ତି । ଏହାପରେ ବିଶେଷ ଅଧିବେଶନ ଡକାଯାଇଥାଏ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର