ଆଜି ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ଅଛନ୍ତି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅର୍ଥାତ୍ ଇଡି ଏହି ଘଟଣାର ତଦନ୍ତ ଜାରି ରଖିଛି। ସେପଟେ ଆଜି ଅପରାହ୍ନ ୨.୩୦ରେ ସିସୋଦିଆଙ୍କ ଜାମିନ ଆଦେଶ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ଘୋଷଣା କରିବାକୁ ଯାଉଛନ୍ତି। ଏଥି ସହିତ ଆମ୍ ଆଦମୀ ପାର୍ଟିର ପୂର୍ବତନ ସଞ୍ଚାର ନିର୍ଦ୍ଦେଶକ ବିଜୟ ନାଗର, ଅଭିଷେକ ବୋଇନପଲ୍ଲୀ, ବିନୟ ବାବୁଙ୍କ ଜାମିନ ଆବେଦନ ଉପରେ ମଧ୍ୟ କୋର୍ଟ ନିର୍ଦ୍ଦେଶ ଜାରି […]

ନୂଆଦିଲ୍ଲୀ: ଦିଲ୍ଲୀରେ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ଅଛନ୍ତି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅର୍ଥାତ୍ ଇଡି ଏହି ଘଟଣାର ତଦନ୍ତ ଜାରି ରଖିଛି। ସେପଟେ ଆଜି ଅପରାହ୍ନ ୨.୩୦ରେ ସିସୋଦିଆଙ୍କ ଜାମିନ ଆଦେଶ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ଘୋଷଣା କରିବାକୁ ଯାଉଛନ୍ତି। ଏଥି ସହିତ ଆମ୍ ଆଦମୀ ପାର୍ଟିର ପୂର୍ବତନ ସଞ୍ଚାର ନିର୍ଦ୍ଦେଶକ ବିଜୟ ନାଗର, ଅଭିଷେକ ବୋଇନପଲ୍ଲୀ, ବିନୟ ବାବୁଙ୍କ ଜାମିନ ଆବେଦନ ଉପରେ ମଧ୍ୟ କୋର୍ଟ ନିର୍ଦ୍ଦେଶ ଜାରି କରିବାକୁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ସୂଚନା ଥାଉକି, ମନୀଷ ସିସୋଦିଆ ଅବକାରୀ ଦୁର୍ନୀତି ମାମଲାରେ ଦୀର୍ଘ ସମୟ ଧରି ଜେଲରେ ଅଛନ୍ତି। ଏହାପୂର୍ବରୁ ମାର୍ଚ୍ଚ ୯ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅବକାରୀ ନୀତି ମାମଲାରେ ସିସୋଦିଆଙ୍କୁ ଗିରଫ କରିଥିଲା। ଦିଲ୍ଲୀ ଅବକାରୀ ନୀତି ପ୍ରଣୟନ ଏବଂ କାର୍ଯ୍ୟକାରିତାରେ ଅନିୟମିତତା ଅଭିଯୋଗରେ ସିବିଆଇ ଗିରଫ କରିଥିଲା। ଏବେ ଉଭୟ ମାମଲାରେ ସିସୋଦିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଏହାପୂର୍ବରୁ ସିବିଆଇ ୨୬ ଫେବୃଆରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ଏହି ସମୟରେ ତାଙ୍କୁ ୮ ଘଣ୍ଟା ପଚରାଉଚରା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର