ଛତିଶଗଡ଼ କଂଗ୍ରେସରେ ହଲଚଲ: ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିଲା ସମୀକରଣ, ଟିଏସ୍ ସିଂହଦେଓ ହେଲେ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ
ରାୟପୁର: ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ କଂଗ୍ରେସ ସରକାରରେ ହଲଚଲ। ଟିଏସ୍ ସିଂହଦେଓଙ୍କୁ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ କରାଯାଇଛି। ଏହାକୁ ନେଇ ଛତିଶଗଡ଼ ରାଜନୀତି ପୁଣି ଚଳଚଞ୍ଚଳ ହୋଇଉଠିଛି। ଛତିଶଗଡ଼ରେ ଭୁପେଶ ବାଘେଲ ମୁଖ୍ୟମନ୍ତ୍ରୀ ଅଛନ୍ତି। ଆଗକୁ ରାଜ୍ୟ ରାଜନୀତିରେ ସମୀକରଣ ବଦଳିବ ବୋଲି ଆଶା କରାଯାଉଛି। ଟିଏସ୍ ସିଂହଦେଓଙ୍କୁ ଅଭିନନ୍ଦନ ଜଣାଇବା ସହ ‘ଆମେ ପ୍ରସ୍ତୁତ’ ବୋଲି ସିଏମ୍ ଭୁପେଶ ବାଘେଲ କହିଛନ୍ତି। ଦୀର୍ଘ ୧୫ ବର୍ଷ ପରେ କ୍ଷମତା ଅକ୍ତିଆର କରି ୨୦୧୮ରେ ଛତିଶଗଡ଼ରେ ସରକାର […]
ରାୟପୁର: ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ କଂଗ୍ରେସ ସରକାରରେ ହଲଚଲ। ଟିଏସ୍ ସିଂହଦେଓଙ୍କୁ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ କରାଯାଇଛି। ଏହାକୁ ନେଇ ଛତିଶଗଡ଼ ରାଜନୀତି ପୁଣି ଚଳଚଞ୍ଚଳ ହୋଇଉଠିଛି। ଛତିଶଗଡ଼ରେ ଭୁପେଶ ବାଘେଲ ମୁଖ୍ୟମନ୍ତ୍ରୀ ଅଛନ୍ତି। ଆଗକୁ ରାଜ୍ୟ ରାଜନୀତିରେ ସମୀକରଣ ବଦଳିବ ବୋଲି ଆଶା କରାଯାଉଛି। ଟିଏସ୍ ସିଂହଦେଓଙ୍କୁ ଅଭିନନ୍ଦନ ଜଣାଇବା ସହ ‘ଆମେ ପ୍ରସ୍ତୁତ’ ବୋଲି ସିଏମ୍ ଭୁପେଶ ବାଘେଲ କହିଛନ୍ତି। ଦୀର୍ଘ ୧୫ ବର୍ଷ ପରେ କ୍ଷମତା ଅକ୍ତିଆର କରି ୨୦୧୮ରେ ଛତିଶଗଡ଼ରେ ସରକାର କରିଥିଲା କଂଗ୍ରେସ। ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଭୁପେଶ ବାଘେଲ ଓ ଟିଏସ୍ ସିଂହଦେଓଙ୍କ ଭିତରେ କନ୍ଦଳ ଦେଖାଦେଇଥିଲା। ଏହା ପରେ ବାଘେଲଙ୍ଗୁ ଅଢ଼େଇ ବର୍ଷ ନିମନ୍ତେ ସିଏମ୍ ଆସନ ଦେବାକୁ କଂଗ୍ରେସ ସ୍ଥିର କରିଥିଲା। ଏହାପରେ ଟିଏସ୍ ସିଂହଦେଓ ଆଉ ଅଧାଦିନ କ୍ଷମତାରେ ବସିବାକୁ କଥା ହୋଇଥିଲା । ମାତ୍ର ଏହା ପରବର୍ତ୍ତୀ ସମୟରେ ହେଲାନି । ଏବେବି ଭୁପେଶ ସିଏମ୍ କ୍ଷମତାରେ ବସିଛନ୍ତି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ନ ହୋଇପାରିବା ନେଇ ଗଣମାଧ୍ୟମ ଆଗରେ କ୍ଷୋଭ ପ୍ରକାଶ କରିଥିଲେ ସିଂହଦେଓ।