ସମ୍ପୂର୍ଣ୍ଣ ତଥ୍ୟ ଦେଉନି ଚୀନ୍‌: କରୋନା ମୃତ୍ୟୁ ଓ ସଂକ୍ରମଣକୁ ନେଇ ‘ହୁ’ର ଚିନ୍ତା

The Sakala Picture
Published On

ନୂଆଦିଲ୍ଲୀ: ଏବେ ଚୀନ୍‌ରେ କରୋନା ସଂକ୍ରମଣ ଏବଂ କରୋନାଜନିତ ମୃତ୍ୟୁ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ଗତ ମାସ ପ୍ରାରମ୍ଭରୁ ବଢିଥିବା ସଂକ୍ରମଣ ଲଗାତର ଭାବେ କାୟା ବିସ୍ତାର କରି ଚାଲଇଥିବା ବେଳେ ଦୈନିକ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କିନ୍ତୁ ଚୀନ୍‌ ଏ ସମ୍ପର୍କରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)କୁ ପ୍ରକୃତ ତଥ୍ୟ ଦେଉ ନାହିଁ ବୋଲି ହୁ ପକ୍ଷରୁ କୁହାଯାଇଛି। ଯାହାକି ସଂକ୍ରମଣ ରୋକିବା ଏବଂ ବିଶ୍ବ ସ୍ତରରେ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବା କ୍ଷେତ୍ରରେ ସମସ୍ୟା […]

ନୂଆଦିଲ୍ଲୀ: ଏବେ ଚୀନ୍‌ରେ କରୋନା ସଂକ୍ରମଣ ଏବଂ କରୋନାଜନିତ ମୃତ୍ୟୁ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ଗତ ମାସ ପ୍ରାରମ୍ଭରୁ ବଢିଥିବା ସଂକ୍ରମଣ ଲଗାତର ଭାବେ କାୟା ବିସ୍ତାର କରି ଚାଲଇଥିବା ବେଳେ ଦୈନିକ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କିନ୍ତୁ ଚୀନ୍‌ ଏ ସମ୍ପର୍କରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)କୁ ପ୍ରକୃତ ତଥ୍ୟ ଦେଉ ନାହିଁ ବୋଲି ହୁ ପକ୍ଷରୁ କୁହାଯାଇଛି। ଯାହାକି ସଂକ୍ରମଣ ରୋକିବା ଏବଂ ବିଶ୍ବ ସ୍ତରରେ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ ବୋଲି ହୁ କହିଛି। ହୁ’ର ଆପାଦକାଳୀନ ନିର୍ଦ୍ଦେଶକ ମାଇକେଲ ରିଆନ କହିଛନ୍ତି ଯେ, ଯଦିଓ ଚୀନ୍‌ ପୂର୍ବ ତୁଳନାରେ ତଥ୍ୟ ଲୁଚାଉ ନାହିଁ କିନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ଦେଉ ନାହିଁ। ବର୍ତ୍ତମାନ ଚୀନରେ ଦିନକୁ ହଜାର ହଜାର ସଂଖ୍ୟାରେ ମୃତ୍ୟୁ ଘଟୁଥିଲେ ମଧ୍ୟ ଚୀନ୍ ସରକାର ଏହାକୁ ଅଳ୍ପ ସଂଖ୍ୟା ମଧ୍ୟରେ ସୀମିତ ରଖୁଛନ୍ତି। ତେଣୁ ସେଠାକାର ପ୍ରକୃତ ସ୍ଥିତି ସମ୍ପର୍କରେ ଆକଳନ କରିବା ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ସମସ୍ୟା ସୃଷ୍ଟି ହେଉଛି। ସଂକ୍ରମଣ ଏବଂ ମୃତ୍ୟୁକୁ ଦୃଷ୍ଟିରେ ରଖି ଚୀନ୍‌ର ସାଧାରଣ ସ୍ବାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ଅଧÒକରୁ ଅଧିକ ଡାକ୍ତରଙ୍କୁ ନିୟୋଜିତ କରିବାର ଆବଶ୍ୟକତା ଦେଖାଯାଇଛି। କିନ୍ତୁ ଚୀନ୍‌ ପ୍ରକୃତ ତଥ୍ୟ ଦେଉ ନଥିବାରୁ କରୋନାଜନିତ ବିପଦକୁ ଆକଳନ କରିବା ଏବଂ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବା ସମ୍ଭବ ହେଉ ନାହିଁ ବୋଲି ରିଆନ କହିଛନ୍ତି। ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ ଚୀନ୍‌ରେ ଚଳିତ ବର୍ଷ କରୋନାଜନିତ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ଟପିବ। ବର୍ତ୍ତମାନ ଦୈନିକ ୫ ହଜାରରୁ ଅଧିକ ମୃତ୍ୟୁ ହେଉ ଥିବା ବେଳେ ଆଗକୁ ଏହି ସଂଖ୍ୟା ବହୁ ଗୁଣିତ ହେବ। ହେଲେ ସଂକ୍ରମଣ ଆରମ୍ଭ ହେବା ପରେ ବର୍ତ୍ତମାନ ସୁଦ୍ଧା ୫ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ଚୀନ୍‌ କହୁଛି। ଯାହାକି ଚୀନ୍‌ ସମେତ ଅନ୍ୟାନ୍ୟ ରାଷ୍ଟ୍ର ପାଇଁ ବିପଦ ଆଣିପାରେ ବୋଲି ରିଆନ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

13 Jan 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର