ସୁପରସୋନିକ ମିଜାଇଲ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରିବର୍ଦ୍ଧିତ ରେଞ୍ଜ ଭର୍ସନର ସଫଳ ପରୀକ୍ଷଣ

The Sakala Picture
Published On

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେଲା ଭାରତ। ଆଜି ଭାରତୀୟ ବାୟୁସେନାର ସୁପରସୋନିକ ମିଜାଇଲ ବ୍ରହ୍ମୋସର ପରିବର୍ଦ୍ଧିତ ରେଞ୍ଜ ଭର୍ସନର ସଫଳ ପରୀକ୍ଷଣ କରାଯାଇଛି। S u-30 MKI ବିମାନରୁ ବ୍ରହ୍ମୋସର କରାଯାଇଛି ସଫଳ ପରୀକ୍ଷା। ବ୍ରହ୍ମୋସର ପରିବର୍ଦ୍ଧିତ ରେଞ୍ଜ ଭର୍ସନର ପରୀକ୍ଷଣ ହୋଇଥିବାବେଳେ ଏକ ଜାହାଜକୁ ଟାର୍ଗେଟ କରିଥିଲା କ୍ଷେପଣାସ୍ତ୍ର । ସୁପରସୋନିକ କ୍ରୁଜ ମିସାଇଲକୁ ବଙ୍ଗୋପ ସାଗରରେ ପରୀକ୍ଷା କରାଯାଇଥିବାବେଳେ ସମୁଦ୍ର ଓ ଭୂପୃଷ୍ଠରେ ଥିବା ଲକ୍ଷ୍ୟ ସ୍ଥଳକୁ ଭେଦ କରିପାରିବାର ସାମର୍ଥ୍ୟ ହାସଲ କରିଛି […]

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେଲା ଭାରତ। ଆଜି ଭାରତୀୟ ବାୟୁସେନାର ସୁପରସୋନିକ ମିଜାଇଲ ବ୍ରହ୍ମୋସର ପରିବର୍ଦ୍ଧିତ ରେଞ୍ଜ ଭର୍ସନର ସଫଳ ପରୀକ୍ଷଣ କରାଯାଇଛି। S u-30 MKI ବିମାନରୁ ବ୍ରହ୍ମୋସର କରାଯାଇଛି ସଫଳ ପରୀକ୍ଷା। ବ୍ରହ୍ମୋସର ପରିବର୍ଦ୍ଧିତ ରେଞ୍ଜ ଭର୍ସନର ପରୀକ୍ଷଣ ହୋଇଥିବାବେଳେ ଏକ ଜାହାଜକୁ ଟାର୍ଗେଟ କରିଥିଲା କ୍ଷେପଣାସ୍ତ୍ର ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ସୁପରସୋନିକ କ୍ରୁଜ ମିସାଇଲକୁ ବଙ୍ଗୋପ ସାଗରରେ ପରୀକ୍ଷା କରାଯାଇଥିବାବେଳେ ସମୁଦ୍ର ଓ ଭୂପୃଷ୍ଠରେ ଥିବା ଲକ୍ଷ୍ୟ ସ୍ଥଳକୁ ଭେଦ କରିପାରିବାର ସାମର୍ଥ୍ୟ ହାସଲ କରିଛି ବ୍ରହ୍ମୋସ । ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ବ୍ରହ୍ମୋସର ପରୀକ୍ଷା ନେଇ ସୂଚନା ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ। ଏହି ଧରଣର କ୍ଷେପଣାସ୍ତ୍ର ଯୋଗୁ ଶକ୍ତିଶାଳୀ ହେବା ବାୟୁସେନା ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଭାରତୀୟ ବାୟୁସେନା, ଭାରତୀୟ ନୌସେନା, ଡିଆରଡିଓ, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଓ ବ୍ରହ୍ମୋସ ଏରୋସ୍ପେସର ମିଳିତ ଉଦ୍ୟମ କ୍ରମେ ବିକଶିତ କରାଯାଇଛି କ୍ଷେପଣାସ୍ତ୍ର । ପ୍ରତିରକ୍ଷା ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି । ସମୁଦ୍ରରେ କିଛି ଲକ୍ଷ୍ୟ ଉପରେ ଏହା ପ୍ରଥମ ପରୀକ୍ଷଣ ଅଟେ । ଏହା ପୂର୍ବରୁ ସ୍ଥଳ ଭାଗରେ ଥିବା ଟାର୍ଗେଟ ଉପରେ ସଫଳ ପରୀକ୍ଷଣ କରାଯାଇଥିଲା । ବ୍ରହ୍ମୋସ ପରିବର୍ଦ୍ଧିତ ରେଞ୍ଜର ମାରକ କ୍ଷମତା ୪୦୦ କିଲୋମିଟର ରହିଛି । ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଏହା, ମିଜାଇଲର ଏୟାର ଲଞ୍ଚ୍ ଭର୍ସନ ଆଣ୍ଟି-ସିପ୍ ସଂସ୍କରଣର ପରୀକ୍ଷଣ ଥିଲା ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର