ନୋଟ୍‌ରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରଖିବାକୁ ଅପିଲ୍ କଲେ କେଜ୍ରିୱାଲ

The Sakala Picture
Published On

ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନର ଠିକ୍‌ ପୂର୍ବରୁ ହିନ୍ଦୁତ୍ବ କାର୍ଡ ଖେଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ସିଏମ ଭାରତୀୟ ମୁଦ୍ରାରେ ଗାନ୍ଧୀଜୀଙ୍କ ସହ ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କ ଫଟୋ ଲଗାଇବା ପାଇଁ ଦାବି କରିଛନ୍ତି । ଗୋଟିଏ ପଟେ ଗାନ୍ଧୀଜୀଙ୍କ ଫଟୋ ଓ ଅନ୍ୟପଟେ ଦେବାଦେବୀଙ୍କ ଫଟୋ ରହିଲେ ସମଗ୍ର ଦେଶକୁ ତାଙ୍କ ଆଶୀର୍ବାଦ ମିଳିପାରିବ ବୋଲି ସେ କହିଛନ୍ତି । ମା’ ଲକ୍ଷ୍ମୀଙ୍କୁ ହିନ୍ଦୁମାନେ ସୁଖ ସମୃଦ୍ଧିର ଦେବୀ ମାନୁଥିବା […]

ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନର ଠିକ୍‌ ପୂର୍ବରୁ ହିନ୍ଦୁତ୍ବ କାର୍ଡ ଖେଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ସିଏମ ଭାରତୀୟ ମୁଦ୍ରାରେ ଗାନ୍ଧୀଜୀଙ୍କ ସହ ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କ ଫଟୋ ଲଗାଇବା ପାଇଁ ଦାବି କରିଛନ୍ତି । ଗୋଟିଏ ପଟେ ଗାନ୍ଧୀଜୀଙ୍କ ଫଟୋ ଓ ଅନ୍ୟପଟେ ଦେବାଦେବୀଙ୍କ ଫଟୋ ରହିଲେ ସମଗ୍ର ଦେଶକୁ ତାଙ୍କ ଆଶୀର୍ବାଦ ମିଳିପାରିବ ବୋଲି ସେ କହିଛନ୍ତି । ମା’ ଲକ୍ଷ୍ମୀଙ୍କୁ ହିନ୍ଦୁମାନେ ସୁଖ ସମୃଦ୍ଧିର ଦେବୀ ମାନୁଥିବା ବେଳେ ଗଣେଶ ବିଘ୍ନହର୍ତ୍ତା ଭାବେ ପରିଚିତ । ଏଣୁ ଏହି ଦୁଇ ଦେବାଦେବୀଙ୍କୁ ଟଙ୍କାରେ ସ୍ଥାନ ଦେଲେ ଭାରତୀୟ ଅର୍ଥ ବ୍ୟବସ୍ଥା ସୁଧୁରିବା ନେଇ କେଜ୍ରିୱାଲ ଆଶା କରିଛନ୍ତି । ସମୂର୍ଣ୍ଣ ନୋଟ୍‌ ବଦଳାଇବାକୁ ନୁହେଁ ବରଂ ଯେଉଁ ନୂଆ ନୋଟ୍‌ ଛପା ଯାଉଛି ସେଥିରେ ଭଗବାନଙ୍କୁ ସ୍ଥାନ ଦେବାକୁ କେଜ୍ରିୱାଲ ଅପିଲ୍‌ କରିଛନ୍ତି ।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

୭୫ ବର୍ଷ ସ୍ବାଧୀନତା ପରେ ବି ଭାରତ ବିକାଶଶୀଳ ଦେଶ ଓ ଗରିବ ଭାବେ ଜଣାଯାଉଛି । ଭାରତର ନାମ ବିକଶିତ ଓ ଧନୀ ରାଷ୍ଟ୍ରରେ ସାମିଲ କରିବା ପାଇଁ ସବୁ ଭାରତୀୟ ଚାହୁଁଛନ୍ତି । ଦିନକୁ ଦିନ ଦେଶର ଅର୍ଥ ବ୍ୟବସ୍ଥା ଦୁର୍ବଳ ହେବାରେ ଲାଗିଛି । ଡଲାର ତୁଳନାରେ ଟଙ୍କା ପ୍ରତିଦିନ କମଜୋର୍‌ ହେଉଛି । ଏଥିରେ ସୁଧାର ଆଣିବା ପାଇଁ ଲକ୍ଷ୍ମୀ ଓ ଗଣେଶଙ୍କ ଆରଧନା କରାଯିବା ଉଚିତ୍‌ ।କାରଣ ଆମ ଦେଶରେ ସାଧାରଣତଃ ବ୍ୟବସାୟୀ ମାନେ ଏହି ଦୁଇ ଦେବାଦେବୀଙ୍କୁ ପୂଜା କରିଥାନ୍ତି । ଆଜି ପ୍ରେସ କନଫରେନ୍ସ କରି ଏଭଳି ଅପିଲ୍‌ କରିଛନ୍ତି କେଜ୍ରିୱାଲ ।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଆଇନ ଘୋଷିତ ହେଲା ଟ୍ରମ୍ପଙ୍କ ୧ ଲକ୍ଷ ଡଲାରର H-1B ଭିସା ଫି', ଭାରତୀୟଙ୍କ ପାଇଁ ଆଶ୍ୱସ୍ତି

26 Oct 2022 By The Sakala

ନୋଟ୍‌ରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରଖିବାକୁ ଅପିଲ୍ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନର ଠିକ୍‌ ପୂର୍ବରୁ ହିନ୍ଦୁତ୍ବ କାର୍ଡ ଖେଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ସିଏମ ଭାରତୀୟ ମୁଦ୍ରାରେ ଗାନ୍ଧୀଜୀଙ୍କ ସହ ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କ ଫଟୋ ଲଗାଇବା ପାଇଁ ଦାବି କରିଛନ୍ତି । ଗୋଟିଏ ପଟେ ଗାନ୍ଧୀଜୀଙ୍କ ଫଟୋ ଓ ଅନ୍ୟପଟେ ଦେବାଦେବୀଙ୍କ ଫଟୋ ରହିଲେ ସମଗ୍ର ଦେଶକୁ ତାଙ୍କ ଆଶୀର୍ବାଦ ମିଳିପାରିବ ବୋଲି ସେ କହିଛନ୍ତି । ମା’ ଲକ୍ଷ୍ମୀଙ୍କୁ ହିନ୍ଦୁମାନେ ସୁଖ ସମୃଦ୍ଧିର ଦେବୀ ମାନୁଥିବା ବେଳେ ଗଣେଶ ବିଘ୍ନହର୍ତ୍ତା ଭାବେ ପରିଚିତ । ଏଣୁ ଏହି ଦୁଇ ଦେବାଦେବୀଙ୍କୁ ଟଙ୍କାରେ ସ୍ଥାନ ଦେଲେ ଭାରତୀୟ ଅର୍ଥ ବ୍ୟବସ୍ଥା ସୁଧୁରିବା ନେଇ କେଜ୍ରିୱାଲ ଆଶା କରିଛନ୍ତି । ସମୂର୍ଣ୍ଣ ନୋଟ୍‌ ବଦଳାଇବାକୁ ନୁହେଁ ବରଂ ଯେଉଁ ନୂଆ ନୋଟ୍‌ ଛପା ଯାଉଛି ସେଥିରେ ଭଗବାନଙ୍କୁ ସ୍ଥାନ ଦେବାକୁ କେଜ୍ରିୱାଲ ଅପିଲ୍‌ କରିଛନ୍ତି ।

୭୫ ବର୍ଷ ସ୍ବାଧୀନତା ପରେ ବି ଭାରତ ବିକାଶଶୀଳ ଦେଶ ଓ ଗରିବ ଭାବେ ଜଣାଯାଉଛି । ଭାରତର ନାମ ବିକଶିତ ଓ ଧନୀ ରାଷ୍ଟ୍ରରେ ସାମିଲ କରିବା ପାଇଁ ସବୁ ଭାରତୀୟ ଚାହୁଁଛନ୍ତି । ଦିନକୁ ଦିନ ଦେଶର ଅର୍ଥ ବ୍ୟବସ୍ଥା ଦୁର୍ବଳ ହେବାରେ ଲାଗିଛି । ଡଲାର ତୁଳନାରେ ଟଙ୍କା ପ୍ରତିଦିନ କମଜୋର୍‌ ହେଉଛି । ଏଥିରେ ସୁଧାର ଆଣିବା ପାଇଁ ଲକ୍ଷ୍ମୀ ଓ ଗଣେଶଙ୍କ ଆରଧନା କରାଯିବା ଉଚିତ୍‌ ।କାରଣ ଆମ ଦେଶରେ ସାଧାରଣତଃ ବ୍ୟବସାୟୀ ମାନେ ଏହି ଦୁଇ ଦେବାଦେବୀଙ୍କୁ ପୂଜା କରିଥାନ୍ତି । ଆଜି ପ୍ରେସ କନଫରେନ୍ସ କରି ଏଭଳି ଅପିଲ୍‌ କରିଛନ୍ତି କେଜ୍ରିୱାଲ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର