ଆଜି ଦାୟିତ୍ବ ନେବେ କଂଗ୍ରେସର ନବନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

The Sakala Picture
Published On

ନୂଆଦିଲ୍ଲୀ: କଂଗ୍ରେସର ନବନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ଦାୟିତ୍ବ ନେବେ। ଆଜି ସକାଳେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାପରେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ଲାଲ ବାହାଦୂର ଶାସ୍ତ୍ରୀ ଓ ରାଜୀବ ଗାନ୍ଧୀଙ୍କ ସ୍ମୃତିସ୍ଥଳ ବି ପରିଦର୍ଶନ କରିବେ। ପଦଭାର ସମ୍ଭାଳିବା ପୂର୍ବରୁ କଂଗ୍ରେସ ମୁଖ୍ୟ ଅଫିସରେ ସମସ୍ତ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ଯାୟରେ। ସୁରକ୍ଷାକର୍ମୀ ଓ ବରିଷ୍ଠ କାର୍ଯ୍ଯକର୍ତ୍ତା ପାର୍ଟି ଅଫିସ ଯାଇ […]

ନୂଆଦିଲ୍ଲୀ: କଂଗ୍ରେସର ନବନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ଦାୟିତ୍ବ ନେବେ। ଆଜି ସକାଳେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାପରେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ଲାଲ ବାହାଦୂର ଶାସ୍ତ୍ରୀ ଓ ରାଜୀବ ଗାନ୍ଧୀଙ୍କ ସ୍ମୃତିସ୍ଥଳ ବି ପରିଦର୍ଶନ କରିବେ। ପଦଭାର ସମ୍ଭାଳିବା ପୂର୍ବରୁ କଂଗ୍ରେସ ମୁଖ୍ୟ ଅଫିସରେ ସମସ୍ତ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ଯାୟରେ। ସୁରକ୍ଷାକର୍ମୀ ଓ ବରିଷ୍ଠ କାର୍ଯ୍ଯକର୍ତ୍ତା ପାର୍ଟି ଅଫିସ ଯାଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ମୁଖ୍ୟ ମଧୂସୁଦନ ମିସ୍ତ୍ରୀ ବୁଧବାର ଖଡଗେଙ୍କୁ ଔପଚାରିକ ଭାବେ ନିର୍ବାଚନ ପ୍ରମାଣପତ୍ର ଦେବେ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ନୂଆ ଦାୟିତ୍ବ ଖଡଗେଙ୍କ ପାଇଁ ନିଶ୍ଚିତ ରୂପେ ନୂଆ ଚ୍ୟାଲେଞ୍ଜ ନେଇ ଆସିବ। ଗୋଟିଏ ପଟେ ରାଜସ୍ଥାନର ଶାସନ ଗାଦି ତ କିଛି ସପ୍ତାହ ମଧ୍ୟରେ ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଖଡଗେଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇପାରେ। ସେହିପରି ୨୦୨୪ ଲୋକସଭା ନିର୍ବାଚନ ତାଙ୍କ ପାଇଁ ବଡ ଅଗ୍ନିପରୀକ୍ଷା ସାଜିବ। ପଦ ଭାର ଗ୍ରହଣ କରିବା ପୂର୍ବରୁ ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ମଲ୍ଲିକାର୍ଜୁନ ଖଡଗେ ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର