ଆଇସିସି ଟି-୨୦ ବିଶ୍ୱକପ୍‌‌ରେ ନାହିଁ କୋଭିଡ୍‌‌-୧୯ କଟକଣା, ପଜିଟିଭ କ୍ରିକେଟର ବି ଖେଳିପାରିବେ ମ୍ୟାଚ୍‌‌

The Sakala Picture
Published On

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଥିବା ଟି-୨୦ ବିଶ୍ୱକପ୍‌‌ରେ ଏଥର କୋଭିଡ୍‌‌-୧୯ ନେଇ କୌଣସି କଟକଣା ଜାରି କରାଯାଇନାହିଁ। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଓ ଅଷ୍ଟ୍ରେଲିଆ ସରକାର ଏ ସଂକ୍ରାନ୍ତରେ ଗୁରୁ୍‌‌ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଜଣେ କ୍ରିକେଟର କୋଭିଡ୍‌‌ ପଜିଟିଭ ହୋଇଥିଲେ ମଧ୍ୟ ମ୍ୟାଚ୍‌‌ ଖେଳିପାରିବେ ବୋଲି କୁହାଯାଇଛି। ତେଣୁ ବିଶ୍ୱକପ୍‌‌ରେ ଏ ନେଇ କୌଣସି କଟକଣା ଜାରି କରାଯାଇନାହିଁ। ସେହିପରି କୋଭିଡ୍‌‌-୧୯ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇ ନାହିଁ। ଏହି ମହାମାରୀ ତଥା ବିପର୍ଯ୍ୟୟ ପରେ ପ୍ରଥମଥର […]

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଥିବା ଟି-୨୦ ବିଶ୍ୱକପ୍‌‌ରେ ଏଥର କୋଭିଡ୍‌‌-୧୯ ନେଇ କୌଣସି କଟକଣା ଜାରି କରାଯାଇନାହିଁ। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଓ ଅଷ୍ଟ୍ରେଲିଆ ସରକାର ଏ ସଂକ୍ରାନ୍ତରେ ଗୁରୁ୍‌‌ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଜଣେ କ୍ରିକେଟର କୋଭିଡ୍‌‌ ପଜିଟିଭ ହୋଇଥିଲେ ମଧ୍ୟ ମ୍ୟାଚ୍‌‌ ଖେଳିପାରିବେ ବୋଲି କୁହାଯାଇଛି। ତେଣୁ ବିଶ୍ୱକପ୍‌‌ରେ ଏ ନେଇ କୌଣସି କଟକଣା ଜାରି କରାଯାଇନାହିଁ। ସେହିପରି କୋଭିଡ୍‌‌-୧୯ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇ ନାହିଁ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଏହି ମହାମାରୀ ତଥା ବିପର୍ଯ୍ୟୟ ପରେ ପ୍ରଥମଥର ପାଇଁ କୌଣସି ଟୁର୍ଣ୍ଣାମେଣ୍ଟ ବିନା କୋଭିଡ୍‌‌-୧୯ ଟେଷ୍ଟରେ ଆୟୋଜନ ହେବାକୁ ଯାଉଛି। ଅଶ୍ଚର୍ଯ୍ୟଜନକ ଭାବେ ଏହି ଦେଶ ଅଷ୍ଟ୍ରେଲିଆ ଗତବର୍ଷ ଟେନିସ ସୁପରଷ୍ଟାର ନୋଭାକ ଜୋକୋଭଚିଚ୍‌‌ଙ୍କୁ କୋଭିଡ୍‌‌ ଟେଷ୍ଟ କରି ନଥିବାର କାରଣରୁ ଅଷ୍ଟ୍ରେଲିଆନ ଓପନ୍‌‌ ଖେଳିବାର ସୁଯୋଗ ଦେଇ ନଥିଲା। ଯଦି କୌଣସି ଖେଳାଳି ପଜିଟିଭ ବୋଲି ଟେଷ୍ଟରୁ ଜଣାପଡନ୍ତି ଓ ସେ ସୁସ୍ଥ ଅନୁଭବ କରୁଥାନ୍ତି ତେବେ ସେ ମ୍ୟାଚ୍‌‌ ଖେଳିବାର କୌଣସି ସମସ୍ୟା ନାହିଁ ବୋଲି କୁହାଯାଇଛି। ମେଡିକାଲ ଟିମ୍‌‌ର ପରାମର୍ଶ ଅନୁସାରେ ଏ ଭଳି ସ୍ଥିତିରେ ଖେଳାଳିଙ୍କୁ ପ୍ରୋଟୋକଲ ଫଲୋ କରିବାକୁ ହେବ। ସଂକ୍ରମିତ ଖେଳାଳି ମାସ୍କ ପରିଧାନ କରିବା ସହ ସାଥି ଖେଳାଳିଙ୍କଠାରୁ ଦୂରତ୍ୱ ବଜାୟ ରଖିବେ। ନୂଆ ନିଷ୍ପତ୍ତି ଅନୁଯାୟୀ ସବୁ ଦଳ ଓ ଖେଳାଳିମାନେ ବିଶ୍ୱକପ୍‌‌ରେ ନିଶ୍ଚିତ ଭାବେ ସହଜ ଅନୁଭବ କରିବେ। ଏହା ଦ୍ୱାରା ପ୍ରତ୍ୟେକ ଦଳର ଟିମ୍‌‌ ମ୍ୟାନେଜମେଣ୍ଟ କେବଳ ଟୁର୍ଣ୍ଣାମେଣ୍ଟ ଉପରେ ଫୋକସ କରିବେ ଓ କୋଭିଡ୍‌‌ ନେଇ ଆଦୌ ବ୍ୟସ୍ତ ହେବେ ନାହିଁ। ଖେଳାଳିମାନେ ଏହା ଦ୍ୱାରା ଚିନ୍ତାମୁକ୍ତ ହେବେ। ୨୦୨୦ରୁ ବାୟୋ ବବଲରେ କ୍ରିକେଟ ଖେଳାଯାଇ ଆସୁଥିଲା। ଖେଳାଳିମାନଙ୍କର ଆରଟିପିସିଆର ଟେଷ୍ଟ କରାଯାଉଥିଲା। ଚଳିତବର୍ଷ ବବଲକୁ ଉଠାଇଦିଆଯାଇଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ବିପକ୍ଷ ଫାଇନାଲ ମ୍ୟାଚ୍‌‌ରେ ଅଷ୍ଟ୍ରେଲିଆ ମହିଳା ଅଲରାଉଣ୍ଡର ତାହିଲ ମ୍ୟାକଗ୍ରାଥ୍‌‌ ସଂକ୍ରମିତ ହୋଇଥିଲେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲେ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଟି-୨୦ ବିଶ୍ୱକପ୍‌‌ ପ୍ରଥମେ ୨୦୨୦ରେ ଅଷ୍ଟ୍ରେଲିଆରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ଅଷ୍ଟ୍ରେଲିଆରେ ସଂକ୍ରମଣ ସବୁଠାରୁ କମ୍‌‌ ଥିଲେ ମଧ୍ୟ ସେତେବେଳେ ଏହି ମେଗା ଇଭେଣ୍ଟକୁ ୨୦୨୨କୁ ଘୁଞ୍ଚାଇ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର