ମନୋରଞ୍ଜନ
ଓଡ଼ିଶା
ଅସହାୟ କୁନିଝିଅର ସଫଳ ଅସ୍ତ୍ରୋପଚାର କରାଇଲେ ସୋନୁ ସୁଦ୍
ପାଟଣା: ପୁଣି ଥରେ ସେବା କାର୍ଯ୍ଯରେ ଚର୍ଚ୍ଚାକୁ ଆସିଛନ୍ତି ଏହି ଲୋକପ୍ରିୟ ବଲିଉଡ ଅଭିନେତା ସୋନୁ ସୁଦ। ସବୁବେଳେ ସେବା କରିବାକୁ ନେଇ ପ୍ରଶଂସାର ପାତ୍ର ସାଜିଥାନ୍ତି। ଅସହାୟଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ଆଗେଇ ଆସିଥାନ୍ତି ସୋନୁ ସୁଦ। ଏବେ ପୁଣି ଏକ କୁନି ଝିଅକୁ ସାହାଯ୍ୟର ସାହାରା ସାଜିଛନ୍ତି ସୋନୁ। ସେ ବିହାରର ଏକ ଛୋଟ ଗାଁ ନବାଦାରେ ଚାରି ହାତ ଏବଂ ଚାରି ଗୋଡ଼ ସହ ଜନ୍ମିତ ଚନ୍ଦ୍ରମୁଖୀକୁ ସାହାଯ୍ୟର ହାତ ବଢାଇଛନ୍ତି । […]
ପାଟଣା: ପୁଣି ଥରେ ସେବା କାର୍ଯ୍ଯରେ ଚର୍ଚ୍ଚାକୁ ଆସିଛନ୍ତି ଏହି ଲୋକପ୍ରିୟ ବଲିଉଡ ଅଭିନେତା ସୋନୁ ସୁଦ। ସବୁବେଳେ ସେବା କରିବାକୁ ନେଇ ପ୍ରଶଂସାର ପାତ୍ର ସାଜିଥାନ୍ତି। ଅସହାୟଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ଆଗେଇ ଆସିଥାନ୍ତି ସୋନୁ ସୁଦ। ଏବେ ପୁଣି ଏକ କୁନି ଝିଅକୁ ସାହାଯ୍ୟର ସାହାରା ସାଜିଛନ୍ତି ସୋନୁ। ସେ ବିହାରର ଏକ ଛୋଟ ଗାଁ ନବାଦାରେ ଚାରି ହାତ ଏବଂ ଚାରି ଗୋଡ଼ ସହ ଜନ୍ମିତ ଚନ୍ଦ୍ରମୁଖୀକୁ ସାହାଯ୍ୟର ହାତ ବଢାଇଛନ୍ତି । ତାର ଅସ୍ତ୍ରୋପଚାର କରାଇବା ସହ ସମସ୍ତ ପ୍ରକାର ଖର୍ଚ୍ଚ ବହନ କରିଛନ୍ତି ସୋନୁ। ସେ ଇଣ୍ଟରନେଟରେ କୁନି ଝିଅର ଭିଡିଓ ଦେଖି ତାଙ୍କ ଘରେ ପହଞ୍ଚିଥିଲେ । ଏହା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସୁରଟର ଏକ ଡାକ୍ତରଖାନାରେ ସଫଳତାର ସହ ଚନ୍ଦ୍ରମୁଖୀର ଅସ୍ତ୍ରୋପଚାର କରାଯାଇଥିଲା । ଦୀର୍ଘ ୭ଘଣ୍ଟା ଧରି ହୋଇଥିଲା ଚନ୍ଦ୍ରମୁଖୀର ଅସ୍ତ୍ରୋପଚାର।
Chaumukhi ki kahaani❤️🙏 https://t.co/Oq5J473FtB pic.twitter.com/KgwQnnLxAn
ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ— sonu sood (@SonuSood) June 12, 2022
ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ
ନିଜ ଇଣ୍ଟାଗ୍ରାମ୍ ଆକାଉଣ୍ଟ ଓ ଟ୍ବିଟରରେ ଚନ୍ଦ୍ରମୁଖୀର ଅସ୍ତ୍ରୋପଚାର ପୂର୍ବ ଓ ପରର ଫଟୋ ସେୟାର କରିଛନ୍ତି ଓ ଲେଖିଛନ୍ତି ଯେ, ମୋର ଓ ଚନ୍ଦ୍ରମୁଖୀର ଯାତ୍ରା ସଫଳ ରହିଲା। ବର୍ତ୍ତମାନ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଓ ଘରକୁ ଫେରିବାକୁ ପ୍ରସ୍ତୁତ।ଏହି ପୋଷ୍ଟ ପରେ ତାଙ୍କ ଫ୍ୟାନ୍ ଓ ଅନ୍ୟାନ୍ୟ କଳାକାରଙ୍କ ପ୍ରଶଂସାର ସୁଅ ଛୁଟିଛି।






