ଦିଲ୍ଲୀରେ କିଡ୍‌ନୀ ରାକେଟ; ଡାକ୍ତରଙ୍କ ସମେତ ୧୦ ଗିରଫ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀର ହୌଜ ଖାସ୍‌ ପୁଲିସ ବେଆଇନ କିଡ୍‌ନୀ ପ୍ରତିରୋପଣ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ଏହି ଗୋଷ୍ଠୀର ୧୦ ସଦସ୍ୟଙ୍କୁ ଦିଲ୍ଲୀ, ହରିୟାଣା ଏବଂ ଉତ୍ତରାଖଣ୍ଡରୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ଡାକ୍ତର ମଧ୍ୟ ସାମିଲ ଅଛନ୍ତି। ଏହି ମାମଲାରେ ଆହୁରି ବଡ଼ ଲୋକଙ୍କ ନାମ ସାମ୍‌ନାକୁ ଆସିପାରେ। ଏହି ଲୋକମାନେ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ଜାଲ୍‌ ଆକାଉଣ୍ଟ ଖୋଲି କିଡ୍‌ନୀ ବିକ୍ରି ରାକେଟ ଚଲାଉଥିଲେ। ଟଙ୍କା ଆବଶ୍ୟକତା ଥିବା ୨୦ରୁ ୩୦ ବର୍ଷୀୟ ଯୁବକଙ୍କୁ […]

ନୂଆଦିଲ୍ଲୀ: ଦିଲ୍ଲୀର ହୌଜ ଖାସ୍‌ ପୁଲିସ ବେଆଇନ କିଡ୍‌ନୀ ପ୍ରତିରୋପଣ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ଏହି ଗୋଷ୍ଠୀର ୧୦ ସଦସ୍ୟଙ୍କୁ ଦିଲ୍ଲୀ, ହରିୟାଣା ଏବଂ ଉତ୍ତରାଖଣ୍ଡରୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ଡାକ୍ତର ମଧ୍ୟ ସାମିଲ ଅଛନ୍ତି। ଏହି ମାମଲାରେ ଆହୁରି ବଡ଼ ଲୋକଙ୍କ ନାମ ସାମ୍‌ନାକୁ ଆସିପାରେ। ଏହି ଲୋକମାନେ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ଜାଲ୍‌ ଆକାଉଣ୍ଟ ଖୋଲି କିଡ୍‌ନୀ ବିକ୍ରି ରାକେଟ ଚଲାଉଥିଲେ। ଟଙ୍କା ଆବଶ୍ୟକତା ଥିବା ୨୦ରୁ ୩୦ ବର୍ଷୀୟ ଯୁବକଙ୍କୁ ନିଶାଣ କରୁଥିଲେ ଏବଂ ବୁଝେଇସୁଝେଇ ସେମାନଙ୍କ କିଡ୍‌ନୀ ବିକ୍ରି କରିଦେଉଥିଲେ। ଏହି ଗୋଷ୍ଠୀ ଏ ପର୍ଯ୍ୟନ୍ତ ୨୦ କିଡ୍‌ନୀ ବିକ୍ରି କରିଥିବା ସ୍ୱୀକାର କରିଛନ୍ତି। ଡିସିପି (ଦକ୍ଷିଣ) ବେନିତା ମେରି କହିଛନ୍ତି ଯେ ଏହି ରାକେଟରେ ସାମିଲ ଥିବା ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ସୌରଭ ମିତ୍ତଲଙ୍କୁ ଗିରଫ କରାଯାଇଛି। ସେ ଦିଲ୍ଲୀର ଏକ ପ୍ରମୁଖ ହସ୍ପିଟାଲରେ କାମ କରୁଥିଲେ। ସେ ବେଆଇନ କିଡ୍‌ନୀ ପ୍ରତିରୋପଣରେ ସାହାଯ୍ୟ କରୁଥିଲେ। ଏଥିରେ ତାଙ୍କୁ ସହଯୋଗ କରୁଥିବା ଓଟି ଟେକ୍ନିସିଆନ କୁଲଦୀପ ରେ ବିଶ୍ବକର୍ମା, ଓମପ୍ରକାଶ ଶର୍ମା ଏବଂ ମନୋଜ ତିୱାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। କୁଲଦୀପ ଏହି ଗୋଷ୍ଠୀର ମାଷ୍ଟରମାଇଣ୍ଡ ଥିଲା। ସେ ଅନ୍ୟମାନଙ୍କୁ ନିଜ ସାଥିରେ ସାମିଲ କରିଥିଲା। ଅସ୍ତ୍ରୋପଚାର ପାଇଁ କ୍ବାକ ଡାକ୍ତର ସୋନୁ ରୋହିଲ୍ଲାର କ୍ଲିନିକକୁ ଚୟନ କରିଥିଲା। ଯାଞ୍ଚ ପାଇଁ ପୀଡିତାଙ୍କୁ ସୋନିପତ ନିଆଯାଉଥିଲା। ସେଠାରେ କିଡ୍‌ନୀ ପ୍ରତିରୋପଣ କରାଯାଉଥିଲା। ଏମାନେ ୩୦-୪୦ ଲକ୍ଷ ଟଙ୍କାରେ କିଡ୍‌ନୀ ବିକ୍ରି କରୁଥିଲେ ଏବଂ ଟଙ୍କା ନିଜ ନିଜ ଭିତରେ ବାଣ୍ଟି ନେଉଥିଲେ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

03 Jun 2022 By The Sakala

https://www.thesakala.in/national-international/kidney-transplant-racket-busted-in-delhi-10-arrested/article-12129
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର