ଚିନ୍ତନ ଶିବିରରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୋନିଆଙ୍କ ଟାର୍ଗେଟ- କହିଲେ ବିଜେପି ସରକାରରେ ଭୟରେ ଅଛନ୍ତି ସଂଖ୍ୟାଲଘୁ, ସୃଷ୍ଟି ହୋଇଛି ବିଭେଦ ଭୂତାଣୁ

The Sakala Picture
Published On

ନୂଆଦିଲ୍ଲୀ : ରାଜସ୍ଥାନର ଉଦୟପୁରଠାରେ ଚାଲିଛି କଂଗ୍ରେସର ଚିନ୍ତନ ଶିବିର। ୩ଦିନିଆ ଚିନ୍ତନ ଶିବିରର ଆଜି ହେଉଛି ପ୍ରଥମ ଦିନ। ବିରରେ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଛନ୍ତି ।ଶିବିରରେ ପ୍ରଥମ ଦିନରେ ଦଳୀୟନେତାଙ୍କୁ ସମ୍ବୋଧିତ କରି ପ୍ରତିବଦ୍ଧତାର ପାଠ ପଢାଇଛନ୍ତି ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।ଶିବିରକୁ ସମ୍ବୋଧନ କରି ଦଳୀୟ ନେତାଙ୍କୁ ଦଳ ପ୍ରତି ପ୍ରତିବଦ୍ଧତାର ପଠା ପଢ଼ାଇବା ସହିତ ବିଜେପି ଓ ଆର୍‌ଏସ୍‌ଏସ୍‌କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। […]

ନୂଆଦିଲ୍ଲୀ : ରାଜସ୍ଥାନର ଉଦୟପୁରଠାରେ ଚାଲିଛି କଂଗ୍ରେସର ଚିନ୍ତନ ଶିବିର। ୩ଦିନିଆ ଚିନ୍ତନ ଶିବିରର ଆଜି ହେଉଛି ପ୍ରଥମ ଦିନ। ବିରରେ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଛନ୍ତି ।ଶିବିରରେ ପ୍ରଥମ ଦିନରେ ଦଳୀୟନେତାଙ୍କୁ ସମ୍ବୋଧିତ କରି ପ୍ରତିବଦ୍ଧତାର ପାଠ ପଢାଇଛନ୍ତି ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।ଶିବିରକୁ ସମ୍ବୋଧନ କରି ଦଳୀୟ ନେତାଙ୍କୁ ଦଳ ପ୍ରତି ପ୍ରତିବଦ୍ଧତାର ପଠା ପଢ଼ାଇବା ସହିତ ବିଜେପି ଓ ଆର୍‌ଏସ୍‌ଏସ୍‌କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସରକାରୀ ଦଳ ଦେଶରେ ଧ୍ରୁବୀକରଣ ଓ ଭୟର ପରିବେଶ ସୃଷ୍ଟି କରୁଛି ବୋଲି ସୋନିଆ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଚିନ୍ତନ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ମିନିମମ୍‌ ଗଭର୍ଣ୍ଣମେଣ୍ଟ ଏବଂ ମ୍ୟାକ୍ସିମମ୍‌ ଗଭର୍ଣ୍ଣନେସ୍‌ ନାରା ଲୋକଙ୍କୁ ପ୍ରତାରଣା କରିଛି। ଏହି ନାରା ମାଧ୍ୟମରେ ସରକାର ଲୋକଙ୍କ ମଧ୍ୟରେ ଧ୍ରୁବୀକରଣ କରିଛନ୍ତି। ସଂଖ୍ୟା ଲଘୁଙ୍କ ପ୍ରତି ବର୍ବର ଆକ୍ରମଣ କରାଯାଉଥିବା ବେଳେ ବିରୋଧୀଙ୍କ ସ୍ୱର ଦବେଇ ଦିଆଯାଉଛି। ସେ କହିଛନ୍ତି ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଚାଲିଥିବାବେଳେ ବାକପଟୁ ପ୍ରଧାନମନ୍ତ୍ରୀ ନିରବ ରହୁଛନ୍ତି । ଏହି ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ମୋଦୀ ସରକାରଙ୍କ ନୀତିର ଉଦ୍ଦେଶ୍ୟ ହେଉଛି ଦେଶରେ ସାଂପ୍ରଦାୟିକ ଧ୍ରୁବୀକରଣ କରିବା, ସଂଖ୍ୟାଲଘୁ ଓ ରାଜନୈତିକ ବିରୋଧୀମାନଙ୍କୁ ଟାର୍ଗେଟ୍ କରିବା।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

ମୋଦୀ ସରକାରଙ୍କ ଅମଳରେ ଦେଶର ଅର୍ଥବ୍ୟବସ୍ଥା ଭୁଶୁଡି ପଡିଛି। ନୋଟବନ୍ଦୀ ପରେ ଦେଶର ଅର୍ଥବ୍ୟବସ୍ଥା ନିମ୍ନଗାମୀ ହେବାରେ ଲାଗିଛି। ଲୋକେ ନିଜକୁ ବୁଝେଇ ଦେଇଛନ୍ତି ଯେ, ଏବେ ଆମକୁ ଆଉ ଚାକିରି ମିଳିବ ନାହିଁ। ଘରୋଇକରଣର ନୀତି ଉପରେ ପ୍ରଶ୍ନ ଉଠାଇ ସୋନିଆ ଗାନ୍ଧି କହିଛନ୍ତି, ଗୋଟିଏ ପଟେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉନଥିବା ବେଳେ ଅନ୍ୟପଟେ ଜନତାଙ୍କ କଲ୍ୟାଣ ଏବଂ ଉନ୍ନତି ପାଇଁ କାମ କରିବା ବଦଳରେ ସରକାର ଧନୀ ଶ୍ରେଣୀର ଲୋକଙ୍କ ପାଇଁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି।କେବଳ ଏତିକି ନୁହେଁ ବରଂ ବିଜେପି ସରକାଙ୍କ ଉଦ୍ଦେଶ୍ୟ ହେଉଛି ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀମାନଙ୍କୁ ଗୌରବାନ୍ବିତ କରିବା ଓ ଜବାହରଲାଲ ନେହେରୁଙ୍କ ଦ୍ବାରା କରାଯାଇଥିବା ଭଲ କାମକୁ ଇତିହାସରୁ ଲିଭେଇ ଦେବା ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ମୋଦୀ ସରକାରଙ୍କୁ ଟାର୍ଗେଟ୍ କରି ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ହିଂସା ଘୃଣାର ନିଆଁ ଲାଗିଛି ତାବା ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ବଡ଼ ଆକାରା ନେଲାଣି। ଏହି ଯେଉଁ ସାମାଜିକ ସମସ୍ୟା ସୃଷ୍ଟି ହୋଇଛି ତାହା ଆମ କଳ୍ପନାରୁ ବି ଅଧିକ ଭୟଙ୍କର। କଂଗ୍ରେସ ଏହି ବିଭେଦ ଭାଇରସ ସହିତ ଯୁଦ୍ଧ କରିବ। ଏହି ନବ ଚିନ୍ତନ ଶିବିର ଆମକୁ ଏକ ସୁଯୋଗ ଦେଇଛି ଏକାଧିକ ଚ୍ୟାଲେଞ୍ଜ ସହିତ ଲଢ଼ିବାକୁ। ଯାହା ବିଜେପି, ଆରଏସଏସ ଓ ସହଯୋଗୀମାନେ ସୃଷ୍ଟି କରିଛନ୍ତି ବୋଲି ସୋନିଆ ଗାନ୍ଧୀ କହିଛନ୍ତି।

ଅନ୍ୟପଟେ ଚିନ୍ତନ ଶିବିରରେ ଦଳୀୟ ନେତାଙ୍କୁ ବିଜୟ ନେଇ ଟିପ୍ସ ଦେଇଛନ୍ତି ସୋନିଆ ଗାନ୍ଧୀ। ସଙ୍ଗଠନକୁ ସୁଦୃଢ କରିବା ଏବଂ କିଭଳି ଏକ ମନ ହୋଇ ଲଢେଇ କରାଯିବ ତାହା ନେଇ କହିଛନ୍ତି ସୋନିଆ। ରାଜନୀତି, ସଂଗଠନ, ଅର୍ଥନୀତି, ସାମାଜିକ କଲ୍ୟାଣ, ଯୁବ ଓ କୃଷି ଭଳି ୬ଟି ଦିଗ ନେଇ ଏହି ଚିନ୍ତନ ଶିବିରରେ ଆଲୋଚନା ହେଉଛି।

ସେହିପରି ଏହି ଶିବିରରେ ଦଳୀୟନେତାଙ୍କୁ ସମ୍ବୋଧିତ କରି ପ୍ରତିବଦ୍ଧତାର ପାଠ ପଢାଇଛନ୍ତି ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ନିଜ କଥା ଖୋଲାଖୋଲି ରଖିବାର ସ୍ଵାଧୀନତା ଆପଣଙ୍କ ପାଖରେ ରହିଛି। ମାତ୍ର ବାହାରକୁ ଏହି ସନ୍ଦେଶ ଯିବା ଉଚିତ୍ ଯେ, ସଂଗଠନ ଏକ।କଂଗ୍ରେସ ଆମ ସମସ୍ତଙ୍କୁ ବହୁତ କିଛି ଦେଇଛି ଏବଂ ଏବେ ତାର ଋଣ ପରିଶୋଧ କରିବାର ସମୟ ଆସି ଯାଇଛି। ଏଠାରୁ ଆମେ ଯେତେବେଳେ ବାହାରିବା ନୂତନ ଉର୍ଜା, ନୂତନ ପ୍ରତିବଦ୍ଧତା ଏବଂ ପ୍ରେରଣା ସହିତ ଯିବା ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି।

ସୋନିଆ କହିଛନ୍ତି, ଦେଶର ଜନତାଙ୍କୁ ପୁଣି ଥରେ କଂଗ୍ରେସଠୁ ବଡ ଆଶା ରହିଛି। ଆମକୁ ଏହା ଯେମିତି ହେଲେ ପୂରଣ କରିବାକୁ ପଡିବ। ମୋଦୀ ସରକାର ଦେଶରେ ଯେଉଁ ହିଂସା ଘୃଣାର ନିଆଁ ଲାଗାଇଛି ତାହା ବର୍ତ୍ତମାନ ବଡ ଆକାର ନେଲାଣି। ଯେଉଁ ସାମାଜିକ ସମସ୍ୟା ସୃଷ୍ଟି ହୋଇଛି ତାହା ଆମ କଳ୍ପନାରୁ ବି ଅଧିକ ଭୟଙ୍କର। କଂଗ୍ରେସ ଏହି ବିଭେଦ ଭାଇରସ ସହିତ ଯୁଦ୍ଧ କରିବ ବୋଲି ସୋନିଆ ଗାନ୍ଧୀ କହିଛନ୍ତି।

13 May 2022 By The Sakala

https://www.thesakala.in/national-international/congress-chintan-shivir-sonias-attack-on-modi/article-11554
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର