ଆନ୍ଧ୍ରପ୍ରଦେଶରେ ବାତ୍ୟା ଅସାନିର ପ୍ରଭାବ ଆରମ୍ଭ : ପ୍ରବଳ ବର୍ଷା ସାଙ୍ଗକୁ ୮୦ରୁ ୮୫ କିଲୋମିଟର ବେଗରେ ବହୁଛି ପବନ

The Sakala Picture
Published On

ଅମରାବତୀ: ଆନ୍ଧ୍ରପ୍ରଦେଶରେ ବାତ୍ୟା ଅସାନିର ପ୍ରଭାବ ଦେଖିବାକୁ ମିଳିଛି । ଆଜି ସକାଳେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହା ଦୁର୍ବଳ ହୋଇ ସାଇକ୍ଲୋନିକ ଷ୍ଟର୍ମ ବା ଘୂର୍ଣ୍ଣିବାତ୍ୟାର ରୂପ ନେଇଛି। ଏହା ମଛଲିପାଟନମ୍ ପାଖରୁ ପ୍ରାୟ ୪୦ କିମି ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ଅଛି। ଏହା କ୍ରମଶ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି। ମଧ୍ୟାହ୍ନରୁ ସଂଧ୍ୟା ମଧ୍ୟରେ ଏହା ଉତ୍ତର, ଉତ୍ତର-ପୂର୍ବ ଦିଗରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ନରସାପୁର, କାକିନାଡ଼ା, ୟାନମ ଓ […]

ଅମରାବତୀ: ଆନ୍ଧ୍ରପ୍ରଦେଶରେ ବାତ୍ୟା ଅସାନିର ପ୍ରଭାବ ଦେଖିବାକୁ ମିଳିଛି । ଆଜି ସକାଳେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହା ଦୁର୍ବଳ ହୋଇ ସାଇକ୍ଲୋନିକ ଷ୍ଟର୍ମ ବା ଘୂର୍ଣ୍ଣିବାତ୍ୟାର ରୂପ ନେଇଛି। ଏହା ମଛଲିପାଟନମ୍ ପାଖରୁ ପ୍ରାୟ ୪୦ କିମି ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ଅଛି। ଏହା କ୍ରମଶ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି। ମଧ୍ୟାହ୍ନରୁ ସଂଧ୍ୟା ମଧ୍ୟରେ ଏହା ଉତ୍ତର, ଉତ୍ତର-ପୂର୍ବ ଦିଗରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ନରସାପୁର, କାକିନାଡ଼ା, ୟାନମ ଓ ଟୁନି ମଧ୍ୟ ଦେଇ ଗତି କରିବ। ଏହାର ପ୍ରଭାବରେ ୟନମରେ ପ୍ରବଳ ଜୋରରେ ପବନ ବହିବା ସହ ତୁହାକୁ ତୁହା ବର୍ଷା ହେଉଛି । ସମୁଦ୍ରରେ ବଡ ବଡ ଢେଉ ଉଠୁଛି। ପବନର ବେଗ ମଧ୍ୟ ବଢିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ବିଶାଖାପାଟନାରେ ମଧ୍ୟ ତୁହାକୁ ତୁହା ବର୍ଷା ହେଉଛି। ସମୁଦ୍ର ଅଶାନ୍ତ ହୋଇପଡ଼ିଥିବା ବେଳେ ଉପକୂଳ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେହିପରି ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି।ମାନ୍ୟମ ଅଞ୍ଚଳରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଜୁଆର ଆସିବା ଫଳରେ ଉପକୂଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ ଗୋଦାବରୀରେ ପ୍ରବଳ ବର୍ଷା ପବନ ଲାଗି ରହିଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ବାତ୍ୟା ଦୂର୍ବଳ ହେଉଥିଲେ ବି ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ପରିମାଣ ବଢ଼ିଛି । ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟା ଆହୁରି ଦୂର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର । ଆନ୍ଧ୍ରର ବିଭିନ୍ନ ସ୍ଥାନରେ ୮୦ରୁ ୮୫ କିଲୋମିଟର ବେଗରେ ପବନ ବହୁଥିବା ରେକର୍ଡ ହୋଇଛି । ଆସନ୍ତା କିଛି ଘଣ୍ଟା ମଧ୍ୟରେ ବାତ୍ୟା ଆନ୍ଧ୍ର ଉପକୂଳରେ ପହଞ୍ଚିବା ପରେ ପୁଣି ସମୁଦ୍ରକୁ ରିକର୍ଭ କରିବ । ଏହା ପ୍ରଭାବରେ ଆନ୍ଧ୍ରର ମାଚିଲିପାଟନମ, ନରସାପୁର, ୟାନମ, କାକିନଡ଼ା, ଟୁନି, ବିଶାଖାପାଟଣା ଆଜି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ଗୋପାଳପୁର ଠାରୁ ଦକ୍ଷିଣ-ପଶ୍ଚିମରେ ୫୨୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୬୩୦ କିମି ଦୂରରେ ରହିଛି ବାତ୍ୟା ଅସାନି । ବର୍ତମାନ ଏହାର ଗତି ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୬କିମି ରହିଛି । ୧୨ ତାରିଖ ସକାଳ ସୁଦ୍ଧା ଦୁର୍ବଳ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି । କାକିନାଡାରେ କରିପାରେ ଲ୍ୟାଣ୍ଡଫଲ କରିବା ନେଇ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ରାତିରେ ପୁଣି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତହେବ। ତା ପରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ଯାତ୍ରା କରିବ। ଆଜି ରାତିରେ ଏହା ଆହୁରି ଦୁର୍ବଳ ହୋଇ ଡିପ୍ ଡିପ୍ରେସନ ବା ଗଭୀର ଅବପାତ ଓ ଆସନ୍ତାକାଲି ସକାଳ ସୁଦ୍ଧା ଡିପ୍ରେସନ ବା ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର