ଆଜି ‘ମିସାଇଲ ମ୍ୟାନ୍’ଙ୍କ ୯୦ ତମ ଜୟନ୍ତୀ, କଲାମଙ୍କ ସ୍ମୃତିକୁ ମନେ ପକାଇ ଝୁରୁଛି ଭାରତ

The Sakala Picture
Published On

‘‘କଷ୍ଟ ଜୀବନର ଏକ ଅଂଶ ଅଟେ। ସେହି କାରଣରୁ ଜୀବନ ସରି ଯାଇ ନଥାଏ। କିନ୍ତୁ ନିଜେ ସେହି କଷ୍ଟରୁ ବାହାରିବା ପାଇଁ ଚେଷ୍ଟା କରିବା ଉଚିତ। ଏହାଦ୍ବାରା ନିଜର ଶକ୍ତି ଓ ସାହାସ ଜାଣି ହୁଏ। କଷ୍ଟକୁ ମଧ୍ୟ ଜାଣିବାକୁ ଦିଅନ୍ତୁ ଯେ, ଆପଣ ତାକୁ କେତେ ଅସୁବିଧାରେ ପକାଇ ପାରନ୍ତି। ’’ ଏହା ଥିଲା ପୂର୍ବତନ ରାଷ୍ଟ୍ରପତି ତଥା ଭାରତର ମିସାଇଲ ମ୍ୟାନ୍ ଭାବେ ପରିଚିତ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଏକ ଉକ୍ତି। […]

‘‘କଷ୍ଟ ଜୀବନର ଏକ ଅଂଶ ଅଟେ। ସେହି କାରଣରୁ ଜୀବନ ସରି ଯାଇ ନଥାଏ। କିନ୍ତୁ ନିଜେ ସେହି କଷ୍ଟରୁ ବାହାରିବା ପାଇଁ ଚେଷ୍ଟା କରିବା ଉଚିତ। ଏହାଦ୍ବାରା ନିଜର ଶକ୍ତି ଓ ସାହାସ ଜାଣି ହୁଏ। କଷ୍ଟକୁ ମଧ୍ୟ ଜାଣିବାକୁ ଦିଅନ୍ତୁ ଯେ, ଆପଣ ତାକୁ କେତେ ଅସୁବିଧାରେ ପକାଇ ପାରନ୍ତି। ’’ ଏହା ଥିଲା ପୂର୍ବତନ ରାଷ୍ଟ୍ରପତି ତଥା ଭାରତର ମିସାଇଲ ମ୍ୟାନ୍ ଭାବେ ପରିଚିତ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଏକ ଉକ୍ତି। ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ଜିତିନେଇଥିଲା ସାରା ଦେଶବାସୀଙ୍କ ମନ । ଖାଲି ଦେଶ ନୁହେଁ ବରଂ ବିଶ୍ୱରେ ସେ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ।

ଆହୁରି ପଢ଼ନ୍ତୁ: ମହାକାଶରେ ଅସ୍ତ୍ରଶସ୍ତ୍ର ମୁତୟନ ନେଇ ଆମେରିକାର ସ୍ୱୀକାରୋକ୍ତି: ପ୍ରଥମ ଥର ପାଇଁ ଖୋଲାଖୋଲି ଘୋଷଣା କଲା ୟୁଏସ୍ ସ୍ପେସ୍ ଫୋର୍ସ

ଡକ୍ଟର ଏ.ପି.ଜେ ଅବଦୁଲ କାଲାମଙ୍କ ଜନ୍ମ ୧୯୩୧ ମସିହା ଅକ୍ଟୋବର ମାସ ୧୫ ତାରିଖରେ ହୋଇଥିଲା। ତାମିଲନାଡୁର ରାମେଶ୍ବରମ ଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ପରିବାରର ୫ ସନ୍ତାନଙ୍କ ମଧ୍ୟରେ କଲାମ ଥିଲେ ସବୁଠୁ ସାନ । ବାପା ଡଙ୍ଗା ଚଳାଇ ପରିବାର ପୋଷୁଥିଲେ । ତେଣୁ ପରିବାର ପାଇଁ ଖୁବ କମ ବୟସରୁ କଲାମ ମଧ୍ୟ ଡଙ୍ଗ ଚଳାଇବା ସହ ଖବରକଗଜ ବିକ୍ରି କରିବା କାମ କରୁଥିଲେ । ହେଲେ ଏସବୁ ପ୍ରତିବନ୍ଧକ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ପଥରୋଧ କରିପାରିନଥିଲା। ରାମନାଥପୁରରେ ମାଟ୍ରିକ ଶିକ୍ଷା ଶେଷ କରିବା ପରେ ସେ ତିରୁଚିରାପଲ୍ଲୀ ସ୍ଥିତ ସେଣ୍ଟ ଯୋଶେଫ କଲେଜରେ ନାମ ଲେଖାଇଥିଲେ। ଏଠାର ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ୧୯୫୫ରେ ମାଡ୍ରାସ ଚାଲିଗଲେ ଏରୋସ୍ପେସ୍ ଇଂଜିନିୟରିଂ ପଢ଼ିବା ପାଇଁ । ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ୧୯୬୦ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ବଡ଼ ସୁରକ୍ଷା ତ୍ରୁଟି: ବିନା ଇମିଗ୍ରେସନରେ ମ୍ୟୁନିକ୍ ଉଡ଼ିଲେ ୩ ଇଟାଲୀୟ ଯାତ୍ରୀ, ଗୃହ ମନ୍ତ୍ରଣାଳୟର ଜରୁରୀ ବୈଠକ

ଏହି ସଫଳ ଯାତ୍ରା ପଛରେ ଲେଖା ହୋଇସାରିଥିଲା ଅନେକ ସଂଘର୍ଷପୂର୍ଣ୍ଣ କାହାଣୀ । ଲେଖା ହୋଇ ସାରିଥିଲା ଆଶା ନିରାଶାର ନିଷ୍ପତ୍ତି । ଖବର କାଗଜ ବିକୁଥିବା ବାଳକ ବୈଜ୍ଞାନିକ ହେବା ପଛରେ ଲିପିବଦ୍ଧ ଥିବା ସ୍ମୃତି ସେବେ ରେଖାଙ୍କିତ କରେ । ଯେହବେ ସେ ଆରମ୍ଭ କରନ୍ତି ବୃତ୍ତିଗତ କାର୍ୟ୍ୟ । ପ୍ରଥମେ ଭାରତୀୟ ସେନା ପାଇଁ ଏକ କ୍ଷୁଦ୍ର ହେଲିକପ୍ଟରର ଡିଜାଇନରୁ। ତେବେ ପ୍ରାରମ୍ଭରେ ତାଙ୍କୁ ଦିଆଯାଉଥିବା କାର୍ୟ୍ୟ ନେଇ ସେ ସନ୍ତୁଷ୍ଟ ନଥିଲେ। ପରେ ସେ ବିଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଅଧୀନରେ କାର୍ୟ୍ୟ କରିବାର ସୁଯୋଗ ପାଇଥିଲେ। ବିକ୍ରମ ସରାଭାଇଙ୍କ ଅଧୀନରେ ଗଠିତ ଆଇଏନସିଓଏସପିଏଆର୍ କମିଟିରେ ସେ ସାମିଲ ହୋଇଥିଲେ। ବିକ୍ରମ ସରାଭାଇ ତାଙ୍କର ପ୍ରେରଣା ଥିଲେ ବୋଲି ଅବଦୁଲ କଲାମ ଅନେକ ଥର କହିଛନ୍ତି।

ଆହୁରି ପଢ଼ନ୍ତୁ: ମହାକାଶରେ ରହସ୍ୟମୟ ଭାବେ ନଷ୍ଟ ହେଲା ଚୀନ୍ ସାଟେଲାଇଟ୍: ଆମେରିକୀୟ ସେନା ଉପରେ ଇରାନର ଆକ୍ରମଣ ସହ ରହିଛି କି ଲିଙ୍କ୍?

୧୯୬୯ରେ ସେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋକୁ ବଦଳି ହୋଇ ଯାଇଥିଲେ। ସେ ଥିଲେ ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚ୍ ଭେହିକିଲ୍ (ଏସଏଲଭି-୩)ର ପ୍ରୋଜେକ୍ଟ ଡାଇରେକ୍ଟର। ୧୯୮୦ ଜୁଲାଇ ମାସରେ ଏହି ଭେହିକିଲ୍ ‘ରୋହିଣୀ’ ସାଟେଲାଇଟ୍କୁ ପୃଥିବୀର କକ୍ଷ ପଥରେ ସଫଳତାର ସହିତ ସ୍ଥାପିତ କରିଥିଲା। ୧୯୬୫ରେ ସେ ଡିଆରଡିଓରେ ସଂପ୍ରସାରିତ ରକେଟ୍ ପ୍ରୋଜେକ୍ଟରେ ଏକକ ଭାବେ କାର୍ୟ୍ୟ କରିଥିଲେ। ପରେ ୧୯୬୯ରେ ଏହାକୁ ଆହୁରି ସଂପ୍ରସାରିତ କରାଯାଇଥିଲା ଓ ତାଙ୍କ ଅଧୀନରେ ଅନେକ ଇଂଜିନିୟର ସାମିଲ ହୋଇଥିଲେ ।

କେବଳ ଏତିକି ନୁହେଁ ନିଜ ଉଦମ୍ୟରେ ଭେଟିଦେଲେ ଅଗ୍ନି, ତ୍ରିଶୂଳ, ପୃଥ୍ୱୀ, ବ୍ରହ୍ମୋସ୍ ପରି କ୍ଷେପଣାସ୍ତ୍ର । ସେ ହୋଇଗଲେ ଭାରତର ମିସାଇଲ ମ୍ୟାନ୍ । ୧୯୯୭ରେ ଭାରତ ରତ୍ୱ ସମ୍ମାନରେ ସମ୍ମାନିତ କରାଗଲା । ଏହାପରେ ୧୯୮୧ ତାଙ୍କୁ ପଦ୍ମଭୂଷଣ ଓ ୧୯୯୦ରେ ପଦ୍ମବିଭୂଷଣ ସମ୍ମାନ ଓ ଅହୁରି ଅନେକ । ୨୦୦୨ରୁ ୨୦୦୭ରୁ ସେ ହେଲେ ଭାରତର ୧୧ତମ ରାଷ୍ଟ୍ରପତି । ସାଧାରଣ ଜୀବନ ଯାପନ କରୁଥିବା ଏହି ବ୍ୟକ୍ତି, ରାଷ୍ଟ୍ରପତି ହେବା ପରେ ମଧ୍ୟ ନିଜର ବ୍ୟବହାର ଏବଂ ଚଳଣୀରେ କୈଣସି ପରିବର୍ତ୍ତନ ଘଟିନଥିଲା । ବଂର ଲୋକଙ୍କ ନିକଟତର ହୋଇଥିଲେ କଲାମ । ସାଧାରଣ ଲୋକଙ୍କ ସହ ମିଶିବାକୁ , ଅସହାୟ କୁନି କୁନି ଶିଶୁଙ୍କୁ ନିଜର କରିବାର କଳାର କାରିଗରୀ ଥିଲେ ସେ ।

୨୦୧୫ ଜୁଲାଇ ୨୭ ତରିଖରେ ସିଲଂର ଆଇଆଇଏମରେ ଭାଷଣ ଦେଉଥିବାବେଳେ ହୋଇଥିଲା ହୃଦଘାତ । ଆଖି ବୁଜିଥିଲେ ଜନତାର ଜନନାୟକ । ଆଉ ସଭିଙ୍କ ଆଖିରେ ଅଶ୍ରୁ ଓ ହୃଦୟରେ ଅକୁଣ୍ଠ ବେଦନା ଭର୍ତ୍ତି କରିଦେଇଗଲେ । ଶିକ୍ଷାକୁ ଜୀବନର ପୁଞ୍ଚି ଏବଂ ଉଚ୍ଚ ଅଭିଳାଷର ଆହ୍ୱାନ ନେଇଥିବା କଲାମଙ୍କ ଜନ୍ମ ଦିନକୁ ବିଶ୍ୱ ଛାତ୍ର ଦିବସ ଭାବେ ପାଳିତ ହୋଇ ଆସୁଛି । ଭାରତର ଏହି ସ୍ୱର୍ଗୀୟ ସନ୍ତାନ, ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ସ୍ୱର୍ଗତ ଅବଦୁଲ କଲାମଙ୍କ ୯୦ ତମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର