ମୁଣ୍ଡ ନେଉଛି ମହାନଦୀ ବ୍ରିଜ୍‍, ଦେଢ଼ମାସରେ ଗଲାଣି ୩ ଶ୍ରମିକଙ୍କ ଜୀବନ

The Sakala Picture
Published On

ବୌଦ୍ଧ: ବାରମ୍ବାର ଶ୍ରମିକ ବ୍ରିଜ ଉପରୁ ପଡୁଛନ୍ତି। ଗୋଟିଏ ପରେ ଗୋଟିଏ ଶ୍ରମିକଙ୍କ ଜୀବନ ଯାଉଛି। ତଥାପି ପ୍ରଶାସନ ଓ ଠିକାସଂସ୍ଥାର ନିରବଦ୍ରଷ୍ଟା ସାଜି ଶ୍ରମିକଙ୍କ ଅକାଳ ମୃତ୍ୟୁର ତମାସା ଦେଖୁଛି। ଗତ କିଛିଦିନ ଭିତରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‍ ଖରଶଙ୍କୁଲେଇ ଠାରେ ନିର୍ମାଣଧୀନ ଧଳପୁର-ଆଠମଲ୍ଲିକ ବ୍ରିଜରୁ ପଡ଼ି ତିନିଜଣ ଶ୍ରମିକଙ୍କ ଜୀବନ ଗଲାଣି। ହେଲେ ମୃତ୍ୟୁର ପ୍ରକୃତ କାରଣ ଖୋଜି ନିରାକରଣ ଦିଗରେ ସାମାନ୍ୟତମ ପ୍ରଚେଷ୍ଟା କରାଯାଉନି। ଜିଲ୍ଲା ଶ୍ରମ ବିଭାଗ ଶ୍ରମିକ ମୃତ୍ୟୁର […]

ବୌଦ୍ଧ: ବାରମ୍ବାର ଶ୍ରମିକ ବ୍ରିଜ ଉପରୁ ପଡୁଛନ୍ତି। ଗୋଟିଏ ପରେ ଗୋଟିଏ ଶ୍ରମିକଙ୍କ ଜୀବନ ଯାଉଛି। ତଥାପି ପ୍ରଶାସନ ଓ ଠିକାସଂସ୍ଥାର ନିରବଦ୍ରଷ୍ଟା ସାଜି ଶ୍ରମିକଙ୍କ ଅକାଳ ମୃତ୍ୟୁର ତମାସା ଦେଖୁଛି। ଗତ କିଛିଦିନ ଭିତରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‍ ଖରଶଙ୍କୁଲେଇ ଠାରେ ନିର୍ମାଣଧୀନ ଧଳପୁର-ଆଠମଲ୍ଲିକ ବ୍ରିଜରୁ ପଡ଼ି ତିନିଜଣ ଶ୍ରମିକଙ୍କ ଜୀବନ ଗଲାଣି। ହେଲେ ମୃତ୍ୟୁର ପ୍ରକୃତ କାରଣ ଖୋଜି ନିରାକରଣ ଦିଗରେ ସାମାନ୍ୟତମ ପ୍ରଚେଷ୍ଟା କରାଯାଉନି। ଜିଲ୍ଲା ଶ୍ରମ ବିଭାଗ ଶ୍ରମିକ ମୃତ୍ୟୁର ନାଟକ ଦେଖୁଥିବା ବେଳେ ପୂର୍ତ୍ତ ବିଭାଗ ଅଧିକାରୀ ସାମାନ୍ୟତମ ପ୍ରତିକ୍ରୀୟାଶୀଳ ହେଉନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଜାନୁଆରୀ ୧୬ ତାରିଖରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାରକୁ ଏବେ ଯାଏ ଉପଯୁକ୍ତ କ୍ଷତିପୂରଣ ମଧ୍ୟ ମିଳିନି। ଲଗାତାର ତିନୋଟି ଘଟଣା ଜିଲ୍ଲା ଶ୍ରମ ବିଭାଗର ଶ୍ରମିକ ଶ୍ରେଣୀପ୍ରତି ଅହେତୁକ ଅବହେଳା ଓ ଠିକାସଂସ୍ଥା ଅହେତୁକ ଅନୁକମ୍ପାକୁ ଦର୍ଶାଉଛି।

ଆହୁରି ପଢ଼ନ୍ତୁ: ଜୁଲାଇ ୯ରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ

ବୌଦ୍ଧ-ଅନୁଗୁଳ ଜିଲ୍ଲା ମଧ୍ୟରେ ଗମନାଗମନ ସୁଦୃଢ କରିବା ପାଇଁ ୨୦୧୬ ମସିହାରେ ମହାନଦୀ ଉପରେ ଧଳପୁର-ଆଠମଲ୍ଲିକ ବୃହତ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏହି ବ୍ରିଜର ନିର୍ମାଣ କାମ ରଞ୍ଜିତ ବିଲ୍ଡକନ୍‍ ନାମକ ଠିକାସଂସ୍ଥାକୁ ମିଳିଥିଲା। ଇତିମଧ୍ୟରେ ସମୟ ଶେଷ ହୋଇ ଅବଧି ବୃଦ୍ଧି କରାଯାଇଛି। ବିଳମ୍ବିତ ସେତୁ ନିର୍ମାଣ ଯେତିକି କଷ୍ଟଦେଉନି ତା’ଠାରୁ ଅଧିକ କଷ୍ଟ ଦେଉଛି ଠିକାସଂସ୍ଥା, ଶ୍ରମ ବିଭାଗ ଓ ପୂର୍ତ ବିଭାଗର ଦାୟିତ୍ୱହୀନତା। ହାଇ-ଲେବେଲ୍‍ ବ୍ରିଜ୍‍ ନିର୍ମାଣ ବେଳେ ଯେଉଁସବୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା କଥା ଏବଂ ଶ୍ରମିକ କର୍ମଚାରୀଙ୍କୁ ଯେଉଁ ସୁରକ୍ଷା ଉପକରଣ ଉପଲବ୍ଧ କରାଇବା କଥା ତା’କୁ ଅଣଦେଖା କରାଯାଇଛି। ସେଥିପାଇଁ ଗୋଟିଏ ପରେ ଗୋଟିଏ ଶ୍ରମିକ ବ୍ରିଜ୍‍ ଉପରୁ ପଡ଼ି ମରୁଛନ୍ତି। ଜାନୁଆରୀ ୧୬ ତାରିଖରେ ମନୁ ଗୁଞ୍ଜୁ(୩୨) ନାମକ ଜଣେ ଶ୍ରମିକ(ସେଣ୍ଟିଂ ମିସ୍ତ୍ରୀ)ର ନିର୍ମାଣ ସ୍ଥଳରେ ଦୁର୍ଘଟଣା ଘଟି ଜୀବନ ଯାଇଥିଲା। ମନୁଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ଏ ପର୍ଯ୍ୟନ୍ତ ମାତ୍ର ୫୦ ହଜାର ଟଙ୍କା ଦିଆଯାଇଛି। ବାହାର ରାଜ୍ୟର ଶ୍ରମିକ ହୋଇଥିବାରୁ ବୀମା ବାବଦ କ୍ଷତିପୂରଣ ଅର୍ଥକୁ ଠିକାସଂସ୍ଥା ଓ ଶ୍ରମ ବିଭାଗ ଚଳୁ କରିବାକୁ ବସିଛନ୍ତିି। ଘଟଣା ଘଟିବାର ଦେଢମାସ ବିତିଯାଇଥିଲେ ମଧ୍ୟ ବୀମା ବାବଦ ଅର୍ଥ ପାଇଁ ଆବେଦନ ମଧ୍ୟ କରାଯାଇନଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଧାନ ବିକ୍ରି ସମସ୍ୟା ଓ ପ୍ରଶାସନିକ ଅବହେଳା; ରାଷ୍ଟ୍ରପତିଙ୍କ ନିକଟରେ ‘ଇଚ୍ଛାମୃତ୍ୟୁ’ ଆବେଦନ କଲେ ବରଗଡ଼ର ଯୁବଚାଷୀ

ସେହିପରି ମାର୍ଚ୍ଚ ୪ ତାରିଖରେ ପଶ୍ଚିମବଙ୍ଗର ଶ୍ରମିକ ସମୀର ଘୋଷ(୨୨)ଙ୍କ ଜୀବନ ଯାଇଥିଲା। ବ୍ରିଜରୁ ଓହ୍ଲାଇବା ବେଳେ ସମୀର ଖସି ପଡ଼ିଥିଲେ ପ୍ରାଣ ହରାଇଥିଲେ। ତାଙ୍କ ପରିବାରକୁ ମଧ୍ୟ ୫୦ ହଜାର ଦେଇ ଘରକୁ ପଠାଇ ଦିଆଯାଇଛି। ଦୁଇଟି ଘଟଣା ପରେ ସାମାନ୍ୟତମ ସତର୍କତା ଅବଲମ୍ବନ କରିନଥିବାରୁ ରବିବାର ଦିନ ପଶ୍ଚିମବଙ୍ଗର ଆଉଜଣେ ଶ୍ରମିକ ଶେଖ୍‍ ଜାହାଙ୍ଗୀର(୨୩) ବ୍ରିଜ୍‍ ଉପରୁ ପଡ଼ି ପ୍ରାଣହରାଇଛନ୍ତି। ରବିବାର ମଧ୍ୟହ୍ନରେ ଜାହାଙ୍ଗୀର କାମ କରୁଥିବା ବେଳେ ବ୍ରିଜ୍‍ ଉପରୁ ଖସିପଡ଼ିଥିଲେ। ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ସ୍ଥାନାନ୍ତର କରିଥିଲେ। କିନ୍ତୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏତେସବୁ ସତ୍ତ୍ବେ ଶ୍ରମ ବିଭାଗ କେବଳ ସ୍ଥିତି ଅନୁଧ୍ୟାନ କରୁଛି ଓ ପୂର୍ତ ବିଭାଗ ନିରବଦ୍ରଷ୍ଟା ସାଜିଛି। ନିର୍ମାଣ କ୍ଷେତ୍ରରେ ସୁରକ୍ଷା ବେଲ୍ଟ, ହେଲମେଟ୍‍, ସେଫ୍ଟି ନେଟ୍‍, ଗ୍ଲୋଭ୍‍ସ, ରେଡିୟମ ଜାକେଟ୍‍ ଆଦି ଶ୍ରମିକଙ୍କୁ ଯୋଗାଇବା ଓ ଏହାର ବ୍ୟବହାରକୁ ନିଶ୍ଚିତ କରାଯାଉନି। ଠିକାସଂସ୍ଥାର ଅବହେଳା ପାଇଁ ତିନୋଟି ଜୀବନ ଯାଇଥିଲେ ମଧ୍ୟ ଏଯାଏ ସଂସ୍ଥାକୁ ସାମାନ୍ୟ ନୋଟିସ୍‍ ଖଣ୍ଡିରେ ଜାରି ହୋଇନଥିବା ସବୁଠାରୁ ଦୁର୍ଭାଗ୍ୟପୂର୍ଣ୍ଣ। ଏପରିକି ମୃତ୍ୟୁ ପାଇଁ ଶ୍ରମିକଙ୍କ ଅବହେଳାକୁ ଓଲଟି ଦାୟୀ କରାଯାଉଛି। ଏ ବାବଦରେ ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପ୍ରଧାନଙ୍କୁ ପଚାରିବାରୁ ଶ୍ରମକ ମୃତ୍ୟୁ ଘଟଣାର ଅନୁଧ୍ୟାନ କରାଯାଉଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ: ହଷ୍ଟେଲଗୁଡ଼ିକରେ ଏଲପିଜି ବଦଳରେ ବ୍ୟବହାର ହେବ ପିଏନଜି

09 Mar 2021 By The Sakala

ମୁଣ୍ଡ ନେଉଛି ମହାନଦୀ ବ୍ରିଜ୍‍, ଦେଢ଼ମାସରେ ଗଲାଣି ୩ ଶ୍ରମିକଙ୍କ ଜୀବନ

ବୌଦ୍ଧ: ବାରମ୍ବାର ଶ୍ରମିକ ବ୍ରିଜ ଉପରୁ ପଡୁଛନ୍ତି। ଗୋଟିଏ ପରେ ଗୋଟିଏ ଶ୍ରମିକଙ୍କ ଜୀବନ ଯାଉଛି। ତଥାପି ପ୍ରଶାସନ ଓ ଠିକାସଂସ୍ଥାର ନିରବଦ୍ରଷ୍ଟା ସାଜି ଶ୍ରମିକଙ୍କ ଅକାଳ ମୃତ୍ୟୁର ତମାସା ଦେଖୁଛି। ଗତ କିଛିଦିନ ଭିତରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‍ ଖରଶଙ୍କୁଲେଇ ଠାରେ ନିର୍ମାଣଧୀନ ଧଳପୁର-ଆଠମଲ୍ଲିକ ବ୍ରିଜରୁ ପଡ଼ି ତିନିଜଣ ଶ୍ରମିକଙ୍କ ଜୀବନ ଗଲାଣି। ହେଲେ ମୃତ୍ୟୁର ପ୍ରକୃତ କାରଣ ଖୋଜି ନିରାକରଣ ଦିଗରେ ସାମାନ୍ୟତମ ପ୍ରଚେଷ୍ଟା କରାଯାଉନି। ଜିଲ୍ଲା ଶ୍ରମ ବିଭାଗ ଶ୍ରମିକ ମୃତ୍ୟୁର ନାଟକ ଦେଖୁଥିବା ବେଳେ ପୂର୍ତ୍ତ ବିଭାଗ ଅଧିକାରୀ ସାମାନ୍ୟତମ ପ୍ରତିକ୍ରୀୟାଶୀଳ ହେଉନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଜାନୁଆରୀ ୧୬ ତାରିଖରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାରକୁ ଏବେ ଯାଏ ଉପଯୁକ୍ତ କ୍ଷତିପୂରଣ ମଧ୍ୟ ମିଳିନି। ଲଗାତାର ତିନୋଟି ଘଟଣା ଜିଲ୍ଲା ଶ୍ରମ ବିଭାଗର ଶ୍ରମିକ ଶ୍ରେଣୀପ୍ରତି ଅହେତୁକ ଅବହେଳା ଓ ଠିକାସଂସ୍ଥା ଅହେତୁକ ଅନୁକମ୍ପାକୁ ଦର୍ଶାଉଛି।

ବୌଦ୍ଧ-ଅନୁଗୁଳ ଜିଲ୍ଲା ମଧ୍ୟରେ ଗମନାଗମନ ସୁଦୃଢ କରିବା ପାଇଁ ୨୦୧୬ ମସିହାରେ ମହାନଦୀ ଉପରେ ଧଳପୁର-ଆଠମଲ୍ଲିକ ବୃହତ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏହି ବ୍ରିଜର ନିର୍ମାଣ କାମ ରଞ୍ଜିତ ବିଲ୍ଡକନ୍‍ ନାମକ ଠିକାସଂସ୍ଥାକୁ ମିଳିଥିଲା। ଇତିମଧ୍ୟରେ ସମୟ ଶେଷ ହୋଇ ଅବଧି ବୃଦ୍ଧି କରାଯାଇଛି। ବିଳମ୍ବିତ ସେତୁ ନିର୍ମାଣ ଯେତିକି କଷ୍ଟଦେଉନି ତା’ଠାରୁ ଅଧିକ କଷ୍ଟ ଦେଉଛି ଠିକାସଂସ୍ଥା, ଶ୍ରମ ବିଭାଗ ଓ ପୂର୍ତ ବିଭାଗର ଦାୟିତ୍ୱହୀନତା। ହାଇ-ଲେବେଲ୍‍ ବ୍ରିଜ୍‍ ନିର୍ମାଣ ବେଳେ ଯେଉଁସବୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା କଥା ଏବଂ ଶ୍ରମିକ କର୍ମଚାରୀଙ୍କୁ ଯେଉଁ ସୁରକ୍ଷା ଉପକରଣ ଉପଲବ୍ଧ କରାଇବା କଥା ତା’କୁ ଅଣଦେଖା କରାଯାଇଛି। ସେଥିପାଇଁ ଗୋଟିଏ ପରେ ଗୋଟିଏ ଶ୍ରମିକ ବ୍ରିଜ୍‍ ଉପରୁ ପଡ଼ି ମରୁଛନ୍ତି। ଜାନୁଆରୀ ୧୬ ତାରିଖରେ ମନୁ ଗୁଞ୍ଜୁ(୩୨) ନାମକ ଜଣେ ଶ୍ରମିକ(ସେଣ୍ଟିଂ ମିସ୍ତ୍ରୀ)ର ନିର୍ମାଣ ସ୍ଥଳରେ ଦୁର୍ଘଟଣା ଘଟି ଜୀବନ ଯାଇଥିଲା। ମନୁଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ଏ ପର୍ଯ୍ୟନ୍ତ ମାତ୍ର ୫୦ ହଜାର ଟଙ୍କା ଦିଆଯାଇଛି। ବାହାର ରାଜ୍ୟର ଶ୍ରମିକ ହୋଇଥିବାରୁ ବୀମା ବାବଦ କ୍ଷତିପୂରଣ ଅର୍ଥକୁ ଠିକାସଂସ୍ଥା ଓ ଶ୍ରମ ବିଭାଗ ଚଳୁ କରିବାକୁ ବସିଛନ୍ତିି। ଘଟଣା ଘଟିବାର ଦେଢମାସ ବିତିଯାଇଥିଲେ ମଧ୍ୟ ବୀମା ବାବଦ ଅର୍ଥ ପାଇଁ ଆବେଦନ ମଧ୍ୟ କରାଯାଇନଥିବା ଜଣାଯାଇଛି।

ସେହିପରି ମାର୍ଚ୍ଚ ୪ ତାରିଖରେ ପଶ୍ଚିମବଙ୍ଗର ଶ୍ରମିକ ସମୀର ଘୋଷ(୨୨)ଙ୍କ ଜୀବନ ଯାଇଥିଲା। ବ୍ରିଜରୁ ଓହ୍ଲାଇବା ବେଳେ ସମୀର ଖସି ପଡ଼ିଥିଲେ ପ୍ରାଣ ହରାଇଥିଲେ। ତାଙ୍କ ପରିବାରକୁ ମଧ୍ୟ ୫୦ ହଜାର ଦେଇ ଘରକୁ ପଠାଇ ଦିଆଯାଇଛି। ଦୁଇଟି ଘଟଣା ପରେ ସାମାନ୍ୟତମ ସତର୍କତା ଅବଲମ୍ବନ କରିନଥିବାରୁ ରବିବାର ଦିନ ପଶ୍ଚିମବଙ୍ଗର ଆଉଜଣେ ଶ୍ରମିକ ଶେଖ୍‍ ଜାହାଙ୍ଗୀର(୨୩) ବ୍ରିଜ୍‍ ଉପରୁ ପଡ଼ି ପ୍ରାଣହରାଇଛନ୍ତି। ରବିବାର ମଧ୍ୟହ୍ନରେ ଜାହାଙ୍ଗୀର କାମ କରୁଥିବା ବେଳେ ବ୍ରିଜ୍‍ ଉପରୁ ଖସିପଡ଼ିଥିଲେ। ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ସ୍ଥାନାନ୍ତର କରିଥିଲେ। କିନ୍ତୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏତେସବୁ ସତ୍ତ୍ବେ ଶ୍ରମ ବିଭାଗ କେବଳ ସ୍ଥିତି ଅନୁଧ୍ୟାନ କରୁଛି ଓ ପୂର୍ତ ବିଭାଗ ନିରବଦ୍ରଷ୍ଟା ସାଜିଛି। ନିର୍ମାଣ କ୍ଷେତ୍ରରେ ସୁରକ୍ଷା ବେଲ୍ଟ, ହେଲମେଟ୍‍, ସେଫ୍ଟି ନେଟ୍‍, ଗ୍ଲୋଭ୍‍ସ, ରେଡିୟମ ଜାକେଟ୍‍ ଆଦି ଶ୍ରମିକଙ୍କୁ ଯୋଗାଇବା ଓ ଏହାର ବ୍ୟବହାରକୁ ନିଶ୍ଚିତ କରାଯାଉନି। ଠିକାସଂସ୍ଥାର ଅବହେଳା ପାଇଁ ତିନୋଟି ଜୀବନ ଯାଇଥିଲେ ମଧ୍ୟ ଏଯାଏ ସଂସ୍ଥାକୁ ସାମାନ୍ୟ ନୋଟିସ୍‍ ଖଣ୍ଡିରେ ଜାରି ହୋଇନଥିବା ସବୁଠାରୁ ଦୁର୍ଭାଗ୍ୟପୂର୍ଣ୍ଣ। ଏପରିକି ମୃତ୍ୟୁ ପାଇଁ ଶ୍ରମିକଙ୍କ ଅବହେଳାକୁ ଓଲଟି ଦାୟୀ କରାଯାଉଛି। ଏ ବାବଦରେ ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପ୍ରଧାନଙ୍କୁ ପଚାରିବାରୁ ଶ୍ରମକ ମୃତ୍ୟୁ ଘଟଣାର ଅନୁଧ୍ୟାନ କରାଯାଉଥିବା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର