ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ, ନୂଆ କମିଟିରେ ସ୍ଥାନ ଲାଗି କସରତ
ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ୩ ବର୍ଷିଆ କାର୍ଯ୍ୟକାଳ ରବିବାର ଶେଷ ହୋଇଛି। ୨୦୧୮ ମାର୍ଚ୍ଚ ୧୫ ତାରିଖରେ ଏହି କମିଟିର ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଏହା ପୂର୍ବରୁ ଦୀର୍ଘ ୭ ମାସରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ କମିଟି ଗଠନ ହୋଇପାରି ନ ଥିଲା। ଫଳରେ କମିଟି ଗଠନକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ବେଳେ ୨୦୧୮ ମାର୍ଚ୍ଚ ୧୫ରେ କମିଟି ଗଠନ ହୋଇଥିଲା। ନିୟମ ଅନୁଯାୟୀ କମିଟିର ୩ ବର୍ଷିଆ […]
ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ୩ ବର୍ଷିଆ କାର୍ଯ୍ୟକାଳ ରବିବାର ଶେଷ ହୋଇଛି। ୨୦୧୮ ମାର୍ଚ୍ଚ ୧୫ ତାରିଖରେ ଏହି କମିଟିର ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଏହା ପୂର୍ବରୁ ଦୀର୍ଘ ୭ ମାସରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ କମିଟି ଗଠନ ହୋଇପାରି ନ ଥିଲା। ଫଳରେ କମିଟି ଗଠନକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ବେଳେ ୨୦୧୮ ମାର୍ଚ୍ଚ ୧୫ରେ କମିଟି ଗଠନ ହୋଇଥିଲା। ନିୟମ ଅନୁଯାୟୀ କମିଟିର ୩ ବର୍ଷିଆ କାର୍ଯ୍ୟ ଅବଧି ରବିବାର ପୂରିଯାଇଛି; ତେଣୁ ପୁଣି ୩ବର୍ଷ ପାଇଁ ଗଢା ହେବ ନୂଆ କମିଟି। ଏହି ନୂଆ କମିଟିରେ କିଏ ସ୍ଥାନ ପାଇବ ତାକୁ ନେଇ କେବଳ ଅଙ୍କକଷା ନୁହେଁ, ରୀତିମତ କସରତ ଆରମ୍ଭ ହୋଇଯାଇଛି। ଆଶାୟୀମାନେ ନିଜ ନିଜସ୍ତରରେ ଜୋର୍ଦାର ଲବି ଆରମ୍ଭ କରି ଦେଇଛନ୍ତି। କମିଟିରେ ନିଜ ସ୍ଥାନ ସୁରକ୍ଷିତ ରଖିବାକୁ କିଛି ପୁରୁଣା ସଦସ୍ୟ ଲବି ଚଳାଇଥିବାବେଳେ କିଛି ନୂଆ ଆଶାୟୀ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ଏଥିପାଇଁ ସେମାନେ ପୁରୀରୁ ଭୁବନେଶ୍ୱର ଧାଁ ଦଉଡ ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି।

ଶ୍ରୀମନ୍ଦିରର ପରିଚାଳନା, ମହାପ୍ରଭୁଙ୍କ ନୀତିକାନ୍ତି, ସେବାପୂଜାର ନିର୍ଦ୍ଧାରଣ କରିଥାଏ ପରିଚାଳନା କମିଟି। ଏହି ଶୀର୍ଷ କମିଟିରେ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥାଏ। ତେଣୁ ପରିଚାଳନା କମିଟି ଗଠନ ପୂର୍ବରୁ ସବୁଦିଗକୁ ବିଚାରକୁ ନିଆଯାଇଥାଏ। ଯଦିଓ କମିଟିକୁ ୧୦ ଜଣ ମନୋନୀତ ସଦସ୍ୟ ଯିବାର ବ୍ୟବସ୍ଥା ରହିଛି କିନ୍ତୁ ୫ ସେବାୟତଙ୍କ ପ୍ରତିନିଧିତ୍ୱକୁ ନେଇ ସବୁବେଳେ ଛକାପଞ୍ଝା ଚାଲେ। ଆଗାମୀ କମିଟି ପାଇଁ ବି ଏହି ଛକାପଞ୍ଝା ଆରମ୍ଭ ହୋଇଛି। ନିର୍ଦ୍ଦିଷ୍ଟ ୫ ନିଯୋଗରୁ କାହିଁକି, ଅନ୍ୟ ସେବାୟତ ନିଯୋଗରୁ କାହିଁକି ସଦସ୍ୟଙ୍କୁ ନିଆଯାଉ ନାହିଁ ବୋଲି ଏକାଧିକ ନିଯୋଗ ସ୍ୱର ଉଠାଇଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବାବେଳେ ପୁଣି କିଛି ପୁରୁଣା ମୁହଁ କମିଟିରେ ସ୍ଥାନ ପାଇପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସଂଖ୍ୟା ୧୮। ଗଜପତି ମହାରାଜା ଏହାର ସ୍ଥାୟୀ ଅଧ୍ୟକ୍ଷ ରହିଥିବା ବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଜଣେ ଅଧିକାରୀ କାର୍ଯ୍ୟକାରୀ ଅଧ୍ୟକ୍ଷ, ସଚିବ ପାହ୍ୟାର ଜଣେ ଅଧିକାରୀ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଉପମୁଖ୍ୟ ପ୍ରଶାସକ, ଆଇନ ବିଭାଗର ଅତିରିକ୍ତ ସଚିବ, ଦେବୋତ୍ତର କମିଶନର, ଏସ୍ପି ଏବଂ ଏଏସ୍ଆଇ ଅଧୀକ୍ଷଣ ଯନ୍ତ୍ରୀ କମିଟିର ସଦସ୍ୟ ରହିଥାନ୍ତି। ଏମାନଙ୍କ ବାଦ୍ ଅନ୍ୟ ୧୦ ଜଣ ହେଉଛନ୍ତି ମନୋନୀତ ସଦସ୍ୟ। ଏମାନଙ୍କ ମଧ୍ୟରେ ୫ ଜଣ ସେବାୟତ ପ୍ରତିନିଧି, ଜଣେ ମଠ ପ୍ରତିନିଧି, ଜଣେ ମୁକ୍ତିମଣ୍ଡପ ପ୍ରତିନିଧି, ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ୨ଜଣ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ରହିଥାନ୍ତି। ତେବେ ଏହି ୧୦ ଜଣଙ୍କ ସ୍ଥାନ କିଏ ନେବ ନା ସେମାନଙ୍କ ମଧ୍ୟରୁ କାହାକୁ ପୁଣି ସୁଯୋଗ ଦିଆଯିବ ତାକୁ ନେଇ ଛକାପଞ୍ଝା ଆରମ୍ଭ ହୋଇଛି।

ଅପରପକ୍ଷେ ସେବାୟତଙ୍କ ପ୍ରତିନିଧି ଭାବେ ଦୀର୍ଘବର୍ଷ ହେଲା ପୂଜାପଣ୍ଡା ନିଯୋଗ, ପ୍ରତିହାରୀ ନିଯୋଗ, ଦଇତାପତି ନିଯୋଗ, ପୁଷ୍ପାଳକ ନିଯୋଗ ଏବଂ ସୁଆର ମହାସୁଆର ନିଯୋଗରୁ ଜଣେ ଲେଖାଏଁ କମିଟିକୁ ଯାଉଛନ୍ତି। କିନ୍ତୁ ଅନ୍ୟ ନିଯୋଗକୁ ଏଥିରେ ସାମିଲ କରାଯାଉ ନ ଥିବାରୁ କେତେକ ନିଯୋଗ ଆପତ୍ତି ଉଠାଇଛନ୍ତି। ସେମାନଙ୍କୁ ବି ପରିଚାଳନା କମିଟିରେ ବସିବାର ସୁଯୋଗ ମିଳିବା ଦରକାର ବୋଲି ଦାବି କରିଛନ୍ତି। ଅନୁରୂପ ଭାବରେ ୫ ସେବାୟତ ନିଯୋଗ (ପୂଜାପଣ୍ଡା, ପ୍ରତିହାରୀ, ଦଇତାପତି, ପୁଷ୍ପାଳକ ଏବଂ ସୁଆର ମହାସୁଆର) ମଧ୍ୟରୁ ପ୍ରାୟ ୧୩ ଜଣ ଏବେ ନିଜ ନିଜ ସ୍ତରରେ ଲବି ଚଳାଇଛନ୍ତି। କାହାକୁ ଧରିଲେ କମିଟିରେ ସ୍ଥାନ ପକ୍କା କରିହେବ ସେହି ସନ୍ଧାନରେ ଲାଗିପଡ଼ିଛନ୍ତି। ଏ ସବୁ ଭିତରେ ନୂଆ କମିଟିରେ କିଛି ପୁରୁଣା ମୁହଁ ସ୍ଥାନ ପାଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। କାରଣ ଏହି କମିଟି ସମୟରେ ଶ୍ରୀମନ୍ଦିର ପାଇଁ ଅନେକଗୁଡ଼ିଏ ଯୋଜନା କରାଯାଇଥିବା ବେଳେ ଆଗକୁ ଅନେକ କାମ ବାକି ରହିଛି। ଯେ ହେତୁ ଏହି ପରିଚାଳନା କମିଟି ସମୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ସେ ସମ୍ପର୍କରେ ସଦସ୍ୟମାନେ ଅବଗତ ଅଛନ୍ତି। ତେଣୁ କାମ କରିବା ସହଜ ହେବ ବୋଲି ପ୍ରଶାସନ ଚିନ୍ତା କରୁଥିବା ଆଲୋଚନା ହେଉଛି। ତେବେ ଏ ସବୁ ଭିତରେ ଶ୍ରୀମନ୍ଦିରର ନୂଆ ପରିଚାଳନା କମିଟିରେ କିଏ ସ୍ଥାନ ପାଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।