ଜେଜେମା’ କାନ୍ଧରେ ୫ ନାତୁଣୀଙ୍କ ବୋଝ
ଚମ୍ପୁଆ: ମାଆ କୁନି ମୁଣ୍ଡା, ପୁଅ ଗଣେଶ୍ୱର ଓ ବୋହୁ ଶ୍ରୀମତି ମୁଣ୍ଡାକୁ ନେଇ ବେସ ଖୁସିରେ ଚଳୁଥିଲେ। ଗଣେଶ୍ୱର ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ହେଲେ ଗଣେଶ୍ୱର ୫ ଝିଅ, ସ୍ତ୍ରୀ ଓ ମାଆକୁ ଛାଡି ଆରପାରିକୁ ଚାଳିଗଲା ପରେ ଦୁଃଖର ବୋଝ ବୋହୁ ଶ୍ରୀମତୀ ମୁଣ୍ଡାଙ୍କ ଉପରେ ପଡ଼ିଲା । ହେଲେ ସେ ୫ ଝିଅଙ୍କୁ ଛାଡି ନିଜ ବାପଘରକୁ ପଳାଇଲେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି […]
ଚମ୍ପୁଆ: ମାଆ କୁନି ମୁଣ୍ଡା, ପୁଅ ଗଣେଶ୍ୱର ଓ ବୋହୁ ଶ୍ରୀମତି ମୁଣ୍ଡାକୁ ନେଇ ବେସ ଖୁସିରେ ଚଳୁଥିଲେ। ଗଣେଶ୍ୱର ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ହେଲେ ଗଣେଶ୍ୱର ୫ ଝିଅ, ସ୍ତ୍ରୀ ଓ ମାଆକୁ ଛାଡି ଆରପାରିକୁ ଚାଳିଗଲା ପରେ ଦୁଃଖର ବୋଝ ବୋହୁ ଶ୍ରୀମତୀ ମୁଣ୍ଡାଙ୍କ ଉପରେ ପଡ଼ିଲା । ହେଲେ ସେ ୫ ଝିଅଙ୍କୁ ଛାଡି ନିଜ ବାପଘରକୁ ପଳାଇଲେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତର କଇଁତା ଗ୍ରାମରେ। ୨୦୧୫/୧୬ ମସିହାରେ କୁନିମୁଣ୍ଡାଙ୍କୁ ମିଳିଥିବା ଘର ଖଣ୍ଡିକ ମଧ୍ଯ ଆଜିପର୍ଯ୍ୟନ୍ତ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି। ବାଉଁସ ବତାରେ ନିର୍ମାଣ କରାଯାଇଥିବା ଗେଟ, କବାଟର କାମ କରୁଥିବା ବେଳେ ୫ ବର୍ଷ ହେବ ଝରକାରେ ଟଙ୍ଗା ଯାଉଛି ଛିଣ୍ଡା ସାଢି। ୫ ଛୁଆ ଓ ଜେଜେମା ଖାଉଟି ସୁରକ୍ଷାରେ ସାମିଲ ହୋଇ ପାଉଥିବା ଚାଉଳ ହିଁ ଏହି ଅସହାୟ ପରିବାରକୁ ବଞ୍ଚିବାର ରାହା ଦେଖାଇଥିବା ଦେଖିବାକୁ ମିଳିଛି। ବଡଝିଅ ଆରତି , ଭାରତି ଓ ଶିରିୟା ମୁଣ୍ଡା ଘରେ ରହି ପାଠ ପଢ଼ୁଥିବା ବେଳେ ଶିମା ଓ ଭାଗ୍ୟ ଲକ୍ଷ୍ମୀ ଘରେ ରହି ଗାଁ ସ୍କୁଲରେ ପାଠ ପଢ଼ୁଛନ୍ତି। ଏହି ଅସହାୟ ମହିଳାକୁ ଆବାସ ଓ ଅନ୍ତଦ୍ବୟ ଯୋଜନାରେ ସାମିଲ କରିବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି।