ବିବାହ ପୂର୍ବରୁ ସାମ୍ନାକୁ ଆସିଲା ଓଲିଉଡ୍‌ର ସୁପରହିଟ୍‌ ଯୋଡି ସବ୍ୟଅର୍ଚ୍ଚିତାଙ୍କ ହଳଦୀ ସେରିମୋନିର ଫଟୋ

The Sakala Picture
Published On

ଭୁବନେଶ୍ବର: ବାହାଘର ପୂର୍ବରୁ ହଳଦୀ ମାଖିଲେ ଓଲିଉଡର ଚର୍ଚ୍ଚିତ ଯୋଡ଼ି ସବ୍ୟସାଚୀ ଏବଂ ଅର୍ଚ୍ଚିତା । ରାଜସ୍ଥାନର ଦାମୀ ରିସର୍ଟରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ହଳଦୀ ସେରିମୋନିରେ ଉଭୟଙ୍କ ପରିବାର ସଦସ୍ୟ ଉପସ୍ଥିତ ରହିଥିବାବେଳେ ଉଭୟ ସବ୍ୟ ଏବଂ ଅର୍ଚ୍ଚିତା ହଳଦୀ ଲଗାଇଥିବା ଫଟୋରେ ନଜର ଆସିଛନ୍ତି। ଗତ ୩ ଦିନ ହେବ ଉଭୟ ପରିବାରର ସଦସ୍ୟ ରାଜସ୍ଥାନରେ ଅଛନ୍ତି। ବିବାହ କାର୍ଯ୍ୟକ୍ରମରେ ଉଭୟ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁ […]

ଭୁବନେଶ୍ବର: ବାହାଘର ପୂର୍ବରୁ ହଳଦୀ ମାଖିଲେ ଓଲିଉଡର ଚର୍ଚ୍ଚିତ ଯୋଡ଼ି ସବ୍ୟସାଚୀ ଏବଂ ଅର୍ଚ୍ଚିତା । ରାଜସ୍ଥାନର ଦାମୀ ରିସର୍ଟରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ।

ଆହୁରି ପଢ଼ନ୍ତୁ: Ghooskhor Pandat: ‘ଘୁଷଖୋର ପଣ୍ଡତ’ ଟାଇଟଲ୍‌କୁ ନେଇ ବିବାଦ, ମନୋଜ ବାଜପେୟୀଙ୍କ ନୂଆ ଫିଲ୍ମକୁ ବୟକଟ୍ ଧମକ

ହଳଦୀ ସେରିମୋନିରେ ଉଭୟଙ୍କ ପରିବାର ସଦସ୍ୟ ଉପସ୍ଥିତ ରହିଥିବାବେଳେ ଉଭୟ ସବ୍ୟ ଏବଂ ଅର୍ଚ୍ଚିତା ହଳଦୀ ଲଗାଇଥିବା ଫଟୋରେ ନଜର ଆସିଛନ୍ତି। ଗତ ୩ ଦିନ ହେବ ଉଭୟ ପରିବାରର ସଦସ୍ୟ ରାଜସ୍ଥାନରେ ଅଛନ୍ତି। ବିବାହ କାର୍ଯ୍ୟକ୍ରମରେ ଉଭୟ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁ ପାଖାପାଖି ୫୦ଜଣ ସାମିଲ ହୋଇଥିବା ଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ସାସଂଦ ମାନସଙ୍କ ପ୍ରଶ୍ନ: ଗତ ୩ ବର୍ଷରେ କେତେ ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଛି

ଆହୁରି ପଢ଼ନ୍ତୁ: କିଛି ସ୍ଥାନର ଇଂରାଜୀ ବନାନ ପରିବର୍ତ୍ତନକୁ ବିଜେଡିର କଟାକ୍ଷ: ସୁଶାସନ ନୁହେଁ; ନାମ ଓ ରଙ୍ଗ ପରିବର୍ତ୍ତନ ପ୍ରାଥମିକତା ହୋଇଛି

ଗତକାଲି ଅର୍ଥାତ ରବିବାର ବିବାହ ହେବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ଉଭୟେ । ସବ୍ୟସାଚୀ ସାମାଜିକ ଗଣମାଧ୍ୟମରେ ବିବାହ ସମ୍ପର୍କରେ ଉଲ୍ଲେଖ କରି ଲେଖିଥିଲେ , ‘ଶ୍ରୀଜଗନ୍ନାଥ ଓ ଆମ ପରିବାରର ଆଶୀର୍ବାଦରୁ ଆସନ୍ତାକାଲି ଆମେ ଦୁହେଁ ଏକାଠି ହେବାକୁ ଯାଉଛୁ।’ ଏହି ଶୁଭ ଅବସରରେ ସେ ସମସ୍ତଙ୍କ ଆଶୀର୍ବାଦ କାମନା କରିଥିଲେ ।

ସବ୍ୟସାଚୀ ପ୍ରଥମେ ଆଲବମ୍‌ ଜରିଆରେ ଅଭିନୟ ଦୁନିଆରେ ପାଦ ରଖିଥିଲେ। ନିର୍ଦେଶକ ହର ପଟ୍ଟନାୟକ ତାଙ୍କୁ ପ୍ରଥମ କରି ‘ପାଗଳପ୍ରେମୀ’ ଚିତ୍ରରେ ସୁଯୋଗ ଦେଇଥିଲେ। ଏହି ଚିତ୍ର ୨୦୦୭ରେ ପ୍ରେକ୍ଷାଳୟକୁ ଆସିଥିଲା। ୟା’ ପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଅଭିନୟ ସହ ସେ ସମାଜସେବାରେ ନିଜକୁ ସାମିଲ କରିଛନ୍ତି। ବିଶେଷକରି କରୋନା ମହାମାରୀ ସମୟରେ ବିଭିନ୍ନ ବର୍ଗର ଲୋକଙ୍କୁ ସହଯୋଗର ହାତ ବଢ଼ାଇ ସେ ଜଣେ ରିଅଲ ହିରୋର ପରିଚୟ ଦେଇଛନ୍ତି। ଓଡ଼ିଆ ସହ ସେ ମଧ୍ୟ ତେଲୁଗୁ ଚିତ୍ରରେ ବି ଅଭିନୟ କରିଛନ୍ତି।

ଅନ୍ୟପକ୍ଷରେ ନାୟିକା ଅର୍ଚ୍ଚିତା ୨୦୦୫ରେ ପ୍ରଥମ କରି ସଞ୍ଜୟ ନାୟକଙ୍କ ନିର୍ଦେଶିତ ‘ଓ ମାଇଁ ଲଭ୍‌’ ଚିତ୍ର ଜରିଆରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। କିଟ୍‌ରୁ ଶିକ୍ଷାପ୍ରାପ୍ତ ଏହି ଅଭିନେତ୍ରୀ ମଡେଲିଂ ସହ ଓଡ଼ିଶୀ ନୃତ୍ୟରେ ମଧ୍ୟ ରୁଚି ରଖନ୍ତି। ପଣ୍ଡ୍‌ସ ଫେମିନା ମିସ୍‌ ଇଣ୍ଡିଆ କଲକାତାରେ ସେ ପ୍ରଥମ ରନର୍ସ ଅପ୍‌ ହୋଇଥିଲେ। ସେହିପରି ଲେକ୍‌ମି ଆବସଲ୍ୟୁଟ୍‌ ଫେମିନା ମିସ୍‌ ଆଇକନିକ୍‌ ଆଇଜ୍‌, ମିସ୍‌ ଟାଲେଣ୍ଟେଡ଼ ଓ ମିସ୍‌ ଷ୍ଟାଇଲିସ୍‌ ହେୟାର ଟାଇଟଲ ବିଜୟିନୀ ହୋଇଥିଲେ। ସବ୍ୟଙ୍କ ପରି ଅର୍ଚ୍ଚିତା ମଧ୍ୟ ସାମାଜିକ କାର୍ୟ୍ୟକ୍ରମ​‌େ​‌ର ସାମିଲ ହୋଇ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଉଭୟଙ୍କ ବିବାହ ଖବର ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାରେ ଥିବାବେଳେ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇ ସେମାନଙ୍କ ସଫଳ ଦାମ୍ପତ୍ୟ ଜୀବନ କାମନା କରିଛନ୍ତି।

ସୂଚନାଯୋଗ୍ୟ ୨୦୧୦ରେ ପ୍ରେକ୍ଷାଳୟକୁ ଆସିଥିଲା ରୋମାଣ୍ଟିକ୍‌ ଓଡ଼ିଆ ଚିତ୍ର ‘ତୋର ମୋର ଯୋଡ଼ି ସୁନ୍ଦର’। ଯେଉଁଥିରେ ଓଲିଉଡର ସଫଳ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା ଏକାଠି ଅଭିନୟ କରି ଦର୍ଶକଙ୍କୁ ଛୁଇଁଥିଲେ। ଦେବୁ ପଟ୍ଟନାୟକଙ୍କ ନିର୍ଦେଶନାରେ ଏହି ଚିତ୍ରକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏହା ପରେ – ହେଲା ମତେ ପ୍ରେମଜର, ସ୍ମାଇଲ ପ୍ଲିଜ୍‌, କେବେ ତୁମେ ନାହଁ କେବେ ମୁଁ ନାହିଁ, କେଉଁ ଦୁନିଆରୁ ଆସିଲ ବନ୍ଧୁ, ମୁଁ ଏକା ତୁମର, ମୁଁ ସପନର ସୌଦାଗର, ପାଗଳ କରିଛି ପାଉଁଜି ତୋର, ପିଲାଟା ବିଗିଡ଼ିଗଲା ପ୍ରଭୃତି ଏକାଧିକ ଚିତ୍ରରେ ସବ୍ୟ-ଅର୍ଚ୍ଚିତା ଯୋଡ଼ି ଦର୍ଶକଙ୍କ ହୃଦୟରେ ବସା ବାନ୍ଧିଛନ୍ତି। ଏହି ଯୋଡ଼ିଙ୍କୁ ନେଇ ବେଶ୍‌ କିଛି ବର୍ଷ ଧରି ଚର୍ଚ୍ଚା ହେଉଥିବାବେଳେ ଶେଷରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp