ଜାତୀୟ ରାଜପଥ ଉନ୍ନତିକରଣ: ଓଡ଼ିଶା ମଡେଲକୁ କେନ୍ଦ୍ରର ଭୂୟସୀ ପ୍ରଶଂସା

The Sakala Picture
Published On

ଭୁବନେଶ୍ୱର: ଜାତୀୟ ରାଜପଥ ଉନ୍ନତିକରଣରେ ଓଡ଼ିଶା ମଡେଲକୁ ଭୂୟସୀ ପ୍ରଶଂସା କରିଛି କେନ୍ଦ୍ର। ଜାତୀୟ ରାଜପଥ ଉନ୍ନତିକରଣରେ ଓଡ଼ିଶା ମଡେଲ ବେଶ୍‍ ଉତ୍ତମ। ମୁଖ୍ୟ ଶାସନ ସଟିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଡିଏଫ୍‍ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତ୍ୟେକ ପ୍ରକଳ୍ପର ଅଗ୍ରଗତି ସହ ତୃଣମୂଳସ୍ତରର ସମସ୍ୟାର ନିରାକରଣ ଦିଗରେ ବେଶ୍‍ ଅଭିଜ୍ଞ। ସେମାନଙ୍କର ଅଭିଜ୍ଞତା ଏବଂ କାର୍ଯ୍ୟଶୈଳୀ ପ୍ରକଳ୍ପର କାର୍ଯ୍ୟନ୍ୱୟନକୁ ତ୍ୱରିତ କରିବାରେ ସହାୟକ ହୋଇପାରିଛି ବୋଲି କେନ୍ଦ୍ର ସଡ଼କ ଓ […]

ଭୁବନେଶ୍ୱର: ଜାତୀୟ ରାଜପଥ ଉନ୍ନତିକରଣରେ ଓଡ଼ିଶା ମଡେଲକୁ ଭୂୟସୀ ପ୍ରଶଂସା କରିଛି କେନ୍ଦ୍ର। ଜାତୀୟ ରାଜପଥ ଉନ୍ନତିକରଣରେ ଓଡ଼ିଶା ମଡେଲ ବେଶ୍‍ ଉତ୍ତମ। ମୁଖ୍ୟ ଶାସନ ସଟିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଡିଏଫ୍‍ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତ୍ୟେକ ପ୍ରକଳ୍ପର ଅଗ୍ରଗତି ସହ ତୃଣମୂଳସ୍ତରର ସମସ୍ୟାର ନିରାକରଣ ଦିଗରେ ବେଶ୍‍ ଅଭିଜ୍ଞ। ସେମାନଙ୍କର ଅଭିଜ୍ଞତା ଏବଂ କାର୍ଯ୍ୟଶୈଳୀ ପ୍ରକଳ୍ପର କାର୍ଯ୍ୟନ୍ୱୟନକୁ ତ୍ୱରିତ କରିବାରେ ସହାୟକ ହୋଇପାରିଛି ବୋଲି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟର ସଚିବ ଗିରିଧର ଆରମାନେ କହିଛନ୍ତି। ଓଡ଼ିଶା ରାଜ୍ୟ ମୁଖ୍ୟ ସାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଯୁଗ୍ମ ସମୀକ୍ଷା ବୈଠକରେ ସେ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ଆରମାନେ ଏନଏଚଏଆଇ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଏବଂ ଉପଖଣ୍ଡସ୍ତରୀୟ ବନ ଅଧିକାରୀମାନଙ୍କ ସହ ନିୟମିତ ଯୋଗସୂତ୍ର ରକ୍ଷା କରି ପ୍ରକଳ୍ପ କାର୍ଯ୍ୟନ୍ୱୟନ ସମୟରେ ଦେଖାଦେଉଥିବା ସମସ୍ୟାର ତ୍ୱରିତ୍‍ ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ରାଜ୍ୟରେ ଜାରି ରହିଥିବା ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ଶୀଘ୍ର କାର୍ଯ୍ୟନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରଳ୍ପର ପର୍ଯ୍ୟାୟକ୍ରମେ କାର୍ଯ୍ୟ ସାରିବାକୁ ସେ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଥିବା ଜଣାପଡ଼ିଛି। ଜିଲ୍ଲାପାଳ ଏବଂ ଡିଏଫ୍‍ଓମାନେ ପ୍ରକଳ୍ପ କାର୍ଯ୍ୟନ୍ୱୟନରେ ଦେଖାଦେଉଥିବା ସମସ୍ୟାକୁ ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବା ଏବଂ ପ୍ରକଳ୍ପ ଶେଷ ପାଇଁ ଆବଶ୍ୟକାୟ ସହାୟତା ଯୋଗାଇଦେବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଶ୍ରୀ ମହାପାତ୍ର ପାରାଦ୍ୱୀପଠାରୁ ଭଦ୍ରାସାହି-ବଡ଼ବିଲ ଅର୍ଥନୈତିକ କରିଡରର ଉନ୍ନତିକରଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ରାସ୍ତା ନିର୍ମାଣ ବେଳେ ସମାନ୍ତରାଳ ଭାବେ ୧୦୦ ମିଟରର ରୋ(ଆରଓଡବ୍ଲ୍ୟୁ) ପାଇଁ ଜମି ଅଧିଗ୍ରହଣ କରିବାକୁ ସେ ଏନଏଚଏଆଇକୁ ଅନୁରୋଧ କରିଛନ୍ତି। ରୋ’ ପାଇଁ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ କରିବ ବୋଲି ଶ୍ରୀ ମହାପାତ୍ର ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଥିବା ବେଳେ ଉଭୟ ଏନଏଚଏଆଇ ଏବଂ ରାଜ୍ୟ ସରକାର ମିଳିତ ଭାବେ ଏହି ରୋ’ର ବିକାଶ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ବୈଠକରେ ରାଜ୍ୟରେ ଜାତୀୟ ରାଜପଥର ବିବରଣୀ ପ୍ରଦାନ କରି ଏନଏଚଆଇର ଅତିରିକ୍ତ ନିର୍ଦ୍ଦେଶକ କହିଲେ ଯେ ରାଜ୍ୟରେ ୩୦ଟି ଜିଲ୍ଲାର ୩୮ଟି ଜାତୀୟ ରାଜପଥ ରହିଥିବା ବେଳେ ଏଥି ମଧ୍ୟରେ ୫୭୩୩ କିଲୋମିଟର ସଡ଼କ ଅନ୍ତର୍ଭୁକ୍ତ ରହିଛି। ତନ୍ମଧ୍ୟରୁ ୧୯ଟି ସଡ଼କର ୨୯୨୦ କିଲୋମିଟର ରାସ୍ତା ଏନଏଚଏଆଇ ଦ୍ୱାରା ପରିଚାଳିତ ହେଉଥିବା ବେଳେ ବଳକା ୨୮୩୩ କିଲୋମିଟର ରାଜ୍ୟ ପୂର୍ତ୍ତ ବିଭାଗ ଦାୟିତ୍ୱରେ ରହିଛି। ମୋଟ ୫୭୫୩ କିଲୋମିଟର ଜାତୀୟ ରାଜପଥ ମଧ୍ୟରୁ ୨୪୩ କିଲୋମିଟର ସଡ଼କକୁ ୬ ଲେନ୍‍ରେ ପରିବର୍ତ୍ତିତ କରାଯାଇଥିବା ବେଳେ ୧୪୮୬ କିଲୋମିଟର ସଡ଼କ ୪ ଲେନ୍‍ ବିଶିଷ୍ଟ। ସେହିପରି ୧୨୫୭ କିଲୋମିଟର ସଡ଼କକୁ ୨ ଲେନ୍‍ ବିଶିଷ୍ଟ କରାଯାଇଥିବା ବେଳେ ୮୩୪ କିଲୋମିଟର ରାସ୍ତାକୁ ୧ ଲେନ୍‍ ବିଶିଷ୍ଟ କରାଯାଇ ସାରିଛି। ଅନ୍ୟପକ୍ଷରେ ଆଉ ୨୦ଟି ପ୍ରକଳ୍ପ ଅଧିନରେ ୯୦୧ କିଲୋମିଟର ସଡ଼କର ଉନ୍ନତିକରଣ ପାଇଁ ଏନଏଚଏଆଇ ମୋଟ ୧୫ ହଜାର ୧୫ କୋଟି ଟଙ୍କା ଖର୍ଚ୍ଚ କରୁଛି। ସେହିପରି ରାଜ୍ୟ ପୂର୍ତ୍ତ ବିଭାଗ ମଧ୍ୟ ୩୧ଟି ପ୍ରକଳ୍ପ ଅଧିନରେ ମୋଟ ୧୧୪୬କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ ୩୦୮୮ କୋଟି ଟଙ୍କାର ବ୍ୟୟ ଅଟକଳ କରିଥିବା ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଅନ୍ୟପକ୍ଷରେ ବୈଠକରେ ରାଜ୍ୟ ପୂର୍ତ୍ତ ସଚିବ କ୍ରିଷନ କୁମାର ରାଜ୍ୟରେ ଜାତୀୟ ରାଜପଥ ଉନ୍ନତିକରଣ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିବରଣୀ ରଖିଥିଲେ। ଏନଏଚ-୫୨୦ ଅନ୍ତର୍ଗତ ରିମୂଳି-କୋଇଡା ସେକ୍ସନର ଉନ୍ନତିକରଣ ଜାରି ରହିଥିବା ବେଳେ ଚଳିତ ମାର୍ଚ୍ଚ ମାସ ସୁଦ୍ଧା ଏହାକୁ ବାଣିଜ୍ୟିକ ଭାବେ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଏନଏଚ-୪୯ ଅନ୍ତର୍ଗତ ସିଂଘାରା-ବିଞ୍ଜବାହାଲ ସେକ୍ସନରେ ଆଖିଦୃଶିଆ ଅଗ୍ରଗତି ଘଟିଥିବା ବେଳେ ଗତ ଜାନୁଆରୀ ୧୯ ତାରିଖରୁ ପ୍ରାଥମିକ ଭାବେ କମର୍ସିଆଲ ଅପରେସନ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଥିଲେ। ସେ ମଧ୍ୟ ଶିଳ୍ପ ଏବଂ ଅର୍ଥନୈତିକ କ୍ଷେତ୍ରରେ ପ୍ରସ୍ତାବିତ ପାରାଦ୍ୱୀପ-ବଡବିଲ ଅର୍ଥନୈତିକ କରିଡରର ବ୍ୟାପକ ସମ୍ଭାବନା ଥିବା ପ୍ରକାଶ କରିବା ସହ ଏହାର ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପରିବହନ କମିଶନର ଅରୁଣ ବୋଥ୍ରା, ଏନଏଚଏଆଇର ମୁଖ୍ୟ ପ୍ରବନ୍ଧକ ରାମ ପ୍ରସାଦ ପଣ୍ଡାଙ୍କ ସହ ଏନଏଚଏଆଇର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର