ବର୍ଷା ସାଜିଲା ପ୍ରତିବନ୍ଧକ: ଉପସ୍ଥିତି ବୁଦ୍ଧି ପାଇଁ ନଦୀ ସେପଟକୁ ମେଡିସିନ ପହଞ୍ଚାଇଲେ ସ୍ବାସ୍ଥ୍ୟ ଟିମ୍

The Sakala Picture
Published On

ନବରଙ୍ଗପୁର: ବର୍ଷା ସାଜିଲା ପ୍ରତିବନ୍ଧକ। ପୋଲ ଉପରେ ପାଣି ପ୍ରବାହିତ ଯୋଗୁଁ ରୋଗୀଙ୍କ ପାଖରେ ପହଞ୍ଚିପାରିଲେନି ଡାକ୍ତରୀ ଟିମ୍ । ହେଲେ ଉପସ୍ଥିତି ବୁଦ୍ଧି ପାଇଁ ଲୋକଙ୍କ ପାଖରେ ମେଡିସିନ ପହଞ୍ଚିଲା ଆଉ ସଚେତନ ମଧ୍ୟ କରାଗଲା। ନାଳ ଏପାଖରେ ରହି ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କଲେ, ଔଷଧକୁ ପଥର ସହ ବାନ୍ଧି ଆରପାରିକୁ ଫିଙ୍ଗିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁଳସୀପଦର ଗାଁରେ। ଲଘୁଚାପ ଜନିତ ବର୍ଷା […]

ନବରଙ୍ଗପୁର: ବର୍ଷା ସାଜିଲା ପ୍ରତିବନ୍ଧକ। ପୋଲ ଉପରେ ପାଣି ପ୍ରବାହିତ ଯୋଗୁଁ ରୋଗୀଙ୍କ ପାଖରେ ପହଞ୍ଚିପାରିଲେନି ଡାକ୍ତରୀ ଟିମ୍ । ହେଲେ ଉପସ୍ଥିତି ବୁଦ୍ଧି ପାଇଁ ଲୋକଙ୍କ ପାଖରେ ମେଡିସିନ ପହଞ୍ଚିଲା ଆଉ ସଚେତନ ମଧ୍ୟ କରାଗଲା। ନାଳ ଏପାଖରେ ରହି ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କଲେ, ଔଷଧକୁ ପଥର ସହ ବାନ୍ଧି ଆରପାରିକୁ ଫିଙ୍ଗିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁଳସୀପଦର ଗାଁରେ।

ଆହୁରି ପଢ଼ନ୍ତୁ: ଖରାରୁ ମିଳିଲା ଆଶ୍ବସ୍ତି, ଆଜି ରାଜ୍ୟର ୯ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା

ଲଘୁଚାପ ଜନିତ ବର୍ଷା ଯୋଗୁଁ ସମସ୍ତ ନଦୀ ଓ ନାଳରେ ବଢ଼ିଛି ଜଳସ୍ତର । ଯାହାଫଳରେ ଝାଡାବାନ୍ତିରେ ଅକ୍ରାନ୍ତ ତୁଳସୀପଦର ଗାଁକୁ ପହଞ୍ଚିପାରିଲେନି ସ୍ବାସ୍ଥ୍ୟ ବିଭାଗ ଟିମ୍ । ତୁଳସୀପଦର ନଦୀ କୂଳରେ ରହି ଡାକବାଜି ଯନ୍ତ୍ର ଦ୍ବାରା ଗ୍ରାମବାସୀଙ୍କୁ ଡାକି ସଚେତନତା କରାଇଲେ । ପଲିଥିନରେ ଔଷଧ ବାନ୍ଧି ଆରପାରିକୁ ଫୋପାଡି ଔଷଧ ପହଞ୍ଚାଇଲେ ସ୍ବାସ୍ଥ୍ୟ ଟିମ୍ ।

ଆହୁରି ପଢ଼ନ୍ତୁ: ଜୁନ ୨୯ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ପ୍ରବେଶ ମନା

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁଳସୀପଦରରେ ଗତ ସପ୍ତାହ ଧରି ଝାଡାବାନ୍ତି ଲାଗିରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୨୦ରୁ ଊର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଥିଲେ। ଗାଁର ପ୍ରାୟ ୭ ଜଣ ବିଭିନ୍ନ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ବେଳେ ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି ଝାଡାବାନ୍ତି । ଗତ ୨ ତାରିଖ ରୁ ଲଗାତର ଭାବେ ଏମଏଚୟୁ ଓ ଏମଏଚଟିର ୨ ଟି ସ୍ବାସ୍ଥ୍ୟ ଟିମ୍ ତୁଳସୀପଦର ଗାଁରେ ପହଞ୍ଚି ଗାଁରେ ସଚେତନତା କରିବା ସହ ଔଷଧ ପ୍ରଦାନ କରି ଚିକିତ୍ସା ଜାରି ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଓ ପିଏସି କମିଟି ଗଠନ ଗଲେ ବାଚସ୍ପତି, ପ୍ରମିଳା ମଲ୍ଲିକ ପିଏସି କମିଟି ଅଧ୍ୟକ୍ଷ

ତୁଳସୀପଦର ଗାଁକୁ ଯିବାକୁ ହେଲେ ଜାତୀୟ ରାଜପଥ ଠାରୁ ପ୍ରାୟ ଦେଢ଼ କିମି କଚ୍ଚା ରାସ୍ତା ଓ ନଦୀ ପାର ହୋଇ ଯିବାକୁ ପଡିଥାଏ । ତେବେ ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ତୁଳସୀପଦର ନଦୀରେ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ଆସିବା ସହ ନଦୀରେ ପାଣିର ପ୍ରଖର ବଢ଼ିଚାଲିଛି । ତୁଳସୀପଦର ଠାରୁ ପ୍ରାୟ ୧ କିମି ଦୂରରେ ରହିଥିବା ନଦୀର ବନ୍ୟାପାଣିରେ ଯାଇନପାରି ଡାକବାଜି ଯନ୍ତ୍ର ଦ୍ବାରା ଗାଁ ଲୋକଙ୍କୁ ଡାକି ସଚେତନ କରିଥିଲେ ଡାକ୍ତରୀ ଟିମ୍ ।

ଯଦି କାହାର କିଛି ତେବେ ଅଙ୍ଗନବାଡି ଦିଦିଙ୍କୁ ଫୋନ ମାଧ୍ୟମରେ ଜାଣିପାରିବେ ବୋଲି କହିବା ସହ ସାଙ୍ଗରେ ନେଇ ଆସିଥିବା ଔଷଧ କୁ ପଲିଥିନ ରେ ବାନ୍ଧି ନଦୀର ଆରପଟ କୁ ଫୋଫାଡ଼ି ଔଷଧ ପହଞ୍ଚାଇଥିଲେ । ନଦୀର ଅରପାରିରେ ଗ୍ରାମବାସୀଙ୍କ ସହ ଅଙ୍ଗନବାଡି ଦିଦି ଆସି ଉକ୍ତ ଔଷଧ କୁ ସଂଗ୍ରହ କରି ଗାଁ କୁ ନେଇଥିଲେ ।

08 Aug 2022 By The Sakala

ବର୍ଷା ସାଜିଲା ପ୍ରତିବନ୍ଧକ: ଉପସ୍ଥିତି ବୁଦ୍ଧି ପାଇଁ ନଦୀ ସେପଟକୁ ମେଡିସିନ ପହଞ୍ଚାଇଲେ ସ୍ବାସ୍ଥ୍ୟ ଟିମ୍

ନବରଙ୍ଗପୁର: ବର୍ଷା ସାଜିଲା ପ୍ରତିବନ୍ଧକ। ପୋଲ ଉପରେ ପାଣି ପ୍ରବାହିତ ଯୋଗୁଁ ରୋଗୀଙ୍କ ପାଖରେ ପହଞ୍ଚିପାରିଲେନି ଡାକ୍ତରୀ ଟିମ୍ । ହେଲେ ଉପସ୍ଥିତି ବୁଦ୍ଧି ପାଇଁ ଲୋକଙ୍କ ପାଖରେ ମେଡିସିନ ପହଞ୍ଚିଲା ଆଉ ସଚେତନ ମଧ୍ୟ କରାଗଲା। ନାଳ ଏପାଖରେ ରହି ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କଲେ, ଔଷଧକୁ ପଥର ସହ ବାନ୍ଧି ଆରପାରିକୁ ଫିଙ୍ଗିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁଳସୀପଦର ଗାଁରେ।

ଲଘୁଚାପ ଜନିତ ବର୍ଷା ଯୋଗୁଁ ସମସ୍ତ ନଦୀ ଓ ନାଳରେ ବଢ଼ିଛି ଜଳସ୍ତର । ଯାହାଫଳରେ ଝାଡାବାନ୍ତିରେ ଅକ୍ରାନ୍ତ ତୁଳସୀପଦର ଗାଁକୁ ପହଞ୍ଚିପାରିଲେନି ସ୍ବାସ୍ଥ୍ୟ ବିଭାଗ ଟିମ୍ । ତୁଳସୀପଦର ନଦୀ କୂଳରେ ରହି ଡାକବାଜି ଯନ୍ତ୍ର ଦ୍ବାରା ଗ୍ରାମବାସୀଙ୍କୁ ଡାକି ସଚେତନତା କରାଇଲେ । ପଲିଥିନରେ ଔଷଧ ବାନ୍ଧି ଆରପାରିକୁ ଫୋପାଡି ଔଷଧ ପହଞ୍ଚାଇଲେ ସ୍ବାସ୍ଥ୍ୟ ଟିମ୍ ।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁଳସୀପଦରରେ ଗତ ସପ୍ତାହ ଧରି ଝାଡାବାନ୍ତି ଲାଗିରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୨୦ରୁ ଊର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଥିଲେ। ଗାଁର ପ୍ରାୟ ୭ ଜଣ ବିଭିନ୍ନ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ବେଳେ ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି ଝାଡାବାନ୍ତି । ଗତ ୨ ତାରିଖ ରୁ ଲଗାତର ଭାବେ ଏମଏଚୟୁ ଓ ଏମଏଚଟିର ୨ ଟି ସ୍ବାସ୍ଥ୍ୟ ଟିମ୍ ତୁଳସୀପଦର ଗାଁରେ ପହଞ୍ଚି ଗାଁରେ ସଚେତନତା କରିବା ସହ ଔଷଧ ପ୍ରଦାନ କରି ଚିକିତ୍ସା ଜାରି ରଖିଛନ୍ତି ।

ତୁଳସୀପଦର ଗାଁକୁ ଯିବାକୁ ହେଲେ ଜାତୀୟ ରାଜପଥ ଠାରୁ ପ୍ରାୟ ଦେଢ଼ କିମି କଚ୍ଚା ରାସ୍ତା ଓ ନଦୀ ପାର ହୋଇ ଯିବାକୁ ପଡିଥାଏ । ତେବେ ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ତୁଳସୀପଦର ନଦୀରେ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ଆସିବା ସହ ନଦୀରେ ପାଣିର ପ୍ରଖର ବଢ଼ିଚାଲିଛି । ତୁଳସୀପଦର ଠାରୁ ପ୍ରାୟ ୧ କିମି ଦୂରରେ ରହିଥିବା ନଦୀର ବନ୍ୟାପାଣିରେ ଯାଇନପାରି ଡାକବାଜି ଯନ୍ତ୍ର ଦ୍ବାରା ଗାଁ ଲୋକଙ୍କୁ ଡାକି ସଚେତନ କରିଥିଲେ ଡାକ୍ତରୀ ଟିମ୍ ।

ଯଦି କାହାର କିଛି ତେବେ ଅଙ୍ଗନବାଡି ଦିଦିଙ୍କୁ ଫୋନ ମାଧ୍ୟମରେ ଜାଣିପାରିବେ ବୋଲି କହିବା ସହ ସାଙ୍ଗରେ ନେଇ ଆସିଥିବା ଔଷଧ କୁ ପଲିଥିନ ରେ ବାନ୍ଧି ନଦୀର ଆରପଟ କୁ ଫୋଫାଡ଼ି ଔଷଧ ପହଞ୍ଚାଇଥିଲେ । ନଦୀର ଅରପାରିରେ ଗ୍ରାମବାସୀଙ୍କ ସହ ଅଙ୍ଗନବାଡି ଦିଦି ଆସି ଉକ୍ତ ଔଷଧ କୁ ସଂଗ୍ରହ କରି ଗାଁ କୁ ନେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର