ବିଦ୍ୟୁତତାର ସଂସ୍ପର୍ଶରେ ଆସି ମାଈହାତୀର ମୃତ୍ୟୁ

The Sakala Picture
Published On

ମୋରଡ଼ା: ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନାକୀଚୁଆ ପଞ୍ଚାୟତର ରାଇସୁଳ କିଆଖାଳି ଗାଁରେ ଶନିବାର ଭୋର ସମୟରେ ଏକ ମାଈହାତୀର ମୃତ୍ୟୁ ଘଟିଛି।ନାକୀଚୁଆ ଜଙ୍ଗଲରେ ଥିବା ନଅ ଟିକିଆ ଶିମିଳିପାଳ ହାତୀପଲରୁ ଗୋଟେ ମାଈହାତୀଟି ବିଦ୍ୟୁତତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ରାସଗୋବିନ୍ଦପୁର ବନାଞ୍ଚଳ ଅଧିକାରୀ ଘନଶ୍ୟାମ ସିଂହଙ୍କ ସୂଚନା ମୁତାବକ, ମାଈହାତୀର ବୟସ ଛଅରୁ ସାତ ବର୍ଷ । ଆଜି ଭୋର ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣକ ବାଡ଼ିରେ ଉକ୍ତ ମାଈହାତୀଟି […]

ମୋରଡ଼ା: ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନାକୀଚୁଆ ପଞ୍ଚାୟତର ରାଇସୁଳ କିଆଖାଳି ଗାଁରେ ଶନିବାର ଭୋର ସମୟରେ ଏକ ମାଈହାତୀର ମୃତ୍ୟୁ ଘଟିଛି।ନାକୀଚୁଆ ଜଙ୍ଗଲରେ ଥିବା ନଅ ଟିକିଆ ଶିମିଳିପାଳ ହାତୀପଲରୁ ଗୋଟେ ମାଈହାତୀଟି ବିଦ୍ୟୁତତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ରାସଗୋବିନ୍ଦପୁର ବନାଞ୍ଚଳ ଅଧିକାରୀ ଘନଶ୍ୟାମ ସିଂହଙ୍କ ସୂଚନା ମୁତାବକ, ମାଈହାତୀର ବୟସ ଛଅରୁ ସାତ ବର୍ଷ । ଆଜି ଭୋର ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣକ ବାଡ଼ିରେ ଉକ୍ତ ମାଈହାତୀଟି ମରି ପଡିଥିଲା।ତେବେ ଘଟଣାସ୍ଥଳରେ ବର୍ତ୍ତମାନ ଫୋରେଷ୍ଟର ଅଶୋକ ମାଜି ଏବଂ ରେଞ୍ଜର ଘନଶ୍ୟାମ ସିଂହ ଥିବାବେଳେ ଜିଲ୍ଲା ବନ ଅଧିକାରୀ ଏ ଉମା ମହେଶ ଏବଂ ଏସ ସିଏଫ ରବିନାରାୟଣ ମହାନ୍ତି ଘଟଣାସ୍ଥଳକୁ ଆସୁଥିବାର ଶ୍ରୀ ସିଂ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର