ଦଫା କୋହଳ ପାଇଁ ପୁଲିସ ବାବୁ ନେଉଥିଲେ ଲାଞ୍ଚ: ବୋଲଗଡ଼ ଏଏସଆଇଙ୍କୁ ମାଡିବସିଲା ଭିଜିଲାନ୍ସ

The Sakala Picture
Published On

ଖୋର୍ଦ୍ଧା:ଏକ କେଶରେ ଦଫା କୋହଳ ଲଗାଇବା ପାଇଁ ଜଣେ ମହିଳାଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୋଲଗଡ ଥାନା ଏଏସଆଇ ଭଗବାନ ସ୍ବାଇଁ ଦୁର୍ନୀତି ନିବାରଣ ସଂସ୍ଥା ଖୋର୍ଦ୍ଧା ହାତରେ ଧରା ପଡିଛନ୍ତି। ଭିଜିଲାନ୍ସ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏହି ଥାନା ଅନ୍ତର୍ଗତ ଖରାପଲ୍ଲୀର ସୁକାନ୍ତି ପଟ୍ଟନାୟକଙ୍କ ପୁଅ ଓ ସହଯୋଗୀଙ୍କ ବିରୋଧରେ କୌଣସି ଏକ ଘଟଣାରେ କେଶ ରୁଜୁ ହୋଇଛି। ସେମାନଙ୍କ ବିରୋଧରେ ରହିଥିବା ମାମଲାରେ କୋହଲ ଦଫା […]

ଖୋର୍ଦ୍ଧା:ଏକ କେଶରେ ଦଫା କୋହଳ ଲଗାଇବା ପାଇଁ ଜଣେ ମହିଳାଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୋଲଗଡ ଥାନା ଏଏସଆଇ ଭଗବାନ ସ୍ବାଇଁ ଦୁର୍ନୀତି ନିବାରଣ ସଂସ୍ଥା ଖୋର୍ଦ୍ଧା ହାତରେ ଧରା ପଡିଛନ୍ତି। ଭିଜିଲାନ୍ସ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏହି ଥାନା ଅନ୍ତର୍ଗତ ଖରାପଲ୍ଲୀର ସୁକାନ୍ତି ପଟ୍ଟନାୟକଙ୍କ ପୁଅ ଓ ସହଯୋଗୀଙ୍କ ବିରୋଧରେ କୌଣସି ଏକ ଘଟଣାରେ କେଶ ରୁଜୁ ହୋଇଛି। ସେମାନଙ୍କ ବିରୋଧରେ ରହିଥିବା ମାମଲାରେ କୋହଲ ଦଫା ଲଗାଇବା ପାଇଁ ସୁକାନ୍ତି ଏଏସଆଇ ସ୍ବାଇଁଙ୍କ ସହ ଆଲୋଚନା କରିଥିଲେ। ତେବେ ଏ ସଂକ୍ରାନ୍ତରେ ସୁକାନ୍ତି ଖୋର୍ଦ୍ଧା ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ପକ୍ଷରୁ ଜାଲ ବିଛାଇ ଯାଇଥିଲା। ଯୋଜନା ମୁତାବକ ଥାନା ଭିତରେ ଏଏସଆଇ ସ୍ବାଇଁ ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବରୁ ଛପି ରହିଥିବା ଟିମ ତାଙ୍କୁ ମାଡି ବସିଥିଲା।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

10 Jun 2022 By The Sakala

ଦଫା କୋହଳ ପାଇଁ ପୁଲିସ ବାବୁ ନେଉଥିଲେ ଲାଞ୍ଚ: ବୋଲଗଡ଼ ଏଏସଆଇଙ୍କୁ ମାଡିବସିଲା ଭିଜିଲାନ୍ସ

ଖୋର୍ଦ୍ଧା:ଏକ କେଶରେ ଦଫା କୋହଳ ଲଗାଇବା ପାଇଁ ଜଣେ ମହିଳାଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୋଲଗଡ ଥାନା ଏଏସଆଇ ଭଗବାନ ସ୍ବାଇଁ ଦୁର୍ନୀତି ନିବାରଣ ସଂସ୍ଥା ଖୋର୍ଦ୍ଧା ହାତରେ ଧରା ପଡିଛନ୍ତି। ଭିଜିଲାନ୍ସ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏହି ଥାନା ଅନ୍ତର୍ଗତ ଖରାପଲ୍ଲୀର ସୁକାନ୍ତି ପଟ୍ଟନାୟକଙ୍କ ପୁଅ ଓ ସହଯୋଗୀଙ୍କ ବିରୋଧରେ କୌଣସି ଏକ ଘଟଣାରେ କେଶ ରୁଜୁ ହୋଇଛି। ସେମାନଙ୍କ ବିରୋଧରେ ରହିଥିବା ମାମଲାରେ କୋହଲ ଦଫା ଲଗାଇବା ପାଇଁ ସୁକାନ୍ତି ଏଏସଆଇ ସ୍ବାଇଁଙ୍କ ସହ ଆଲୋଚନା କରିଥିଲେ। ତେବେ ଏ ସଂକ୍ରାନ୍ତରେ ସୁକାନ୍ତି ଖୋର୍ଦ୍ଧା ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ପକ୍ଷରୁ ଜାଲ ବିଛାଇ ଯାଇଥିଲା। ଯୋଜନା ମୁତାବକ ଥାନା ଭିତରେ ଏଏସଆଇ ସ୍ବାଇଁ ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବରୁ ଛପି ରହିଥିବା ଟିମ ତାଙ୍କୁ ମାଡି ବସିଥିଲା।

https://www.thesakala.in/latest-odisha-news/khordha/bolgarh-asi-in-vigilance-network/article-12324
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର