ଚଢ଼ା ଦରରେ ଭଡ଼ା ଲାଗୁଛି ସରକାରୀ ଦୋକାନ; ସବୁ ଭେଣ୍ଡିଂ ଜୋନରେ ନକଲି ହିତାଧିକାରୀ
ଭୁବନେଶ୍ୱର: ରାଜଧାନୀରେ ସରକାରୀ ଯୋଜନାରେ ଦୋକାନ ପାଇ ଏହାକୁ ଭଡ଼ାରେ ଲଗାଯାଉଛି। ଭେଣ୍ଡିଂଜୋନ୍, ଓପୋଲଫୋଡ୍ ଓ ଓମ୍ଫେଡ୍ ମାଲିକମାନେ ଏ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସରକାରଙ୍କ ଦୋକାନ ମିଳିବା ପରେ ଏଥିପାଇଁ ମାସିକ ଅଳ୍ପ କିଛି ଟଙ୍କା ଭଡ଼ା ଦେବାକୁ ପଡ଼ୁଛି। ମାତ୍ର ଏହି ଦୋକାନଗୁଡ଼ିକୁ ହିତାଧିକାରୀମାନେ ଚଢ଼ା ଦରରେ ଭଡ଼ାରେ ଲଗାଉଛନ୍ତି। ଯାହାଦ୍ୱାରା କିଛି ନକରି ମୋଟ ଅଙ୍କର ଟଙ୍କା କମାଇବାର ପନ୍ଥା ମିଳିଯାଇଛି। ମାତ୍ର ଏହି ବ୍ୟବସ୍ଥାରେ ରୋକ୍ ଲାଗିବା […]
ଭୁବନେଶ୍ୱର: ରାଜଧାନୀରେ ସରକାରୀ ଯୋଜନାରେ ଦୋକାନ ପାଇ ଏହାକୁ ଭଡ଼ାରେ ଲଗାଯାଉଛି। ଭେଣ୍ଡିଂଜୋନ୍, ଓପୋଲଫୋଡ୍ ଓ ଓମ୍ଫେଡ୍ ମାଲିକମାନେ ଏ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସରକାରଙ୍କ ଦୋକାନ ମିଳିବା ପରେ ଏଥିପାଇଁ ମାସିକ ଅଳ୍ପ କିଛି ଟଙ୍କା ଭଡ଼ା ଦେବାକୁ ପଡ଼ୁଛି। ମାତ୍ର ଏହି ଦୋକାନଗୁଡ଼ିକୁ ହିତାଧିକାରୀମାନେ ଚଢ଼ା ଦରରେ ଭଡ଼ାରେ ଲଗାଉଛନ୍ତି। ଯାହାଦ୍ୱାରା କିଛି ନକରି ମୋଟ ଅଙ୍କର ଟଙ୍କା କମାଇବାର ପନ୍ଥା ମିଳିଯାଇଛି। ମାତ୍ର ଏହି ବ୍ୟବସ୍ଥାରେ ରୋକ୍ ଲାଗିବା ସହ ଖୁବ୍ଶୀଘ୍ର ଏଭଳି ଦୋକାନୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେବ ବୋଲି ଜଣାପଡ଼ିଛି। ଆବଶ୍ୟକ ସ୍ଥଳେ ଦୋକାନ ଆବଣ୍ଟନ ରଦ୍ଦ କରାଯିବ ବୋଲି ସୂଚନା ମିଳିଛି।
ଏଥିପାଇଁ କମ ଦିନ ମଧ୍ୟରେ ଏକ ସ୍ୱତନ୍ତ୍ର ଟିମ୍ ରାଜଧାନୀର ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ଉ କରିବେ। ଏହି ସମୟରେ ଦୋକାନ କାହା ନାମରେ ଆବଣ୍ଟନ ହୋଇଛି, ଏହାକୁ କିଏ ଚଳାଉଛି ଓ କେତେ ଦିନ ହେବ ଦୋକାନ ମାଲିକ ଦୋକାନକୁ ଆସି ନାହାନ୍ତି ତାହାର ତଥ୍ୟ ସଂଗ୍ରହ ହେବ। ଯେଉଁଠାରେ ସାମାନ୍ୟତମ ତ୍ରୁଟି ପରିଲକ୍ଷିତ ହେବ ସେଠାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି। ରାଜଧାନୀର ଉଠା ଦୋକାନୀ ଓ ବିଭିନ୍ନ ଆର୍ôଥକ ଅନଗ୍ରସର ଶ୍ରେଣୀର ଲୋକମାନଙ୍କୁ ସରକାରୀ ଯୋଜନାରେ ଦୋକାନ ଘର ଆବଣ୍ଟନ କରାଯାଇଛି। ଏଥିରେ ବିଏମ୍ସିର ଭେଣ୍ଡିଂ ଜୋନ୍ ଥିବା ବେଳେ ଜିଏ ଡିପାର୍ଟମେଣ୍ଟଠାରୁ ଜାଗା ଭଡ଼ା ନେଇ ମଧ୍ୟ ଦୋକାନ କରାଯାଇଛି। ଏହାସହିତ ଆମିଷ ବ୍ୟବସାୟ ପାଇଁ ଓପୋଲଫେଡ୍ ଓ ଦୁଗ୍ଧ ଜାତୀୟ ଦ୍ରବ୍ୟ ବିକ୍ରୟ ପାଇଁ ଓମ୍ଫେଡ୍ ଆଦି ଆବଣ୍ଟନ କରାଯାଇଛି। ମାତ୍ର ଦୋକାନ ହାତେଇଥିବା ଲୋକମାନେ ନିଜେ ଦୋକାନ ନ କରି ଅନେକ ସ୍ଥାନରେ ଦୋକାନକୁ ଭଡ଼ାସୂତ୍ରରେ ବ୍ୟବହାର କରୁଛନ୍ତି। ଯାହାଦ୍ୱାରା ସରକାରଙ୍କୁ ମାତ୍ର ଅଳ୍ପ କିଛି ଟଙ୍କା ଭଡ଼ା ଦେଉଥିଲେ ମଧ୍ୟ ସେମାନେ ମୋଟା ଅଙ୍କର ଭଡ଼ା ଆଦାୟ କରୁଥିବା ଜଣାପଡ଼ିଛି। ଏହି ଘଟଣା ବିଭିନ୍ନ ସରକାରୀ ମାର୍କେଟ୍ କମ୍ପେ୍ଲକ୍ସରେ ମଧ୍ୟ ଚାଲିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଦ୍ୱାରା ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାରେ ଲାଭ ପାଇବାରୁ ବଞ୍ଚିତ ହେଉଥିବା ବେଳେ କିଛି ମୁନାଫାଖୋର ବ୍ୟକ୍ତି ସରକାରୀ ଯୋଜନାକୁ ଦୂରୁପଯୋଗ କରି ଟଙ୍କା କମାଉଥିବା ଜଣାପଡ଼ିଛି। ଏହି ବ୍ୟବସ୍ଥାରେ ରୋକ୍ ଲଗାଇବା ପାଇଁ ଏକ ବଡ଼ଧରଣର ଯାଞ୍ଚ କରିବା ପାଇଁ ଯୋଜନା ହେଉଥିବା ଜଣାପଡ଼ିଛି। ଏହି ଯାଞ୍ଚରେ ବିଏମସି, ବିଡିଏ ସମେତ ଜିଏ ଡିପାର୍ଟେମେଣ୍ଟର ଅଧିକାରୀମାନେ ସାମିଲ ହୋଇ କାର୍ଯ୍ୟନୁଷ୍ଠାନ ନେବେ ବୋଲି ସୂଚନା ମିଳିଛି।
ହକି ବିଶ୍ୱକପ୍ ପାଇଁ ବର୍ତ୍ତମାନ ରାଜଧାନୀର ସବୁ ପ୍ରତି ଅଞ୍ଚଳରେ ଜବରଦଖଲକୁ ଜୋରଦାର ଉଚ୍ଛେଦ ହେଉଛି। ମୁଖ୍ୟଃ ଭେଣ୍ଡିଂ ଜୋନ ହାତେଇଥିବା ଲୋକମାନେ ସେମାନଙ୍କ ଦୋକାନ ଆଗକୁ ବଢ଼ାଇବା ସହିତ ଓପୋଲଫେଡ୍ ଓ ଓମ୍ଫେଡ୍ ଦୋକାନ ଆଗରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି। ଏହାକୁ ଉଚ୍ଛେଦ କରିବା ସହ ରାସ୍ତା ସମ୍ପ୍ରସାରଣ ଓ ଲୋକଙ୍କ ଯିବା ଆସିବା ପଥ ପରିସ୍କାର କରିବାକୁ ଏହି ପଦକ୍ଷେପ ନିଆଯାଉଛି। ମାତ୍ର ଉଚ୍ଛେଦ ସମୟରେ ଏନ୍ଫୋର୍ସମେଣ୍ଟ ଟିମ୍ ଦୋକାନ ଭଙ୍ଗାଯାଉଥିବା ପ୍ରକୃତ ମାଲିକଙ୍କୁ ପାଉ ନାହାନ୍ତି। ଦୋକାନଗୁଡ଼ିକରେ ଥିବା କର୍ମଚାରୀ କିମ୍ବା ଯେଉଁମାନେ ଭଡ଼ାରେ ଏହାକୁ ନେଇଛନ୍ତି, ସେମାନେ ହିଁ ଉଚ୍ଛେଦ ସମୟରେ ଉପସ୍ଥିତ ରହୁଛନ୍ତି। ରାଜଧାନୀର ଅଧିକାଂଶ ସ୍ଥାନରେ ଏହି ଘଟଣା ଘଟୁଥିବାରୁ ଆବଣ୍ଟନକାରୀ ବିଭାଗଗୁଡ଼ିକ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି। ତେଣୁ ତୁରନ୍ତ ଯାଞ୍ଚକରି ଆବଣ୍ଟନରେ ପାଇଥିବା ହିତାଧିକାରୀଙ୍କ ଚିହ୍ନଟ କରାଯିବ ବୋଲି ଜଣାପଡ଼ିଛି।
ଅନ୍ୟପଟେ ରାଜଧାନୀରେ ଅନେକ ଯୋଗ୍ୟ ହୀତାଧିକାରୀ ଭେଣ୍ଡିଂ ଜୋନ୍ ଖଣ୍ଡେ ପାଇବାରୁ ବଞ୍ଚିତ ହେବା ସହ ରାସ୍ତାକଡ଼ରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଏମାନଙ୍କୁ ଉଚ୍ଛେଦକାରୀ ଦଳ ବାରମ୍ବାର ହଇରାଣ କରିବା ସହ ଦୋକାନ ଭାଙ୍ଗିଦେଉଛି। ଯାହାଦ୍ୱାରା ସେମାନେ ଆର୍ôଥକ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି। ମାତ୍ର ଅନେକ ସ୍ଥାନରେ ବେଆଇନ୍ କାରବାର କରି ଅଯୋଗ୍ୟ ହିତାଧିକାରୀ ଟଙ୍କା ରୋଜଗାର କରୁଥିଲେ ମଧ୍ୟ ବିଏମ୍ସି ସେମାନଙ୍କ ପ୍ରତି ନରମ ମନୋଭାବ ଦେଖାଯାଉଛି। ତୁରନ୍ତ ଏହି ବେଆଇନ୍ କାର୍ଯ୍ୟର ପର୍ଦ୍ଦର୍ାଫାସ କରି ପ୍ରକୃତ ହିତାଧିକାରୀଙ୍କୁ ଦୋକାନ ଘର ଆବଣ୍ଟନ କରିବାକୁ କିଛି ଉଠା ଦୋକାନୀ ଦାବି କରିଛନ୍ତି।