ଓଡ଼ିଶା ବଜାରରେ ସ୍କାଏ ଇ-ମୋଟର୍ସର ପ୍ରଥମ ଆଉଟ୍‌ଲେଟ୍‌ ଉଦ୍‌ଘାଟିତ

The Sakala Picture
Published On

ବ୍ରହ୍ମପୁର: ଓଡ଼ିଶା ବଜାରକୁ ନୂତନ ଭାବେ ପ୍ରବେଶ କରିଛି ସ୍କାଏ ଇ-ମୋଟର୍ସ । ଏହାର ପ୍ରଥମ ଆଉଟ୍‌ଲେଟ୍‌ ରବିବାର ସ୍ଥାନୀୟ ଧର୍ମନଗର ମୁଖ୍ୟ ଲାଇନ୍‌ରେ ଉଦ୍‌ଘାଟିତ ହୋଇଛି । ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଏହି ଆଉଟ୍‌ଲେଟ୍‌କୁ ଉଦ୍‌ଘାଟନ କରିଛନ୍ତି । ଓଡ଼ିଆ ସିନେ ଅଭିନେତ୍ରୀ ଭୂମିକା ଦାଶ ଉପସ୍ଥିତ ରହି ଲୋକଙ୍କ ମୁଖ୍ୟ ଆକର୍ଷଣ ରହିଥିଲେ । ନୂତନ ଭାବେ ପ୍ରବେଶ କରିଥିବା ଏହି ବ୍ୟାଟେରୀ ଚାଳିତ ବାଇକ୍‌ ସ୍କାଏ ଇ-ମୋଟର୍ସ ପକ୍ଷରୁ ଆଜିଠାରୁ ହିଁ […]

ବ୍ରହ୍ମପୁର: ଓଡ଼ିଶା ବଜାରକୁ ନୂତନ ଭାବେ ପ୍ରବେଶ କରିଛି ସ୍କାଏ ଇ-ମୋଟର୍ସ । ଏହାର ପ୍ରଥମ ଆଉଟ୍‌ଲେଟ୍‌ ରବିବାର ସ୍ଥାନୀୟ ଧର୍ମନଗର ମୁଖ୍ୟ ଲାଇନ୍‌ରେ ଉଦ୍‌ଘାଟିତ ହୋଇଛି । ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଏହି ଆଉଟ୍‌ଲେଟ୍‌କୁ ଉଦ୍‌ଘାଟନ କରିଛନ୍ତି । ଓଡ଼ିଆ ସିନେ ଅଭିନେତ୍ରୀ ଭୂମିକା ଦାଶ ଉପସ୍ଥିତ ରହି ଲୋକଙ୍କ ମୁଖ୍ୟ ଆକର୍ଷଣ ରହିଥିଲେ । ନୂତନ ଭାବେ ପ୍ରବେଶ କରିଥିବା ଏହି ବ୍ୟାଟେରୀ ଚାଳିତ ବାଇକ୍‌ ସ୍କାଏ ଇ-ମୋଟର୍ସ ପକ୍ଷରୁ ଆଜିଠାରୁ ହିଁ ବିକ୍ରି ଆରମ୍ଭ ହୋଇଛି । ପ୍ରଥମ ଦିନରେ ୫୦ରୁ ଊଦ୍ଧ୍ୱର୍ ବାଇକ୍‌ ବିକ୍ରି ହୋଇଥିବା ଏବଂ ଅଗ୍ରୀମ ବୁକ୍‌ ହୋଇଥିବା ନେଇ ଏହାର ପୋପ୍ରାଇଟର ତଥା ନିର୍ଦ୍ଦେଶକ ଲାଲି ଆଚାରୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

ଏହି ବ୍ୟାଟେରୀ ଚାଳିତ ବାଇକ୍‌ ଅନ୍ୟ ବ୍ୟାଟେରୀ ଚାଳିତ ବାଇକ୍‌ ଠାରୁ ବେଶ୍‌ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବା ସେ କହିଛନ୍ତି । ବ୍ରହ୍ମପୁର ସହର ଉପକଣ୍ଠ ମହୁଡ଼ା ନିକଟରେ ଏହି ଇ-ବାଇକ୍‌ର କାରଖାନା ରହିଛି । ଆଉ ଦୁଇ ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବା ପରେ ବିକ୍ରି ମଧ୍ୟ ନିଶ୍ଚିତ ଭାବେ ବଢ଼ିବ ବୋଲି ଶ୍ରୀ ଆଚାରୀ କହିଛନ୍ତି । କମ୍ପାନୀ ପକ୍ଷରୁ ପ୍ରଥମେ ୫ଟି ମୋଡେଲ୍‌ ଛଡ଼ାଯାଇଛି । ସେଗୁଡ଼ିକ ହେଲା ୱିନ୍‌ଡ, ପେସ୍‌, ବୋଲ୍ଡ, ସ୍ୱାନ୍‌ ଏବଂ ସୁଇଙ୍ଗ । ୩ ଘଣ୍ଟା ଚାର୍ଜ କଲେ ଏହି ଗାଡ଼ି ପ୍ରାୟ ୭୦କିମି ଅତି ସହଜରେ ଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି କମ୍ପାନୀର ଗାଡ଼ିର ବେଗ ଘଣ୍ଟା ପ୍ରତି ୪୫ କିମି ରହିଛି । ଏହାର ବ୍ୟାଟେରୀର ଗୁଣବତା ବହୁ ଭଲ ହୋଇଥିବା ଯୋଗୁଁ ଅନ୍ୟ ବ୍ୟାଟେରୀ ଅପେକ୍ଷା ଏହା ବେଶ୍‌ ଉନ୍ନତମାନର ବୋଲି କୁହାଯାଇଛି । ଏହି ଗାଡ଼ିରେ ଡୁଏଲ୍‌ ଡିଏଲ୍‌ଆର୍‌ ଲାଇଟ୍‌, ଏଲୟ ହ୍ୱିଲ୍‌, ଆଣ୍ଟି ଥେପ୍ଟ ଆଲ୍‌ରାମ ଏବଂ ୟୁଏସ୍‌ବି ଚାଜର୍ସ ରହିଛି । ଏଠାରେ ହିଁ କମ୍ପାନୀର କାରଖାନା ରହିଥିବା ଯୋଗୁଁ ଗାଡ଼ି କିଣିଥିବା ଲୋକ ସମସ୍ତ ପ୍ରକାର ସର୍ଭିସିଂ ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ । ଗାଡ଼ିର କ୍ଷୟକ୍ଷତି ହେଲେ ଇନ୍ସୁରାନ୍ସ ବ୍ୟବସ୍ଥା ମଧ୍ୟ ରହିଛି । ଆଜିର ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ ଡେପୁଟି ମେୟର ଇ.ବିବେକ ରେଡ୍ଡୀ, ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଭୀମସେନ ଦଳେଇ, ଜେ.ଶ୍ରୀନିବାସ, ଚିତ୍ରସେନ ମହାପାତ୍ର, ବଦ୍ରିନାରାୟଣ ନାୟକ, ଦଣ୍ଡପାଣି ନାୟକ, ଆଇନଜୀବୀ ପ୍ରଦୀପ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ କମ୍ପାନୀ ରାଜ୍ୟ ଏବଂ ରାଜ୍ୟ ବାହାରେ ମଧ୍ୟ ଆଉଟ୍‌ଲେଟ୍‌ ଖୋଲିବାର ଲକ୍ଷ୍ୟ ରଖିଛି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

29 May 2022 By The Sakala

ଓଡ଼ିଶା ବଜାରରେ ସ୍କାଏ ଇ-ମୋଟର୍ସର ପ୍ରଥମ ଆଉଟ୍‌ଲେଟ୍‌ ଉଦ୍‌ଘାଟିତ

ବ୍ରହ୍ମପୁର: ଓଡ଼ିଶା ବଜାରକୁ ନୂତନ ଭାବେ ପ୍ରବେଶ କରିଛି ସ୍କାଏ ଇ-ମୋଟର୍ସ । ଏହାର ପ୍ରଥମ ଆଉଟ୍‌ଲେଟ୍‌ ରବିବାର ସ୍ଥାନୀୟ ଧର୍ମନଗର ମୁଖ୍ୟ ଲାଇନ୍‌ରେ ଉଦ୍‌ଘାଟିତ ହୋଇଛି । ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଏହି ଆଉଟ୍‌ଲେଟ୍‌କୁ ଉଦ୍‌ଘାଟନ କରିଛନ୍ତି । ଓଡ଼ିଆ ସିନେ ଅଭିନେତ୍ରୀ ଭୂମିକା ଦାଶ ଉପସ୍ଥିତ ରହି ଲୋକଙ୍କ ମୁଖ୍ୟ ଆକର୍ଷଣ ରହିଥିଲେ । ନୂତନ ଭାବେ ପ୍ରବେଶ କରିଥିବା ଏହି ବ୍ୟାଟେରୀ ଚାଳିତ ବାଇକ୍‌ ସ୍କାଏ ଇ-ମୋଟର୍ସ ପକ୍ଷରୁ ଆଜିଠାରୁ ହିଁ ବିକ୍ରି ଆରମ୍ଭ ହୋଇଛି । ପ୍ରଥମ ଦିନରେ ୫୦ରୁ ଊଦ୍ଧ୍ୱର୍ ବାଇକ୍‌ ବିକ୍ରି ହୋଇଥିବା ଏବଂ ଅଗ୍ରୀମ ବୁକ୍‌ ହୋଇଥିବା ନେଇ ଏହାର ପୋପ୍ରାଇଟର ତଥା ନିର୍ଦ୍ଦେଶକ ଲାଲି ଆଚାରୀ ସୂଚନା ଦେଇଛନ୍ତି ।

ଏହି ବ୍ୟାଟେରୀ ଚାଳିତ ବାଇକ୍‌ ଅନ୍ୟ ବ୍ୟାଟେରୀ ଚାଳିତ ବାଇକ୍‌ ଠାରୁ ବେଶ୍‌ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବା ସେ କହିଛନ୍ତି । ବ୍ରହ୍ମପୁର ସହର ଉପକଣ୍ଠ ମହୁଡ଼ା ନିକଟରେ ଏହି ଇ-ବାଇକ୍‌ର କାରଖାନା ରହିଛି । ଆଉ ଦୁଇ ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବା ପରେ ବିକ୍ରି ମଧ୍ୟ ନିଶ୍ଚିତ ଭାବେ ବଢ଼ିବ ବୋଲି ଶ୍ରୀ ଆଚାରୀ କହିଛନ୍ତି । କମ୍ପାନୀ ପକ୍ଷରୁ ପ୍ରଥମେ ୫ଟି ମୋଡେଲ୍‌ ଛଡ଼ାଯାଇଛି । ସେଗୁଡ଼ିକ ହେଲା ୱିନ୍‌ଡ, ପେସ୍‌, ବୋଲ୍ଡ, ସ୍ୱାନ୍‌ ଏବଂ ସୁଇଙ୍ଗ । ୩ ଘଣ୍ଟା ଚାର୍ଜ କଲେ ଏହି ଗାଡ଼ି ପ୍ରାୟ ୭୦କିମି ଅତି ସହଜରେ ଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି କମ୍ପାନୀର ଗାଡ଼ିର ବେଗ ଘଣ୍ଟା ପ୍ରତି ୪୫ କିମି ରହିଛି । ଏହାର ବ୍ୟାଟେରୀର ଗୁଣବତା ବହୁ ଭଲ ହୋଇଥିବା ଯୋଗୁଁ ଅନ୍ୟ ବ୍ୟାଟେରୀ ଅପେକ୍ଷା ଏହା ବେଶ୍‌ ଉନ୍ନତମାନର ବୋଲି କୁହାଯାଇଛି । ଏହି ଗାଡ଼ିରେ ଡୁଏଲ୍‌ ଡିଏଲ୍‌ଆର୍‌ ଲାଇଟ୍‌, ଏଲୟ ହ୍ୱିଲ୍‌, ଆଣ୍ଟି ଥେପ୍ଟ ଆଲ୍‌ରାମ ଏବଂ ୟୁଏସ୍‌ବି ଚାଜର୍ସ ରହିଛି । ଏଠାରେ ହିଁ କମ୍ପାନୀର କାରଖାନା ରହିଥିବା ଯୋଗୁଁ ଗାଡ଼ି କିଣିଥିବା ଲୋକ ସମସ୍ତ ପ୍ରକାର ସର୍ଭିସିଂ ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ । ଗାଡ଼ିର କ୍ଷୟକ୍ଷତି ହେଲେ ଇନ୍ସୁରାନ୍ସ ବ୍ୟବସ୍ଥା ମଧ୍ୟ ରହିଛି । ଆଜିର ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ ଡେପୁଟି ମେୟର ଇ.ବିବେକ ରେଡ୍ଡୀ, ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଭୀମସେନ ଦଳେଇ, ଜେ.ଶ୍ରୀନିବାସ, ଚିତ୍ରସେନ ମହାପାତ୍ର, ବଦ୍ରିନାରାୟଣ ନାୟକ, ଦଣ୍ଡପାଣି ନାୟକ, ଆଇନଜୀବୀ ପ୍ରଦୀପ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ କମ୍ପାନୀ ରାଜ୍ୟ ଏବଂ ରାଜ୍ୟ ବାହାରେ ମଧ୍ୟ ଆଉଟ୍‌ଲେଟ୍‌ ଖୋଲିବାର ଲକ୍ଷ୍ୟ ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp