ନକଲି ଡିଏସ୍‌ପି ଗିରଫ

The Sakala Picture
Published On

ଭୁବନେଶ୍ବର : ୟୁନିଟ୍-୯ ଅଞ୍ଚଳରୁ ଜଣେ ନକଲି ଡିଏସ୍‌ପିଙ୍କୁ ଧରିଛି ସହିଦନଗର ଥାନା ପୁଲିସ। ପୁଲିସ ତାକୁ ଥାନାରେ ଅଟକ ରଖୁ ପଚରାଉଚରା କରୁଛି। ରବିବାର ରାତିରେ ଯୁବକ ଜଣକ ଅନ୍ୟ କେତେକ ଯୁବକଙ୍କ ସହ ମିଶି ୟୁନିଟ୍ ୯ରେ ମଦ ପିଉଥିଲେ। ଖବରପାଇ ପିସିଆର୍ ଭ୍ୟାନ ପହଞ୍ଚିଥିଲା । ତାଙ୍କୁ ପଚାରିବାରୁ ସେ ପୁଲିସକୁ ନାଲିଆଖ୍ ଦେଖାଇବା ସହ ନିଜକୁ ଡିଏସ୍‌ପି ବୋଲି ପରିଚୟ ଦେଇଥିଲେ । କିନ୍ତୁ ପୁଲିସ ପଚରାଉଚରା କରିବା ସହ ଯାଞ୍ଚ […]

ଭୁବନେଶ୍ବର : ୟୁନିଟ୍-୯ ଅଞ୍ଚଳରୁ ଜଣେ ନକଲି ଡିଏସ୍‌ପିଙ୍କୁ ଧରିଛି ସହିଦନଗର ଥାନା ପୁଲିସ। ପୁଲିସ ତାକୁ ଥାନାରେ ଅଟକ ରଖୁ ପଚରାଉଚରା କରୁଛି। ରବିବାର ରାତିରେ ଯୁବକ ଜଣକ ଅନ୍ୟ କେତେକ ଯୁବକଙ୍କ ସହ ମିଶି ୟୁନିଟ୍ ୯ରେ ମଦ ପିଉଥିଲେ। ଖବରପାଇ ପିସିଆର୍ ଭ୍ୟାନ ପହଞ୍ଚିଥିଲା । ତାଙ୍କୁ ପଚାରିବାରୁ ସେ ପୁଲିସକୁ ନାଲିଆଖ୍ ଦେଖାଇବା ସହ ନିଜକୁ ଡିଏସ୍‌ପି ବୋଲି ପରିଚୟ ଦେଇଥିଲେ । କିନ୍ତୁ ପୁଲିସ ପଚରାଉଚରା କରିବା ସହ ଯାଞ୍ଚ ବେଳେ ନକଲି ବୋଲି ଜଣାପଡ଼ିଥିଲା ।

ଆହୁରି ପଢ଼ନ୍ତୁ: ଜୁନ ୨୯ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ପ୍ରବେଶ ମନା

ଏମିତିକି ଫେସ୍‌ବୁକ୍‌ରେ କୋରାପୁଟର ଡିଏସ୍‌ପି ବୋଲି ଲେଖୁଛି । ସେହିପରି ଅନେକ ସମୟରେ ବିଭିନ୍ନ ଛକରେ ନିଜକୁ ଡିଏସ୍‌ପି ବୋଲି ପରିଚୟ ଦେଇ ସହରରେ ବୁଲାବୁଲି କରୁଥିଲେ। ତେବେ ଆଜି ସହିଦନଗରଥାନା ପୁଲିସ ହାତରେ ଧରାପଡ଼ିବା ପରେ ତା’ ଠାରୁ କିଛି କାଗଜପତ୍ର ଜବତ କରି ତଦନ୍ତ କରୁଛି । ଗତ ସପ୍ତାହରେ ପୁଲିସ ଜଣେ ନକଲି ଆର୍ମି ଅଫିସରଙ୍କୁ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ: ବିଜେଡିରେ ସାମିଲ ହେଲେ ପୂର୍ବତନ ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନ

21 Jun 2021 By The Sakala

ନକଲି ଡିଏସ୍‌ପି ଗିରଫ

ଭୁବନେଶ୍ବର : ୟୁନିଟ୍-୯ ଅଞ୍ଚଳରୁ ଜଣେ ନକଲି ଡିଏସ୍‌ପିଙ୍କୁ ଧରିଛି ସହିଦନଗର ଥାନା ପୁଲିସ। ପୁଲିସ ତାକୁ ଥାନାରେ ଅଟକ ରଖୁ ପଚରାଉଚରା କରୁଛି। ରବିବାର ରାତିରେ ଯୁବକ ଜଣକ ଅନ୍ୟ କେତେକ ଯୁବକଙ୍କ ସହ ମିଶି ୟୁନିଟ୍ ୯ରେ ମଦ ପିଉଥିଲେ। ଖବରପାଇ ପିସିଆର୍ ଭ୍ୟାନ ପହଞ୍ଚିଥିଲା । ତାଙ୍କୁ ପଚାରିବାରୁ ସେ ପୁଲିସକୁ ନାଲିଆଖ୍ ଦେଖାଇବା ସହ ନିଜକୁ ଡିଏସ୍‌ପି ବୋଲି ପରିଚୟ ଦେଇଥିଲେ । କିନ୍ତୁ ପୁଲିସ ପଚରାଉଚରା କରିବା ସହ ଯାଞ୍ଚ ବେଳେ ନକଲି ବୋଲି ଜଣାପଡ଼ିଥିଲା ।

ଏମିତିକି ଫେସ୍‌ବୁକ୍‌ରେ କୋରାପୁଟର ଡିଏସ୍‌ପି ବୋଲି ଲେଖୁଛି । ସେହିପରି ଅନେକ ସମୟରେ ବିଭିନ୍ନ ଛକରେ ନିଜକୁ ଡିଏସ୍‌ପି ବୋଲି ପରିଚୟ ଦେଇ ସହରରେ ବୁଲାବୁଲି କରୁଥିଲେ। ତେବେ ଆଜି ସହିଦନଗରଥାନା ପୁଲିସ ହାତରେ ଧରାପଡ଼ିବା ପରେ ତା’ ଠାରୁ କିଛି କାଗଜପତ୍ର ଜବତ କରି ତଦନ୍ତ କରୁଛି । ଗତ ସପ୍ତାହରେ ପୁଲିସ ଜଣେ ନକଲି ଆର୍ମି ଅଫିସରଙ୍କୁ ଗିରଫ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର