ଡ୍ରାଇଭରଙ୍କ ପୁଅର ଓପିଏସସି ପରୀକ୍ଷାରେ ସଫଳତା, ଶ୍ରବଣ ବାଧିତ ଦିବ୍ୟାଙ୍ଗ ବର୍ଗରେ ଟପର ବାରିପଦାର ବିରଞ୍ଚି

The Sakala Picture
Published On

ବାରିପଦା : ଓଡ଼ିଶା ପ୍ରଶାସନିକ ସେବାର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବାରିପଦାର ଜଣେ ଡ୍ରାଇଭରଙ୍କ ପୁଅ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଓପିଏସସି ପରୀକ୍ଷାରେ ଦିବ୍ୟାଙ୍ଗ ଶ୍ରେଣୀର ଶ୍ରବଣ ବାଧିତ ବର୍ଗରେ ଟପ୍ପର ହୋଇଛନ୍ତି ବାରିପଦାର ବିରଞ୍ଚି। ଓଡିଶା ରେଙ୍କ ଓ୍ୱାନ ହୋଇ ସାରା ରାଜ୍ୟରେ ଟପ୍ପର ହୋଇ ପାରିଛନ୍ତି ବାରିପଦାର ବିରଞ୍ଚି ନାରାୟଣ ପାଣିଗ୍ରାହୀ। ବିରଞ୍ଚିଙ୍କ ବାପା ଜୟକୃଷ୍ଣ ପାଣିଗ୍ରାହୀ ବାରିପଦାର ଲକ୍ଷ୍ମୀପୋଷି ସ୍ଥିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟରେ ଜଣେ ଡ୍ରାଇଭର ଭାବରେ […]

ବାରିପଦା : ଓଡ଼ିଶା ପ୍ରଶାସନିକ ସେବାର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବାରିପଦାର ଜଣେ ଡ୍ରାଇଭରଙ୍କ ପୁଅ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଓପିଏସସି ପରୀକ୍ଷାରେ ଦିବ୍ୟାଙ୍ଗ ଶ୍ରେଣୀର ଶ୍ରବଣ ବାଧିତ ବର୍ଗରେ ଟପ୍ପର ହୋଇଛନ୍ତି ବାରିପଦାର ବିରଞ୍ଚି। ଓଡିଶା ରେଙ୍କ ଓ୍ୱାନ ହୋଇ ସାରା ରାଜ୍ୟରେ ଟପ୍ପର ହୋଇ ପାରିଛନ୍ତି ବାରିପଦାର ବିରଞ୍ଚି ନାରାୟଣ ପାଣିଗ୍ରାହୀ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ବିରଞ୍ଚିଙ୍କ ବାପା ଜୟକୃଷ୍ଣ ପାଣିଗ୍ରାହୀ ବାରିପଦାର ଲକ୍ଷ୍ମୀପୋଷି ସ୍ଥିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟରେ ଜଣେ ଡ୍ରାଇଭର ଭାବରେ କାର୍ଯ୍ୟରତ ଅଛନ୍ତି। ମାଆ ସତ୍ୟଭମା ପାଣିଗ୍ରାହୀ ଜଣେ ଗୃହିଣୀ। ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ଉରୁଣିଆ ଅଞ୍ଚଳରେ ବିରଞ୍ଚିଙ୍କ ଘର। ନିମ୍ନ ମଧ୍ୟବିତ୍ତ ପରିବାରର ବିରଞ୍ଚି ବହୁ ବାଧାବିଘ୍ନ ଓ ସାମାଜିକ ପରିହାସର ଶିକାର ହୋଇ ମଧ୍ୟ ନିଜ ଦୃଢ ମନୋବଳର ସହ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ। ଆଉ ଏହି ସଫଳତା ଆଜି ସେ ହାସଲ କରିଛନ୍ତି। ତେବେ ଏଇଠି ଅଟକି ନଯାଇ ଆଗକୁ ୟୁପିଏସସି ପରୀକ୍ଷା ଦେଇ ଜଣେ ଆଇଏଏସ ଅଧିକାରୀ ହେବାର ଲକ୍ଷ୍ୟ ରଖିଛନ୍ତି ବିରଞ୍ଚି। ରାଜ୍ୟ ସାରାରେ ଦିବ୍ୟାଙ୍ଗ ଶ୍ରେଣୀରେ ଟପ୍ପର ହୋଇଥିବା ବେଳେ ବିଭିନ୍ନ ବର୍ଗରୁ ତାଙ୍କୁ ସମ୍ବର୍ଦ୍ଧନାର ସୁଅ ଛୁଟିଛି।

ଆହୁରି ପଢ଼ନ୍ତୁ: ଧର୍ମ ପରିବର୍ତ୍ତନ କରିଥିବାରୁ ଶବକୁ ମିଳୁନି ଶ୍ମଶାନ, ୩୬ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ

08 Oct 2022 By The Sakala

ଡ୍ରାଇଭରଙ୍କ ପୁଅର ଓପିଏସସି ପରୀକ୍ଷାରେ ସଫଳତା, ଶ୍ରବଣ ବାଧିତ ଦିବ୍ୟାଙ୍ଗ ବର୍ଗରେ ଟପର ବାରିପଦାର ବିରଞ୍ଚି

ବାରିପଦା : ଓଡ଼ିଶା ପ୍ରଶାସନିକ ସେବାର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବାରିପଦାର ଜଣେ ଡ୍ରାଇଭରଙ୍କ ପୁଅ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଓପିଏସସି ପରୀକ୍ଷାରେ ଦିବ୍ୟାଙ୍ଗ ଶ୍ରେଣୀର ଶ୍ରବଣ ବାଧିତ ବର୍ଗରେ ଟପ୍ପର ହୋଇଛନ୍ତି ବାରିପଦାର ବିରଞ୍ଚି। ଓଡିଶା ରେଙ୍କ ଓ୍ୱାନ ହୋଇ ସାରା ରାଜ୍ୟରେ ଟପ୍ପର ହୋଇ ପାରିଛନ୍ତି ବାରିପଦାର ବିରଞ୍ଚି ନାରାୟଣ ପାଣିଗ୍ରାହୀ।

ବିରଞ୍ଚିଙ୍କ ବାପା ଜୟକୃଷ୍ଣ ପାଣିଗ୍ରାହୀ ବାରିପଦାର ଲକ୍ଷ୍ମୀପୋଷି ସ୍ଥିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟରେ ଜଣେ ଡ୍ରାଇଭର ଭାବରେ କାର୍ଯ୍ୟରତ ଅଛନ୍ତି। ମାଆ ସତ୍ୟଭମା ପାଣିଗ୍ରାହୀ ଜଣେ ଗୃହିଣୀ। ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ଉରୁଣିଆ ଅଞ୍ଚଳରେ ବିରଞ୍ଚିଙ୍କ ଘର। ନିମ୍ନ ମଧ୍ୟବିତ୍ତ ପରିବାରର ବିରଞ୍ଚି ବହୁ ବାଧାବିଘ୍ନ ଓ ସାମାଜିକ ପରିହାସର ଶିକାର ହୋଇ ମଧ୍ୟ ନିଜ ଦୃଢ ମନୋବଳର ସହ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ। ଆଉ ଏହି ସଫଳତା ଆଜି ସେ ହାସଲ କରିଛନ୍ତି। ତେବେ ଏଇଠି ଅଟକି ନଯାଇ ଆଗକୁ ୟୁପିଏସସି ପରୀକ୍ଷା ଦେଇ ଜଣେ ଆଇଏଏସ ଅଧିକାରୀ ହେବାର ଲକ୍ଷ୍ୟ ରଖିଛନ୍ତି ବିରଞ୍ଚି। ରାଜ୍ୟ ସାରାରେ ଦିବ୍ୟାଙ୍ଗ ଶ୍ରେଣୀରେ ଟପ୍ପର ହୋଇଥିବା ବେଳେ ବିଭିନ୍ନ ବର୍ଗରୁ ତାଙ୍କୁ ସମ୍ବର୍ଦ୍ଧନାର ସୁଅ ଛୁଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର