ଅସହାୟ ରୋଗୀଙ୍କ ସାଥୀ ସମାଜସେବୀ ଜଗନ ସାହୁ

The Sakala Picture
Published On

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରୋଗୀଟିଏ ଉତ୍ତମ ଚିକିତ୍ସା ପାଇଁ ଧାଇଁ ଆସଥାଏ କଟକ। ବଡ ମେଡିକାଲ ସାଙ୍ଗକୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ରାଜ୍ୟର ତଥା ରାଜ୍ୟ ବାହାରର ବହୁ ରୋଗୀ ଏଠାରେ ଚିକିତ୍ସିତ ହୁଅନ୍ତି। ତେବେ ରାଜ୍ୟର ଏହି ଦୁଇ ପ୍ରତିଷ୍ଠିତ ଅନୁଷ୍ଠାନରେ ବେଳେବେଳେ ଦଲାଲଙ୍କ କବଳରେ ପଡି ବହୁ ଦୂର ଦୁରାନ୍ତରୁ ଆସିଥିବା ରୋଗୀ ହଇରାଣ ହୁଅନ୍ତି, ରାଜ୍ୟ ସରକାର ସରକାରୀ ମେଡିକାଲରୁ ଦଲାଲ ମୁକ୍ତ କରିବା ପାଇଁ ଅଭିଯାନ ଆରମ୍ବ କରିବା […]

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରୋଗୀଟିଏ ଉତ୍ତମ ଚିକିତ୍ସା ପାଇଁ ଧାଇଁ ଆସଥାଏ କଟକ। ବଡ ମେଡିକାଲ ସାଙ୍ଗକୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ରାଜ୍ୟର ତଥା ରାଜ୍ୟ ବାହାରର ବହୁ ରୋଗୀ ଏଠାରେ ଚିକିତ୍ସିତ ହୁଅନ୍ତି। ତେବେ ରାଜ୍ୟର ଏହି ଦୁଇ ପ୍ରତିଷ୍ଠିତ ଅନୁଷ୍ଠାନରେ ବେଳେବେଳେ ଦଲାଲଙ୍କ କବଳରେ ପଡି ବହୁ ଦୂର ଦୁରାନ୍ତରୁ ଆସିଥିବା ରୋଗୀ ହଇରାଣ ହୁଅନ୍ତି, ରାଜ୍ୟ ସରକାର ସରକାରୀ ମେଡିକାଲରୁ ଦଲାଲ ମୁକ୍ତ କରିବା ପାଇଁ ଅଭିଯାନ ଆରମ୍ବ କରିବା ପରେ ବହୁ ମାତ୍ରରେ ରୋଗୀ ଲାଭପ୍ରଦ ହେଉଛନ୍ତି।

ତେବେ ମେଡିକାଲକୁ ଆସୁଥିବା ଅସହାୟ ରୋଗୀ ମାନେ ବହୁ ସମୟରେ ରକ୍ତ ଏବଂ ବିଭିନ୍ନ ଆନୁସଙ୍ଗିକ କାର୍ଯ୍ୟ ପାଇଁ ହଇରାଣରେ ପଡନ୍ତି, କିନ୍ତୁ କଟକରେ ଏହି ଅସହାୟ ରୋଗୀ ମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ସମାଜସେବୀ ଜଗନ ସାହୁ। କଟକ ବଡ ମେଡିକାଲ ହେଉ ଅବା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ହେଉ କେଉଁଠି ବି ଅସହାୟ ରୋଗୀଟିଏ ରକ୍ତ ଆବଶ୍ୟକ କରୁଥିଲେ ପହଞ୍ଚି ଯାଆନ୍ତି ଜଗନ। ନିଜ ବନ୍ଧୁ ମାନଙ୍କ ସହ ମିଶି ବହୁ ରୋଗୀଙ୍କୁ ରକ୍ତ ଦେବା ସହ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ କରନ୍ତି, କେବଳ ଅସହାୟ ରୋଗୀଙ୍କୁ ରକ୍ତ କି ସାହାଯ୍ୟ ନୁହେଁ ବଡ ମେଡିକାଲରୁ କିଛି ଦଲାଲଙ୍କୁ ମଧ୍ୟ ସାବାଡ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି ଜଗନ।

ଗତ ୬ ମାସ ମଧ୍ୟରେ ଜଗନ ନିଜ ବନ୍ଧୁ ମାନଙ୍କ ସହ ମିଶି ୫୦ରୁ ଅଧିକ ରୋଗୀଙ୍କୁ ରକ୍ତଦାନ କରିସାରିଛନ୍ତି, ତାଙ୍କୁ ଏଭଲି ମହତ୍ କାର୍ଯ୍ୟ କରିବାକୁ କମିଶନରେଟ୍ ପୁଲିସ ସ୍ପେଶାଲ ସ୍କାର୍ଡ ଇନଚାର୍ଜର ଅଜୟ କୁମାର ଦାସ ପ୍ରେରଣା ଯୋଗାନ୍ତି ବୋଲି ଜଗନ କହିଛନ୍ତି। ଆଗକୁ ମଧ୍ୟ ଏଭଳି ମହତ୍ କାର୍ଯ୍ୟରେ ନିଜକୁ ଏବଂ ନିଜର ବନ୍ଧୁ ମାନଙ୍କୁ ନିୟୋଜିତ କରିବାକୁ ଶପଥ ନେଇଛନ୍ତି ଜଗନ।

13 May 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର