ଆଜି ମୁଖ୍ୟମନ୍ତ୍ରୀଙ୍କ ମୁମ୍ୱାଇ ଗସ୍ତ; ଆସନ୍ତାକାଲି ବଡ଼ ଉଦ୍ୟୋଗପତିଙ୍କ ସହ କରିବେ ପ୍ରତ୍ୟକ୍ଷ ଆଲୋଚନା, ୧୫ରେ ବିଏସଇରେ ବଜାଇବେ ଓପନିଂ ବେଲ୍

The Sakala Picture
Published On

ଭୁବନେଶ୍ୱର: ସ୍ଥିର ରାଜନୈତିକ ନେତୃତ୍ୱ ଓ ଊର୍ଦ୍ଧ୍ବଗାମୀ ଆର୍ଥିକ ସ୍ଥିତି ରାଜ୍ୟରେ ବୃହତ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି କରିଛି। ଏହିକ୍ରମରେ ଆସନ୍ତାକାଲି ଅର୍ଥାତ ୧୪ ତାରିଖରେ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଓଡ଼ିଶା ସରକାର ଆୟୋଜନ କରିଛନ୍ତି ନିବେଶକ ସମ୍ମେଳନର ପ୍ରାକ୍‍ ପ୍ରସ୍ତୁତି। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ପର୍ଯ୍ୟାୟରେ ଦେଶର ବଡ଼ ବଡ଼ ଉଦ୍ୟୋଗପତିମାନଙ୍କ ସହ ଏହି ସମ୍ମେଳନରେ ସିଧାସଳଖ ଆଲୋଚନା କରିବେ। ପ୍ରଥମାର୍ଦ୍ଧରେ ମୁଖ୍ୟମନ୍ତ୍ରୀ ଦିନ ୧୧ଟାରୁ ୧ଟା ୩୦ ମିନିଟ୍‍ ମଧ୍ୟରେ […]

ଭୁବନେଶ୍ୱର: ସ୍ଥିର ରାଜନୈତିକ ନେତୃତ୍ୱ ଓ ଊର୍ଦ୍ଧ୍ବଗାମୀ ଆର୍ଥିକ ସ୍ଥିତି ରାଜ୍ୟରେ ବୃହତ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି କରିଛି। ଏହିକ୍ରମରେ ଆସନ୍ତାକାଲି ଅର୍ଥାତ ୧୪ ତାରିଖରେ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଓଡ଼ିଶା ସରକାର ଆୟୋଜନ କରିଛନ୍ତି ନିବେଶକ ସମ୍ମେଳନର ପ୍ରାକ୍‍ ପ୍ରସ୍ତୁତି। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ପର୍ଯ୍ୟାୟରେ ଦେଶର ବଡ଼ ବଡ଼ ଉଦ୍ୟୋଗପତିମାନଙ୍କ ସହ ଏହି ସମ୍ମେଳନରେ ସିଧାସଳଖ ଆଲୋଚନା କରିବେ। ପ୍ରଥମାର୍ଦ୍ଧରେ ମୁଖ୍ୟମନ୍ତ୍ରୀ ଦିନ ୧୧ଟାରୁ ୧ଟା ୩୦ ମିନିଟ୍‍ ମଧ୍ୟରେ ଉଦ୍ୟୋଗପତିମାନଙ୍କ ସହ ଆଲୋଚନା କରିବେ। ସେହିପରି ଅପରାହ୍ନ ୫ଟାରୁ ୬ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଦିତ୍ୟ ବିର୍ଲା ଗ୍ରୁପ୍‍ ଅଧ୍ୟକ୍ଷ କୁମାର ମଙ୍ଗଲମ୍‍ ବିର୍ଲା, ବେଦାନ୍ତ ରିସୋର୍ସେସ ଲିଃ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଓ ଅନ୍ୟ କିଛି ବଡ଼ବଡ଼ ଶିଳ୍ପପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ନିବେଶକମାନଙ୍କୁ ଆଗାମୀ ମେକ୍‍ ଇନ୍‍ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ଖରାରୁ ମିଳିଲା ଆଶ୍ବସ୍ତି, ଆଜି ରାଜ୍ୟର ୯ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା

ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ମହିନ୍ଦ୍ରା ଗ୍ରୁପ୍‍ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା, ନିଲକମଲ ଲିଃ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୀତେନ ଭି ପାରେଖ ଯୋଗ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜ୍ୟରେ ବ୍ୟାଙ୍କିଙ୍ଗ୍‍ ଏଣ୍ଡ ଫିନଟେକ୍‍ କ୍ଷେତ୍ରର ନିବେଶକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଷ୍ଟେଟ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆର ଅଧ୍ୟକ୍ଷ ଦୀନେଶ କୁମାର ଖରା, ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜର ଚେୟାରମ୍ୟାନ ଏସ୍‍.ଏସ୍‍ ମୁନ୍ଦ୍ରା, ଏଚଡିଏଫସି ବ୍ୟାଙ୍କ୍‍ର କଣ୍ଟ୍ରି ହେଡ୍‍ ଅରବିନ୍ଦ ଭୋରା, ଆଇସିଆଇସିଆଇ ବ୍ୟାଙ୍କ୍‍ର କାର୍ଯ୍ୟନିବାହୀ ନିର୍ଦ୍ଦେଶକ ରାକେଶ ଝା ପ୍ରମୁଖ ଏହି ସମ୍ମିଳନୀରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହା ବ୍ୟତୀତ ୱାରୀ ଏନର୍ଜି ଲିଃ, ଏସିଆନ୍‍ ପେଣ୍ଟସ୍‍ ଲିଃ, ଲାର୍ସନ ଏଣ୍ଡ ଟରବୋ ଲିଃ ଏବଂ ଏସଟିଟି ଜିଡିସି ଇଣ୍ଡିଆ ପ୍ରାଃ ଲିଃର ପ୍ରତିନିଧି ମଧ୍ୟ ସମ୍ମିଳନୀରେ ଯୋଗ ଦେବେ। ବୁଧବାର ସମ୍ମିଳନୀ ପରେ ଗୁରୁବାର ଦିନ ପୂର୍ବାହ୍ନରେ ଶ୍ରୀ ପଟ୍ଟନାୟକ ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ ଗସ୍ତ କରିବେ ଓ ଏହି ଦିନ ମୁଖ୍ୟମନ୍ତ୍ରୀ ଫିରୋଜ ଜିଜିଭୟ ଟାୱାରସ୍ଥିତ ବିଏସଇ କାର୍ଯ୍ୟାଳୟରେ ଓପନିଂ ବେଲ ମାରିବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ନିଜ ଜନ୍ମମାଟିରେ ୬୮ତମ ଜନ୍ମଦିନ ପାଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପିଲାଙ୍କୁ ବାଣ୍ଟିଲେ ଚକୋଲେଟ୍

ରାଜ୍ୟରେ ବ୍ୟାଙ୍କିଙ୍ଗ୍‍, କେମିକାଲ, ନବୀକରଣଯୋଗ୍ୟ ଉପକରଣ, ପ୍ଲାଷ୍ଟିକ ଏଣ୍ଡ ମେଟାଲ ଡାଉନଷ୍ଟ୍ରିମରେ ବ୍ୟାପକ ସୁଯୋଗ ରହିଛି। ଟାଟାଷ୍ଟିଲ, ଏଏମଏନଏସ, ନାଲକୋ, ଜେଏସଏଲ, ଜେଏସପିଏଲ,ଜେଏସ୍‍ଡବଲ୍ୟୁ, ବେଦାନ୍ତ ଗ୍ରୁପ ଏବଂ ଆଦିତ୍ୟ ବିର୍ଲା ଗ୍ରୁପଗୁଡ଼ିକର ପ୍ରତିନିଧି ଏବଂ ଭେଣ୍ଡର ନିବେଶକ ରୋଡ୍‍ ଶୋରେ ଯୋଗ ଦେବେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ପ୍ରମୁଖ ନିବେଶକମାନଙ୍କ ସହ ଆଲୋଚନା କରିବା ସହ ରାଜ୍ୟରେ ଥିବା ସୁବିଧାସୁଯୋଗର ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ: ହଷ୍ଟେଲଗୁଡ଼ିକରେ ଏଲପିଜି ବଦଳରେ ବ୍ୟବହାର ହେବ ପିଏନଜି

13 Sep 2022 By The Sakala

ଆଜି ମୁଖ୍ୟମନ୍ତ୍ରୀଙ୍କ ମୁମ୍ୱାଇ ଗସ୍ତ; ଆସନ୍ତାକାଲି ବଡ଼ ଉଦ୍ୟୋଗପତିଙ୍କ ସହ କରିବେ ପ୍ରତ୍ୟକ୍ଷ ଆଲୋଚନା, ୧୫ରେ ବିଏସଇରେ ବଜାଇବେ ଓପନିଂ ବେଲ୍

ଭୁବନେଶ୍ୱର: ସ୍ଥିର ରାଜନୈତିକ ନେତୃତ୍ୱ ଓ ଊର୍ଦ୍ଧ୍ବଗାମୀ ଆର୍ଥିକ ସ୍ଥିତି ରାଜ୍ୟରେ ବୃହତ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି କରିଛି। ଏହିକ୍ରମରେ ଆସନ୍ତାକାଲି ଅର୍ଥାତ ୧୪ ତାରିଖରେ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଓଡ଼ିଶା ସରକାର ଆୟୋଜନ କରିଛନ୍ତି ନିବେଶକ ସମ୍ମେଳନର ପ୍ରାକ୍‍ ପ୍ରସ୍ତୁତି। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ପର୍ଯ୍ୟାୟରେ ଦେଶର ବଡ଼ ବଡ଼ ଉଦ୍ୟୋଗପତିମାନଙ୍କ ସହ ଏହି ସମ୍ମେଳନରେ ସିଧାସଳଖ ଆଲୋଚନା କରିବେ। ପ୍ରଥମାର୍ଦ୍ଧରେ ମୁଖ୍ୟମନ୍ତ୍ରୀ ଦିନ ୧୧ଟାରୁ ୧ଟା ୩୦ ମିନିଟ୍‍ ମଧ୍ୟରେ ଉଦ୍ୟୋଗପତିମାନଙ୍କ ସହ ଆଲୋଚନା କରିବେ। ସେହିପରି ଅପରାହ୍ନ ୫ଟାରୁ ୬ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଦିତ୍ୟ ବିର୍ଲା ଗ୍ରୁପ୍‍ ଅଧ୍ୟକ୍ଷ କୁମାର ମଙ୍ଗଲମ୍‍ ବିର୍ଲା, ବେଦାନ୍ତ ରିସୋର୍ସେସ ଲିଃ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଓ ଅନ୍ୟ କିଛି ବଡ଼ବଡ଼ ଶିଳ୍ପପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ନିବେଶକମାନଙ୍କୁ ଆଗାମୀ ମେକ୍‍ ଇନ୍‍ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ମହିନ୍ଦ୍ରା ଗ୍ରୁପ୍‍ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା, ନିଲକମଲ ଲିଃ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୀତେନ ଭି ପାରେଖ ଯୋଗ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜ୍ୟରେ ବ୍ୟାଙ୍କିଙ୍ଗ୍‍ ଏଣ୍ଡ ଫିନଟେକ୍‍ କ୍ଷେତ୍ରର ନିବେଶକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଷ୍ଟେଟ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆର ଅଧ୍ୟକ୍ଷ ଦୀନେଶ କୁମାର ଖରା, ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜର ଚେୟାରମ୍ୟାନ ଏସ୍‍.ଏସ୍‍ ମୁନ୍ଦ୍ରା, ଏଚଡିଏଫସି ବ୍ୟାଙ୍କ୍‍ର କଣ୍ଟ୍ରି ହେଡ୍‍ ଅରବିନ୍ଦ ଭୋରା, ଆଇସିଆଇସିଆଇ ବ୍ୟାଙ୍କ୍‍ର କାର୍ଯ୍ୟନିବାହୀ ନିର୍ଦ୍ଦେଶକ ରାକେଶ ଝା ପ୍ରମୁଖ ଏହି ସମ୍ମିଳନୀରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହା ବ୍ୟତୀତ ୱାରୀ ଏନର୍ଜି ଲିଃ, ଏସିଆନ୍‍ ପେଣ୍ଟସ୍‍ ଲିଃ, ଲାର୍ସନ ଏଣ୍ଡ ଟରବୋ ଲିଃ ଏବଂ ଏସଟିଟି ଜିଡିସି ଇଣ୍ଡିଆ ପ୍ରାଃ ଲିଃର ପ୍ରତିନିଧି ମଧ୍ୟ ସମ୍ମିଳନୀରେ ଯୋଗ ଦେବେ। ବୁଧବାର ସମ୍ମିଳନୀ ପରେ ଗୁରୁବାର ଦିନ ପୂର୍ବାହ୍ନରେ ଶ୍ରୀ ପଟ୍ଟନାୟକ ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ ଗସ୍ତ କରିବେ ଓ ଏହି ଦିନ ମୁଖ୍ୟମନ୍ତ୍ରୀ ଫିରୋଜ ଜିଜିଭୟ ଟାୱାରସ୍ଥିତ ବିଏସଇ କାର୍ଯ୍ୟାଳୟରେ ଓପନିଂ ବେଲ ମାରିବେ ବୋଲି ଜଣାପଡ଼ିଛି।

ରାଜ୍ୟରେ ବ୍ୟାଙ୍କିଙ୍ଗ୍‍, କେମିକାଲ, ନବୀକରଣଯୋଗ୍ୟ ଉପକରଣ, ପ୍ଲାଷ୍ଟିକ ଏଣ୍ଡ ମେଟାଲ ଡାଉନଷ୍ଟ୍ରିମରେ ବ୍ୟାପକ ସୁଯୋଗ ରହିଛି। ଟାଟାଷ୍ଟିଲ, ଏଏମଏନଏସ, ନାଲକୋ, ଜେଏସଏଲ, ଜେଏସପିଏଲ,ଜେଏସ୍‍ଡବଲ୍ୟୁ, ବେଦାନ୍ତ ଗ୍ରୁପ ଏବଂ ଆଦିତ୍ୟ ବିର୍ଲା ଗ୍ରୁପଗୁଡ଼ିକର ପ୍ରତିନିଧି ଏବଂ ଭେଣ୍ଡର ନିବେଶକ ରୋଡ୍‍ ଶୋରେ ଯୋଗ ଦେବେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ପ୍ରମୁଖ ନିବେଶକମାନଙ୍କ ସହ ଆଲୋଚନା କରିବା ସହ ରାଜ୍ୟରେ ଥିବା ସୁବିଧାସୁଯୋଗର ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର