ମାତ୍ର ୯ ମାସରେ ନବମ ଶ୍ରେଣୀର ଛାତ୍ର ହେଲେ କୋଟିପତି

The Sakala Picture
Published On

ବାଲେଶ୍ୱର: ମାତ୍ର ୯ମାସରେ ୯ମ ଶ୍ରେଣୀ ଛାତ୍ର ହୋଇଗଲେ କୋଟିପତି । କଥାଟି ଅବିଶ୍ବାସ ଭଳି ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ । ଗତ କରୋନା ମହାମାରୀ ସମୟରେ ଡ଼ିଜିଟାଲ ମିଡ଼ିଆକୁ ବ୍ୟବହାର କରି ବାଲେଶ୍ବରର ଆୟୁଷ୍ମାନ ପାଣିଗ୍ରାହୀ ରୋଜଗାର କରିଛନ୍ତି ଏକ କୋଟ ୩ଲକ୍ଷ ଟଙ୍କା । Crowd1 ପ୍ଲାଟଫର୍ମରେ ଅନଲାଇନ୍ ଟ୍ରେଡିଂ କରି କମ୍ପାନୀର ପ୍ରଡ଼କ୍ଟକୁ ପ୍ରମୋସନ କରି ସେ ରୋଜଗାର କରିଛନ୍ତି ଏହି ସବୁ ଟଙ୍କା । କଠିନ ପରିଶ୍ରମ ଓ […]

ବାଲେଶ୍ୱର: ମାତ୍ର ୯ମାସରେ ୯ମ ଶ୍ରେଣୀ ଛାତ୍ର ହୋଇଗଲେ କୋଟିପତି । କଥାଟି ଅବିଶ୍ବାସ ଭଳି ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ । ଗତ କରୋନା ମହାମାରୀ ସମୟରେ ଡ଼ିଜିଟାଲ ମିଡ଼ିଆକୁ ବ୍ୟବହାର କରି ବାଲେଶ୍ବରର ଆୟୁଷ୍ମାନ ପାଣିଗ୍ରାହୀ ରୋଜଗାର କରିଛନ୍ତି ଏକ କୋଟ ୩ଲକ୍ଷ ଟଙ୍କା । Crowd1 ପ୍ଲାଟଫର୍ମରେ ଅନଲାଇନ୍ ଟ୍ରେଡିଂ କରି କମ୍ପାନୀର ପ୍ରଡ଼କ୍ଟକୁ ପ୍ରମୋସନ କରି ସେ ରୋଜଗାର କରିଛନ୍ତି ଏହି ସବୁ ଟଙ୍କା । କଠିନ ପରିଶ୍ରମ ଓ ନିଜର ବୁଦ୍ଧି ବଳରେ ଆଜି ସେ ଏତେ କମ ବୟସରେ ମଧ୍ୟ କୋଟିପତି ହୋଇପାରିଛନ୍ତି ।

ଆହୁରି ପଢ଼ନ୍ତୁ: ହୋଲି ରଙ୍ଗରୁ କେଶକୁ କିଭଳି ସୁରକ୍ଷିତ ରଖିବେ? ଜାଣନ୍ତୁ ରଙ୍ଗ ଛଡ଼ାଇବାର କିଛି ସହଜ ଘରୋଇ ଉପାୟ

ବାଲେଶ୍ୱର ଗୁଡ଼ିପଦା ଅଞ୍ଚଳର ରାମଚନ୍ଦ୍ର ମହାଳିକ ଓ ଜୟନ୍ତୀ ପାଣିଗ୍ରାହୀଙ୍କ ପୁଅ ହେଉଛନ୍ତି ଆୟୁଷ୍ମାନ ପାଣିଗ୍ରାହୀ । କରୋନା ସମୟରେ ଘରେ ବସି ସମୟ କଟାଇବାକୁ ପିଲାମାନେ ଇଛୁକ ଥିବାବେଳେ, ଆୟୁଷ୍ମାନଙ୍କୁ ଘାରିଥିଲା କୋଟିପତି ହେବାର ନିଶା । ଦୁବାଇସ୍ଥିତ ସୁବାଡ଼େନ ଇ-କମର୍ସ କଂପାନି କ୍ରାଉଡ୍-୧ କମ୍ପାନୀରେ ଗତ ଡିସେମ୍ବର ମାସରେ ୯ ହଜାର ୫ଶହ ଟଙ୍କା ଦେଇ ପ୍ରଥମେ ସେ ମେମ୍ବର ହୋଇଥିଲେ ଏବଂ ତା ପରେ ଆରମ୍ଭ କରିଥିଲେ ଇ ଟ୍ରେଡିଂ। ପରେ ପରେ ତାଙ୍କ ମାଧ୍ୟମରେ ତଳକୁ ତଳ ଜଣେ ପରେ ଜଣେ କରି ମୋଟ ୪ ହଜାର ୫ଶହ ସହଯୋଗୀଙ୍କୁ ସେ ଯୋଡ଼ିଥିଲେ ଏହି ପ୍ଲାଟଫର୍ମରେ ।

ଆହୁରି ପଢ଼ନ୍ତୁ: 'ମୁଁ ଭଲ ବାପା ନୁହେଁ, ସେଥିପାଇଁ ବୋହୂ ତଡ଼ିଦେଲା'; ଜାପୁ ଆରବ ପେଟ୍ ଭ୍ଲଗର ନୂଆ ଭିଡିଓ ଭାଇରାଲ

ସେହିପରି କମ୍ପାନୀ ତରଫରୁ ଦିଆଯାଉଥିବା ବିଭିନ୍ନ ପ୍ରମୋସନ କୋର୍ଡ଼କୁ ବ୍ୟବହାର କରି ସେ ପ୍ରମୋସନ କରିଚାଲିଛନ୍ତି । ସେହିପରି ତାଙ୍କ ଚେନ୍‌ରେ ଥିବା ଅନ୍ୟମାନେ ମଧ୍ୟ ଏହିପରି ପ୍ରମୋସନ୍‌ ଚଳାଇଛନ୍ତି । ଫଳରେ ତାଙ୍କ ତାଙ୍କ ଓ୍ବାଲେଟ୍‌ କୁ ଆସିଛି କୋଟିଏରୁ ଅଧିକ ଡ଼ିଜିଟାଲ ଟଙ୍କା । ଯାହାର କିଛି ଅଂଶ ଆୟୁସ୍ମାନ ଖର୍ଚ୍ଚ କରିପାରୁଥିବାବେଳେ, ଅନ୍ୟ କିଛି ପରିମାଣର ଟଙ୍କା କମ୍ପାନୀରେ ଯୋଗ ଦେଉଥିବା ସହଯୋଗୀଙ୍କ ପାଇଁ ବ୍ୟବହାର କରିଛନ୍ତି । ଭବିଷ୍ୟତରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ଆୟୁଷ୍ମାନ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

29 Oct 2021 By The Sakala

ମାତ୍ର ୯ ମାସରେ ନବମ ଶ୍ରେଣୀର ଛାତ୍ର ହେଲେ କୋଟିପତି

ବାଲେଶ୍ୱର: ମାତ୍ର ୯ମାସରେ ୯ମ ଶ୍ରେଣୀ ଛାତ୍ର ହୋଇଗଲେ କୋଟିପତି । କଥାଟି ଅବିଶ୍ବାସ ଭଳି ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ । ଗତ କରୋନା ମହାମାରୀ ସମୟରେ ଡ଼ିଜିଟାଲ ମିଡ଼ିଆକୁ ବ୍ୟବହାର କରି ବାଲେଶ୍ବରର ଆୟୁଷ୍ମାନ ପାଣିଗ୍ରାହୀ ରୋଜଗାର କରିଛନ୍ତି ଏକ କୋଟ ୩ଲକ୍ଷ ଟଙ୍କା । Crowd1 ପ୍ଲାଟଫର୍ମରେ ଅନଲାଇନ୍ ଟ୍ରେଡିଂ କରି କମ୍ପାନୀର ପ୍ରଡ଼କ୍ଟକୁ ପ୍ରମୋସନ କରି ସେ ରୋଜଗାର କରିଛନ୍ତି ଏହି ସବୁ ଟଙ୍କା । କଠିନ ପରିଶ୍ରମ ଓ ନିଜର ବୁଦ୍ଧି ବଳରେ ଆଜି ସେ ଏତେ କମ ବୟସରେ ମଧ୍ୟ କୋଟିପତି ହୋଇପାରିଛନ୍ତି ।

ବାଲେଶ୍ୱର ଗୁଡ଼ିପଦା ଅଞ୍ଚଳର ରାମଚନ୍ଦ୍ର ମହାଳିକ ଓ ଜୟନ୍ତୀ ପାଣିଗ୍ରାହୀଙ୍କ ପୁଅ ହେଉଛନ୍ତି ଆୟୁଷ୍ମାନ ପାଣିଗ୍ରାହୀ । କରୋନା ସମୟରେ ଘରେ ବସି ସମୟ କଟାଇବାକୁ ପିଲାମାନେ ଇଛୁକ ଥିବାବେଳେ, ଆୟୁଷ୍ମାନଙ୍କୁ ଘାରିଥିଲା କୋଟିପତି ହେବାର ନିଶା । ଦୁବାଇସ୍ଥିତ ସୁବାଡ଼େନ ଇ-କମର୍ସ କଂପାନି କ୍ରାଉଡ୍-୧ କମ୍ପାନୀରେ ଗତ ଡିସେମ୍ବର ମାସରେ ୯ ହଜାର ୫ଶହ ଟଙ୍କା ଦେଇ ପ୍ରଥମେ ସେ ମେମ୍ବର ହୋଇଥିଲେ ଏବଂ ତା ପରେ ଆରମ୍ଭ କରିଥିଲେ ଇ ଟ୍ରେଡିଂ। ପରେ ପରେ ତାଙ୍କ ମାଧ୍ୟମରେ ତଳକୁ ତଳ ଜଣେ ପରେ ଜଣେ କରି ମୋଟ ୪ ହଜାର ୫ଶହ ସହଯୋଗୀଙ୍କୁ ସେ ଯୋଡ଼ିଥିଲେ ଏହି ପ୍ଲାଟଫର୍ମରେ ।

ସେହିପରି କମ୍ପାନୀ ତରଫରୁ ଦିଆଯାଉଥିବା ବିଭିନ୍ନ ପ୍ରମୋସନ କୋର୍ଡ଼କୁ ବ୍ୟବହାର କରି ସେ ପ୍ରମୋସନ କରିଚାଲିଛନ୍ତି । ସେହିପରି ତାଙ୍କ ଚେନ୍‌ରେ ଥିବା ଅନ୍ୟମାନେ ମଧ୍ୟ ଏହିପରି ପ୍ରମୋସନ୍‌ ଚଳାଇଛନ୍ତି । ଫଳରେ ତାଙ୍କ ତାଙ୍କ ଓ୍ବାଲେଟ୍‌ କୁ ଆସିଛି କୋଟିଏରୁ ଅଧିକ ଡ଼ିଜିଟାଲ ଟଙ୍କା । ଯାହାର କିଛି ଅଂଶ ଆୟୁସ୍ମାନ ଖର୍ଚ୍ଚ କରିପାରୁଥିବାବେଳେ, ଅନ୍ୟ କିଛି ପରିମାଣର ଟଙ୍କା କମ୍ପାନୀରେ ଯୋଗ ଦେଉଥିବା ସହଯୋଗୀଙ୍କ ପାଇଁ ବ୍ୟବହାର କରିଛନ୍ତି । ଭବିଷ୍ୟତରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ଆୟୁଷ୍ମାନ ।

https://www.thesakala.in/latest-odisha-news/balasore/9th-class-odia-student-from-balesore-became-crorepati-in-only-nine-months/article-6453
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର