କ୍ରୀଡାର ବିକାଶ ପାଇଁ ଆର୍ଥିକ ପ୍ରତିବନ୍ଧକ ନାହିଁ: ରାଜ୍ୟ କ୍ରୀଡା ମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: କ୍ରୀଡାର ବିକାଶ ପାଇଁ ସାରା ବିଶ୍ୱରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । ସରକାରୀ ଦଳ ସହ ବିରୋଧୀ ବି କ୍ରୀଡାର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା ନ କରି ରହି ପାରୁ ନାହାନ୍ତି । ଆଜି ଗୃହରେ ପ୍ରଶ୍ନକାଳରେ ଗତ କିଛି ବର୍ଷରେ ରାଜ୍ୟରେ ଦ୍ରୁତ ଗତିରେ ହୋଇଥିବା କ୍ରୀଡାର ସର୍ବାଙ୍ଗୀନ ଉନ୍ନତିର ତାଲିକା ପ୍ରଦାନ କରିଥିଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ହକିରୁ ଫୁଟବଲ, ମଲଟି ପରପୋଜ […]

ଭୁବନେଶ୍ବର: କ୍ରୀଡାର ବିକାଶ ପାଇଁ ସାରା ବିଶ୍ୱରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । ସରକାରୀ ଦଳ ସହ ବିରୋଧୀ ବି କ୍ରୀଡାର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା ନ କରି ରହି ପାରୁ ନାହାନ୍ତି । ଆଜି ଗୃହରେ ପ୍ରଶ୍ନକାଳରେ ଗତ କିଛି ବର୍ଷରେ ରାଜ୍ୟରେ ଦ୍ରୁତ ଗତିରେ ହୋଇଥିବା କ୍ରୀଡାର ସର୍ବାଙ୍ଗୀନ ଉନ୍ନତିର ତାଲିକା ପ୍ରଦାନ କରିଥିଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ହକିରୁ ଫୁଟବଲ, ମଲଟି ପରପୋଜ ଷ୍ଟାଡିୟମରୁ ଇଣ୍ଡୋର ହଲ ଯାଏ ଖେଳିବାର ସୁଯୋଗ ଦିଆଯାଇଛି । ଖୁବଶୀଘ୍ର ଏହି ବିକାଶରେ ଆହୁରି କ୍ରିୟାଶୀଳ ହେବାକୁ ଯାଉଛି କଟକର ବାରବାଟୀ ଷ୍ଟାଡିୟମ । ଏଣିକି କ୍ରୀଡାର ବିକାଶ ପାଇଁ ଆର୍ଥିକ ପ୍ରତିବନ୍ଧକ ନାହିଁ । ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ଅର୍ଥ ଖର୍ଚ୍ଚ କରୁଛନ୍ତି । ଦରକାର ହେଲେ ଡିଏମଏଫରୁ ଖର୍ଚ୍ଚ କରାଯାଉଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ କ୍ରୀଡା ବିକାଶର ଜ୍ୱଳନ୍ତ ଉଦାହରଣ ପାଲଟିଛି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

କଳିଙ୍ଗ ଷ୍ଟାଡିୟମର ମଡେଲ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବଙ୍କୁ ଗୃହରେ ଧନ୍ୟବାଦ ଜଣାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭୁତପୁର୍ବ ପଦକ୍ଷେପ ନେଇଛନ୍ତି । ୨୦୧୮ ଓ ୨୦୨୩ରେ ବିଶ୍ୱ କପ ହକି ଆୟୋଜନ କରି ଗୌରବ ଅର୍ଜନ କରିଛି ଓଡ଼ିଶା । ଏ ଯାଏ ରାଜ୍ୟରେ ୩୫ ଆଷ୍ଟ୍ରୋ ଟର୍ଫ ନିର୍ମାଣ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ୧୭ ଆଷ୍ଟ୍ରୋ ଟର୍ଫ ନିର୍ମାଣ ହୋଇଛି । ଯାଜପୁରରେ ବି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯାଇଛି । ଆଗାମୀ ଦିନରେ ଯେଉଁ ସ୍ଥାନର ଖେଳାଳୀ ଦେଶ ପାଇଁ ଗୌରବ ଆଣିବେ, ସେଠାରେ ଆଷ୍ଟ୍ରୋ ଟର୍ଫ ନିର୍ମାଣ ପାଇଁ ପ୍ରସ୍ତାବ ଅଛି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

28 Sep 2023 By The Sakala

କ୍ରୀଡାର ବିକାଶ ପାଇଁ ଆର୍ଥିକ ପ୍ରତିବନ୍ଧକ ନାହିଁ: ରାଜ୍ୟ କ୍ରୀଡା ମନ୍ତ୍ରୀ

ଭୁବନେଶ୍ବର: କ୍ରୀଡାର ବିକାଶ ପାଇଁ ସାରା ବିଶ୍ୱରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । ସରକାରୀ ଦଳ ସହ ବିରୋଧୀ ବି କ୍ରୀଡାର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା ନ କରି ରହି ପାରୁ ନାହାନ୍ତି । ଆଜି ଗୃହରେ ପ୍ରଶ୍ନକାଳରେ ଗତ କିଛି ବର୍ଷରେ ରାଜ୍ୟରେ ଦ୍ରୁତ ଗତିରେ ହୋଇଥିବା କ୍ରୀଡାର ସର୍ବାଙ୍ଗୀନ ଉନ୍ନତିର ତାଲିକା ପ୍ରଦାନ କରିଥିଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ହକିରୁ ଫୁଟବଲ, ମଲଟି ପରପୋଜ ଷ୍ଟାଡିୟମରୁ ଇଣ୍ଡୋର ହଲ ଯାଏ ଖେଳିବାର ସୁଯୋଗ ଦିଆଯାଇଛି । ଖୁବଶୀଘ୍ର ଏହି ବିକାଶରେ ଆହୁରି କ୍ରିୟାଶୀଳ ହେବାକୁ ଯାଉଛି କଟକର ବାରବାଟୀ ଷ୍ଟାଡିୟମ । ଏଣିକି କ୍ରୀଡାର ବିକାଶ ପାଇଁ ଆର୍ଥିକ ପ୍ରତିବନ୍ଧକ ନାହିଁ । ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ଅର୍ଥ ଖର୍ଚ୍ଚ କରୁଛନ୍ତି । ଦରକାର ହେଲେ ଡିଏମଏଫରୁ ଖର୍ଚ୍ଚ କରାଯାଉଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ କ୍ରୀଡା ବିକାଶର ଜ୍ୱଳନ୍ତ ଉଦାହରଣ ପାଲଟିଛି ।

କଳିଙ୍ଗ ଷ୍ଟାଡିୟମର ମଡେଲ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବଙ୍କୁ ଗୃହରେ ଧନ୍ୟବାଦ ଜଣାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭୁତପୁର୍ବ ପଦକ୍ଷେପ ନେଇଛନ୍ତି । ୨୦୧୮ ଓ ୨୦୨୩ରେ ବିଶ୍ୱ କପ ହକି ଆୟୋଜନ କରି ଗୌରବ ଅର୍ଜନ କରିଛି ଓଡ଼ିଶା । ଏ ଯାଏ ରାଜ୍ୟରେ ୩୫ ଆଷ୍ଟ୍ରୋ ଟର୍ଫ ନିର୍ମାଣ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ୧୭ ଆଷ୍ଟ୍ରୋ ଟର୍ଫ ନିର୍ମାଣ ହୋଇଛି । ଯାଜପୁରରେ ବି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯାଇଛି । ଆଗାମୀ ଦିନରେ ଯେଉଁ ସ୍ଥାନର ଖେଳାଳୀ ଦେଶ ପାଇଁ ଗୌରବ ଆଣିବେ, ସେଠାରେ ଆଷ୍ଟ୍ରୋ ଟର୍ଫ ନିର୍ମାଣ ପାଇଁ ପ୍ରସ୍ତାବ ଅଛି ।

https://www.thesakala.in/latest-odisha-news/no-financial-constraints-for-the-development-of-sports/article-25858
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର