ଭୋଗରେ ନିଶା ଦେଇ ସିକ୍ୟୁରିଟି ଗାର୍ଡଙ୍କ ଠାରୁ ଲୁଟ୍: ୪୦ ମିନିଟରେ ଆକାଉଣ୍ଟରୁ ନେଇଗଲେ ୪୦ହଜାର ଟଙ୍କା
ଭୁବନେଶ୍ବର: ଭୋଗରେ ନିଶା ଦେଇ ବୃଦ୍ଧ ସିକ୍ୟୁରିଟି ଗାର୍ଡଙ୍କ ଠାରୁ ଲୁଟ ଅଭିଯୋଗ। ୪୦ ମିନିଟରେ ଆକାଉଣ୍ଟରୁ ୪୦ହଜାର ଟଙ୍କା ନେଇଗଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବର ବରମୁଣ୍ଡା ଅଞ୍ଚଳରେ। ବୃଦ୍ଧ ସିକ୍ୟୁରିଟି ଗାର୍ଡ ଜଣଙ୍କ ଏ ଥାନାରୁ ସେ ଥାନାକୁ ଦୌଡୁ ଥିଲେ ସୁଦ୍ଧା ତାଙ୍କ କଥା କେହି ଶୁଣୁ ନ ଥିବା ସେ ଅଭିଯୋଗ କରିଛନ୍ତି । ବୃଦ୍ଧ ଜଣଙ୍କ ଯେଉଁ ସିକ୍ୟୁରିଟି ସଂସ୍ଥାରେ କାମ କରୁଥିଲେ ସେହି ସିକ୍ୟୁରିଟି […]
ଭୁବନେଶ୍ବର: ଭୋଗରେ ନିଶା ଦେଇ ବୃଦ୍ଧ ସିକ୍ୟୁରିଟି ଗାର୍ଡଙ୍କ ଠାରୁ ଲୁଟ ଅଭିଯୋଗ। ୪୦ ମିନିଟରେ ଆକାଉଣ୍ଟରୁ ୪୦ହଜାର ଟଙ୍କା ନେଇଗଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବର ବରମୁଣ୍ଡା ଅଞ୍ଚଳରେ। ବୃଦ୍ଧ ସିକ୍ୟୁରିଟି ଗାର୍ଡ ଜଣଙ୍କ ଏ ଥାନାରୁ ସେ ଥାନାକୁ ଦୌଡୁ ଥିଲେ ସୁଦ୍ଧା ତାଙ୍କ କଥା କେହି ଶୁଣୁ ନ ଥିବା ସେ ଅଭିଯୋଗ କରିଛନ୍ତି । ବୃଦ୍ଧ ଜଣଙ୍କ ଯେଉଁ ସିକ୍ୟୁରିଟି ସଂସ୍ଥାରେ କାମ କରୁଥିଲେ ସେହି ସିକ୍ୟୁରିଟି ସଂସ୍ଥାର କିଛି ଲୋକଙ୍କ ହାତ ଥିବା କଥା ସେ ଅନୁମାନ କରୁଛନ୍ତି ।
ସୂଚନା ଅନୁଯାଇ, ବୃଦ୍ଧ ବ୍ୟକ୍ତି ଜଣଙ୍କ ବରମୁଣ୍ଡା ଅଞ୍ଚଳରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି । ବିଳମ୍ବିତ ରାତିରେ ଦୁଇ ଜଣ ଆସି ତାରିଣୀ ଭୋଗ କହି ତାଙ୍କୁ ଏଲ ଲଡୁ ଖାଇବାକୁ ଦେଇଥିଲେ । ସେ ସେହି ଲଡୁକୁ ଖାଇବା ପରେ ଅଚେତ ହୋଇପଡ଼ିଥିଲେ। ତେବେ ତାଙ୍କ ମୋବାଇଲ, ପର୍ସ, ATM କେହି ନେଇ ଏଟିଏମରୁ ଟଙ୍କା ଉଠାଇ ଥିବା ସେ ସିସିଟିଭିରୁ ଜାଣିବାକୁ ପାଇଥିଲେ।





