ଜାଣନ୍ତୁ…. କିପରି କରିବେ ଅଧକପାଳି ରୋଗର ଉପଚାର

The Sakala Picture
Published On

ଅନେକ କାରଣରୁ ମୁଣ୍ଡବିନ୍ଧା ହୋଇଥାଏ। ମୁଣ୍ଡବିନ୍ଧାର ଅନେକ ପ୍ରକାର ଲକ୍ଷଣ ମଧ୍ୟ ରହିଛି। ତେବେ ଅଧକପାଳି ମୁଣ୍ଡବିନ୍ଧାରେ ମୁଣ୍ଡର ଅଧାଅଂଶରେ ଅସହ୍ୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଦୁଇ ତୃତୀୟାଂଶ ବ୍ୟକ୍ତିଙ୍କ ପାଖରେ ଏହା ବଂଶାନୁକ୍ରମିକ ରୋଗ ଭାବେ ଦେଖାଯାଏ। ଅନେକ ସମୟରେ ଅତ୍ୟଧିକ କାର୍ଯ୍ୟର ଚାପ ଓ ହର୍ମୋନ୍ ପ୍ରଭାବିତ ହେଲେ ଅଧକପାଳି ହୋଇଥାଏ। ଏହା ତିନୋଟି ସ୍ତର ଦେଇ ଗତି କରେ। ପ୍ରଥମ ସ୍ତରରେ ଦୁର୍ବଳ ଲାଗିବା, ବାନ୍ତିହେବା ଓ ମାନସିକ ଅସ୍ଥିରତା ଦେଖାଯାଏ। ଦ୍ବିତୀୟ […]

ଅନେକ କାରଣରୁ ମୁଣ୍ଡବିନ୍ଧା ହୋଇଥାଏ। ମୁଣ୍ଡବିନ୍ଧାର ଅନେକ ପ୍ରକାର ଲକ୍ଷଣ ମଧ୍ୟ ରହିଛି। ତେବେ ଅଧକପାଳି ମୁଣ୍ଡବିନ୍ଧାରେ ମୁଣ୍ଡର ଅଧାଅଂଶରେ ଅସହ୍ୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଦୁଇ ତୃତୀୟାଂଶ ବ୍ୟକ୍ତିଙ୍କ ପାଖରେ ଏହା ବଂଶାନୁକ୍ରମିକ ରୋଗ ଭାବେ ଦେଖାଯାଏ। ଅନେକ ସମୟରେ ଅତ୍ୟଧିକ କାର୍ଯ୍ୟର ଚାପ ଓ ହର୍ମୋନ୍ ପ୍ରଭାବିତ ହେଲେ ଅଧକପାଳି ହୋଇଥାଏ। ଏହା ତିନୋଟି ସ୍ତର ଦେଇ ଗତି କରେ। ପ୍ରଥମ ସ୍ତରରେ ଦୁର୍ବଳ ଲାଗିବା, ବାନ୍ତିହେବା ଓ ମାନସିକ ଅସ୍ଥିରତା ଦେଖାଯାଏ। ଦ୍ବିତୀୟ ସ୍ତରରେ ଆଖfରେ ଜୁଳୁଜୁଳିଆ ପୋକ ଭଳି ରଙ୍ଗୀନ ଆଲୋକ ଓ ଅନ୍ଧାର ଦିଶିଥାଏ। ତୃତୀୟ ସ୍ତରରେ ମୁଣ୍ଡବିନ୍ଧା ୧୨ରୁ ୧୪ ଘଣ୍ଟା ପର୍ଯ୍ୟନ୍ତ ରହେ ଏବଂ ରୋଗୀକୁ ବାରମ୍ବାର ପରିସ୍ରା ଲାଗିବା ଓ ନିଦ ଲାଗିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଏହାର ଉପଚାର ପାଇଁ ତିନୋଟି ପଦ୍ଧତି ରହିଛି।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

ହୋମିଓପାଥି , ରଦା ପ୍ରସନ୍ନ ପରିଡ଼ା
ବେକରେ ଥଣ୍ଡା ଓ ଗରମ ପାଣିର ସେକ ଦେବା, ପ୍ରଚୁର ପାଣି ପିଇବା, ସଠିକ୍ ନିଦ୍ରା ଯିବା,ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରହିବା, ଅତ୍ୟଧିକ ଉଜ୍ଜ୍ବଳ ଆଲୋକରୁ ଦୂରେଇ ରହିବା ଆଦି ଅଧକପାଳି ଦୂର କରିବାର ପ୍ରଥମ ସାବଧାନତା। ଏହା ସହିତ ହୋମିଓପାଥିରେ ଏହାର ଉପଚାର ପାଇଁ ସାଇଲେସିଆ, ସାନ୍‌ଗୁନାରିଆ, ସଲ୍‌ଫର୍‌, ସାବାଡିଲା, ନାଟ୍‌ମ୍ୟୁର୍‌, ଲାକ୍ ଡି ଆଦି ବିଭିନ୍ନ ପ୍ରକାର ଔଷଧ ରହିଛି। କିନ୍ତୁ ଡାକ୍ତରଙ୍କ ସହ ପରାମର୍ଶ ନ କରି ଏସବୁ ଔଷଧ ଗ୍ରହଣ କରନ୍ତୁ ନାହିଁ। କାରଣ ଅଧକପାଳି ରୋଗୀଙ୍କର ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଥାଇପାରେ। ଏହାକୁ ଦୃଷ୍ଟିରେ ରଖି ଔଷଧ ଦିଆଯାଏ।

ଆୟୁର୍ବେଦ, ଡା. ସୁରେନ୍ଦ୍ର ସିଂ
ଅଧକପାଳି ଅନେକ କାରଣରୁ ହୋଇଥାଏ। ଗ୍ୟାଷ୍ଟିକ୍ କିମ୍ବା ଉଚ୍ଚ ରକ୍ତଚାପ ହେଲେ ମଧ୍ୟ ଅଧକପାଳି ହୋଇଥାଏ। କିନ୍ତୁ ରୋଗୀର ଅନ୍ୟାନ୍ୟ ଲକ୍ଷଣ କ’ଣ ରହିଛି, ତାହାକୁ ପ୍ରଥମେ ଦେଖିବାକୁ ହେବ। କାରଣ ରୋଗୀର ପ୍ରକୃୃତ ପରୀକ୍ଷା ନକରି ଆୟୁର୍ବେଦରେ ଔଷଧ ଦେଇହୁଏ ନାହିଁ। ଅଧକପାଳି ଦୂର କରିବା ପାଇଁ ସେକ, ବିରେଚନ କର୍ମ, ରକ୍ତ ମୋକ୍ଷଣ, ବସ୍ତି କର୍ମ, ନାସ୍ୟ କର୍ମ, ଶିରୋଧାରା ଓ ଲେପ ଭଳି ଅନେକ ପଦ୍ଧତି ରହିଛି। ଏହି ପଦ୍ଧତି ଅନୁଯାୟୀ ଔଷଧ ମଧ୍ୟ ଭିନ୍ନ ଭିନ୍ନ। ସାଧାରଣ କ୍ଷେତ୍ରରେ ଅଧକପାଳି ପାଇଁ ‘ଡେସିଲ୍’ ନାମକ ଏକ ଔଷଧ ସେବନ କରାଯାଇପାରେ।

ଏଲୋପାଥି, ଡା. ସିପୁନ କୁମାର ପଣ୍ଡା
ଅଧକପାଳିର ପ୍ରଥମ ଉପଚାର ପାଇଁ ଇବୁଫ୍ରୋବେନ୍, ହାଇକ୍ଲୋଫେନାକ୍ ଔଷଧ ରହିଛି। ସ୍ଥଳ ବିଶେଷରେ ସୁମାଟ୍ରିପଟାନ, ରିଜାଟ୍ରିପଟାନ ମଧ୍ୟ ଦିଆଯାଇପାରେ। ଏହି ରୋଗର ସମ୍ପୂର୍ଣ୍ଣ ଉପଚାର ପାଇଁ ଆମିଟ୍ରିପଟିଲିନ୍ ଓ ଭେରାପାମିଲ ଭଳି ଔଷଧ ସେବନ ପଇେଁ ପରାମର୍ଶ ଦିଆଯାଇଥାଏ। କିନ୍ତୁ ଉପରୋକ୍ତ କୌଣସି ଔଷଧ ଡାକ୍ତରଙ୍କ ବିନା ପରାମର୍ଶରେ ଗ୍ରହଣ କରନ୍ତୁ ନାହିଁ। କାରଣ ରୋଗୀର ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ଅନୁଯାୟୀ ଔଷଧ ଦିଆଯାଏ। ନଚେତ୍ ଏହାର ପାର୍ଶ୍ବପ୍ରତିକ୍ରିୟା ହେବାର ସମ୍ଭାବନା ମଧ୍ୟ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp