ଅକ୍ଟୋବରରୁ ଫେବୃଆରୀ ଓଜନ ହ୍ରାସ ପାଇଁ ସବୁଠାରୁ ଅନୁକୂଳ ସମୟ, ଜାଣନ୍ତୁ ଏହାର କାରଣ କ’ଣ?

The Sakala Picture
Published On

ଓଜନ ଏବଂ ମେଦବହୁଳତା ବୃଦ୍ଧି ହେତୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଅସୁବିଧାରେ ପଡ଼ନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଅଧିକ ଓଜନ ହେତୁ ଶରୀରରେ ଅନେକ ଗମ୍ଭୀର ରୋଗର ଆଶଙ୍କା ବଢିଥାଏ, ଯେଉଁଥିପାଇଁ ଲୋକମାନଙ୍କୁ ସେମାନଙ୍କର ଓଜନ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଏ ।  ଖାଦ୍ୟ, ବ୍ୟାୟାମ ଏବଂ ଜୀବନଶୈଳୀରେ କିଛି ପରିବର୍ତ୍ତନ ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରେ । କିନ୍ତୁ ଆପଣ ଜାଣନ୍ତି କି ଓଜନ ହ୍ରାସ କରିବାରେ ପାଣିପାଗ ମଧ୍ୟ ଏକ […]

ଓଜନ ଏବଂ ମେଦବହୁଳତା ବୃଦ୍ଧି ହେତୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଅସୁବିଧାରେ ପଡ଼ନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଅଧିକ ଓଜନ ହେତୁ ଶରୀରରେ ଅନେକ ଗମ୍ଭୀର ରୋଗର ଆଶଙ୍କା ବଢିଥାଏ, ଯେଉଁଥିପାଇଁ ଲୋକମାନଙ୍କୁ ସେମାନଙ୍କର ଓଜନ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଏ ।  ଖାଦ୍ୟ, ବ୍ୟାୟାମ ଏବଂ ଜୀବନଶୈଳୀରେ କିଛି ପରିବର୍ତ୍ତନ ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରେ । କିନ୍ତୁ ଆପଣ ଜାଣନ୍ତି କି ଓଜନ ହ୍ରାସ କରିବାରେ ପାଣିପାଗ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ?

ଆହୁରି ପଢ଼ନ୍ତୁ: ଫଳରେ ଲାଗିଥିବା ଷ୍ଟିକର ସାଜିପାରେ ଘାତକ: ଜାଣନ୍ତୁ ଏହା ପଛରେ ଥିବା କାରଣ ଏବଂ FSSAI ର ଚେତାବନୀ

ଅଧ୍ୟୟନରୁ ଜଣାଯାଇଛି ଯେ ନିର୍ଦ୍ଦିଷ୍ଟ ପ୍ରକାରର ସମୟ ଆପଣଙ୍କୁ ଅଧିକ କ୍ୟାଲୋରୀ କମାଇବାରେ ସାହାଯ୍ୟ କରିଥାଏ। କିନ୍ତୁ ଯଦି ଆପଣ ଭାବୁଥିବେ ଯେହେତୁ ଗ୍ରୀଷ୍ମ ଦିନରେ  ଶରୀରରୁ ଅଧିକ ଝାଳ ବାହାରିଥାଏ ଏବଂ ଏହା ଓଜନ ହ୍ରାସ ପାଇଁ ସହାୟକ ଋତୁ।ତେବେ ଆପଣଙ୍କର ଚିନ୍ତାଧାରା ଭୁଲ ଅଟେ । ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କୁହନ୍ତି, ଯେତେବେଳେ ଶରୀରରୁ ଅଧିକ ଚର୍ବି ହ୍ରାସ  କରିବାକୁ ପଡେ ଲୋକମାନେ ପ୍ରାୟତ ଭାବନ୍ତି ଯେ ଉଚ୍ଚ ତାପମାତ୍ରା ଏଥିପାଇଁ ଭଲ କାମ କରେ, କିନ୍ତୁ ଏହା ପ୍ରକୃତରେ ସତ୍ୟ ନୁହେଁ ।

ବିଶେଷଜ୍ଞ ମାନଙ୍କ ଏକ  ଅଧ୍ୟୟନରୁ ଜଣାପଡିଛି ଯେ ଥଣ୍ଡା ଋତୁରେ ଓଜନ ହ୍ରାସ କରିବା ସହ ହୋଇଥାଏ। କାରଣ ଥଣ୍ଡା ପରିବେଶରେ ବ୍ୟାୟାମ କରିବା ଦ୍ୱାରା ଶରୀରର ବିଭିନ୍ନ ତାପମାତ୍ରା ସହିତ ଖାପ ଖାଇବା କ୍ଷମତା ବଢିଯାଏ। ଏହା ବ୍ୟତୀତ ଚର୍ବି ଜାଳିବା(ଝଡିବା) କ୍ଷମତା ବଢାଇବାରେ ମଧ୍ୟ ଏହା ସହାୟକ ହୁଏ । ଅର୍ଥାତ୍ ଭାରତରୁ ଅକ୍ଟୋବରରୁ ଫେବୃଆରୀ ପର୍ଯ୍ୟନ୍ତ ଋତୁ ଓଜନ ହ୍ରାସ ପାଇଁ ସବୁଠାରୁ ଅନୁକୂଳ ବୋଲି ବିବେଚନା କରାଯାଇପାରେ।

ଏଥି ସହିତ ଓଜନ ହ୍ରାସ ପାଇଁ ସକାଳେ ଶୀଘ୍ର ଉଠି ନିୟମିତ ବ୍ୟାୟାମ କରିବା ଉଚିତ।ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ।ଏହା ଦ୍ୱାରା ମେଟାବୋଲିଜିୟମ ମଧ୍ୟ ସଠିକ ରହିଥାଏ। ମୋଟାପଣ ଦୂର ପାଇଁ ନିୟମିତ ସକାଳେ ବ୍ୟାୟାମ କରନ୍ତୁ।  ସକାଳର ଜଳଖିଆ ସ୍ୱାସ୍ଥ୍ୟକର ହେବା ଉଚିତ। ଅତି କମ ଖାଇବା ଉଚିତ ନୁହେଁ। ଅତି କମ ପରିମାଣରେ ଖାଇବା ଦ୍ୱାରା ମୋଟାପଣ, ରକ୍ତରେ ଶର୍କରା, ରକ୍ତଚାପ ବୃଦ୍ଧି ପାଇଥାଏ। ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ହ୍ରାସ ପାଇଥାଏ। ସଠିକ ପରିମାଣରେ ସ୍ୱାସ୍ଥ୍ୟକର ଜଳଖିଆ ଖାଆନ୍ତୁ।
ଭୋଜନରେ ସେହି ସମସ୍ତ ଖାଦ୍ୟକୁ ସାମିଲ କରନ୍ତୁ ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଫାଇବର ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ।ଫାଇବର ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପେଟ ଅଧିକ ସମୟ ପାଇଁ ଭର୍ତି ହୋଇ ରହିଥାଏ। ଯାହା ଦ୍ୱାରା ଆପଣଙ୍କୁ ବାରମ୍ବାର ଭୋକ ହୋଇନଥାଏ ଓ ଓଜନ ମଧ୍ୟ ନିୟନ୍ତ୍ରଣ ହୋଇ ରହିଥାଏ। ବିଶେଷଜ୍ଞଙ୍କ ମତରେ କଫିର ସେବନ କରିବା ଦ୍ୱାରା ମେଟାବୋଲିଜିୟମ ସଠିକ ରହିଥାଏ। ଏହା ଦ୍ୱାରା ମାନସିକ ଦୁଶ୍ଚିତା ଦୂର ହୋଇଥାଏ। ମାତ୍ର ଅଧିକ ମାତ୍ରାରେ ଏହାର ସେବନ କରନ୍ତୁ ନାହିଁ। ଦିନକୁ ଥରେ କିମ୍ବା ୨ଥର ଏହାକୁ ସେବନ କରିପାରିବେ।

18 Oct 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp