ଏସିଡିଟିର ଘରୋଇ ଉପଚାର

The Sakala Picture
Published On

ଏସିଡିଟି ହେଲେ ମୁଣ୍ଡ ବିନ୍ଧା, ପେଟ ବିନ୍ଧା ଓ ପେଟ ଫୁଲିବା ଭଲି ଲକ୍ଷଣ ଦେଖାଯାଏ। ଏଥୁରୁ ରକ୍ଷା ପାଇବା ପାଇଁ ଅନେକ ଏଲୋପାଥିକ୍‌ ଔଷଧ ଥିଲେ ମଧ୍ୟ ଘରୋଇ ଉପଚାର ଦ୍ବାରା ମଧ୍ୟ ଏହା ଠିକ୍‌ ହୋଇପାରିବ। ଯଦି ଏହାର ଠିକ୍‌ରେ ଯତ୍ନ ନ ନେବା ବେଳେ ବେଳେ ଏସିଡିଟି ମଧ୍ୟ ମୃତ୍ୟୁର କାରଣ ହୋଇ ଥାଏ । ଏଲୋପାଥିକ ମେଡ଼ିସିନ ଅସ୍ଥାୟୀ ସମାଧାନ ଅଟେ, ଆମେ ଘରୋଇ ଉପଚାରରେ ଏସିଡିଟି ଏବଂ ଗ୍ୟାସ୍‌କୁ ସମ୍ପୂର୍ଣ […]

ଏସିଡିଟି ହେଲେ ମୁଣ୍ଡ ବିନ୍ଧା, ପେଟ ବିନ୍ଧା ଓ ପେଟ ଫୁଲିବା ଭଲି ଲକ୍ଷଣ ଦେଖାଯାଏ। ଏଥୁରୁ ରକ୍ଷା ପାଇବା ପାଇଁ ଅନେକ ଏଲୋପାଥିକ୍‌ ଔଷଧ ଥିଲେ ମଧ୍ୟ ଘରୋଇ ଉପଚାର ଦ୍ବାରା ମଧ୍ୟ ଏହା ଠିକ୍‌ ହୋଇପାରିବ। ଯଦି ଏହାର ଠିକ୍‌ରେ ଯତ୍ନ ନ ନେବା ବେଳେ ବେଳେ ଏସିଡିଟି ମଧ୍ୟ ମୃତ୍ୟୁର କାରଣ ହୋଇ ଥାଏ । ଏଲୋପାଥିକ ମେଡ଼ିସିନ ଅସ୍ଥାୟୀ ସମାଧାନ ଅଟେ, ଆମେ ଘରୋଇ ଉପଚାରରେ ଏସିଡିଟି ଏବଂ ଗ୍ୟାସ୍‌କୁ ସମ୍ପୂର୍ଣ ଭାବେ ଉପଚାର କରି ପାରିବା ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

ହେଙ୍ଗୁକୁ ଭାଜି ଗରମ ପାଣିରେ କଳା ଲୁଣ ପକାଇ ପିଇଲେ ଏସିଡିଟିରୁ ମୁକ୍ତି ମଳେ।

ଜୁଆଣିକୁ ପାଣିରେ ଫୁଟାନ୍ତୁ। ଏହି ଫୁଟା ପାଣିକୁ ପିଇବା ଦ୍ବାରା ଏଥିରୁ ଉପଶମ ମିଳିଥାଏ।

ଏସିଡିଟି ହୋଇଥିଲେ ଉଷୁମ କ୍ଷୀର ସହ ଗୋଲମରିଚ ଗୁଣ୍ଡ ପକାଇ ପିଇପାରିବେ।

ସକାଳୁ ଗାଧୋଇ ୪ ରୁ ୫ ଟି ତୁଳସୀ ପତ୍ରକୁ ଚୋବାଇ ପାଣି ପିଅନ୍ତୁ। ଏସିଡିଟି ପାଇଁ ଏହା ରାମବାଣ ସଦୃଶ।

ଅଁଳା ଏସିଡିଟି ପାଇଁ ବହୁତ ଭଲ। ଯଦି ଆପଣଙ୍କର ଏସିଡିଟି ସବୁଦିନ ହେଉଛି ତା’ହେଲେ ପ୍ରତିଦିନ କିଛି କଞ୍ଚା ଅଁଳା ଖାଆନ୍ତୁ।

କିଛି ପରିମଣର ଜିରାକୁ ବାଟି ଗୁଣ୍ଡ କରନ୍ତୁ ଏବଂ ଏହାକୁ କଳା ଲୁଣ ସହ ମିଶାଇ ଖାଇଲେ ଏସିଡିଟିରୁ ଉପଶମ ମିଳେ।

ସବୁଦିନ ଖାଦ୍ୟରେ ପୁଦିନା ପତ୍ର ସାମିଲ କଲେ ଏସିଟିଡି ସମସ୍ୟା ଦୂର ହୋଇଥାଏ।

ଅଦାକୁ ଦେଶୀ ଗୁଆଘିଅରେ ଭାଜିକି ଖାଇବା ଦ୍ବାରା ଏସିଡିଟି ଭଲ ହୋଇଥାଏ।ମେଥି ଓ ଗୁଡ଼କୁ ପାଣିରେ କିଛି ସମୟ ଫୁଟେଇ ଦିଅନ୍ତୁ। ଏହି ପାଣିକୁ ଛାଣି ପିଇବା ଦ୍ବାରା ଏସିଡିଟିରୁ ତୁରନ୍ତ ମୁକ୍ତି ମିଳେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp