ଏକ୍ସ-ୱାଇଫ୍ ସୀମା ସଜଦେହଙ୍କୁ ଦେଖି ଛାଡ଼ପତ୍ର ପାଇଁ ନିଜକୁ ଦାୟୀ କଲେ ସୋହେଲ୍ ଖାନ୍: କହିଲେ 'ଯଦି କିଛି ଭୁଲ୍ ହୋଇଥାଏ...'

Suryakanta Picture
Published On

ବଲିଉଡ ଅଭିନେତା ତଥା ନିର୍ମାତା ସୋହେଲ୍ ଖାନ୍ ନିକଟରେ ତାଙ୍କ ଏକ୍ସ-ୱାଇଫ୍ (ପୂର୍ବତନ ପତ୍ନୀ) ସୀମା ସଜଦେହଙ୍କୁ ଏକ ରିଆଲିଟି ସୋ'ରେ ଦେଖି ଭାବପ୍ରବଣ ହୋଇପଡ଼ିଛନ୍ତି। ଆମାଜନ୍ ପ୍ରାଇମ୍ ଭିଡିଓର ରିଆଲିଟି ସୋ' 'ଆଲାଏନ୍ସ (Alliance)'ରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି। ଏହି ସୋ'ର ଏକ ଏପିସୋଡ୍‌ରେ ନିଜ ଛାଡ଼ପତ୍ରକୁ ନେଇ ସୋହେଲ ଏକ ବଡ଼ ବୟାନ ଦେଇଛନ୍ତି, ଯାହା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଏହି ସୋ'କୁ ଅଭିନେତା କୁଣାଲ ଖେମୁ ହୋଷ୍ଟ କରୁଥିବା ବେଳେ ଏଥିରେ ସୋହେଲ୍ ଖାନ୍ ଏବଂ ସୀମା ସଜଦେହ ଉଭୟ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବରେ ପ୍ରବେଶ କରିଛନ୍ତି। ସୋ'ର ଏକ ପ୍ରୋମୋରେ କୁଣାଲ୍ ସୋହେଲଙ୍କୁ ସୀମାଙ୍କୁ ଘରେ ଦେଖିବା ପରେ ତାଙ୍କର ପ୍ରତିକ୍ରିୟା ପଚାରିଥିଲେ। ଏହାର ଉତ୍ତରରେ ସୋହେଲ୍ କହିଥିଲେ, "ବହୁତ ଭଲ ଲାଗୁଛି। ମୁଁ ଏହି ସୁନ୍ଦରୀ ମହିଳାଙ୍କ ସହ ୨୫ ବର୍ଷ ବିତାଇଛି ଏବଂ ଆଜି ଜାତୀୟ ଟେଲିଭିଜନରେ ମୁଁ ଏହା ସ୍ୱୀକାର କରୁଛି ଯେ ଯଦି ଆମ ଭିତରେ କିଛି ଭୁଲ୍ ହୋଇଥାଏ, ତେବେ ଏହାର ଦାୟିତ୍ୱ ମୁଁ ନେଉଛି (ଅଗର୍ କୋଇ ଭି ଗଲତି ହୁଇ ହୋଗି ହମାରେ ବିଚ୍ ମେଁ, ଆଇ ଟେକ୍ ଦି ରେସପନ୍ସିବିଲିଟି)।" ସୋହେଲଙ୍କ ଏହି କଥା ଶୁଣି ସୀମା 'ଆୱ୍ (Aww)' କହିଥିଲେ ଏବଂ ଅନ୍ୟ ପ୍ରତିଯୋଗୀମାନେ ଖୁସିରେ ତାଳି ମାରିଥିଲେ।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ସୋ' ପୂର୍ବରୁ ସୀମାଙ୍କୁ ଉପଦେଶ ଦେଇଥିଲେ ସୋହେଲ୍

ସୂଚନାଯୋଗ୍ୟ ଯେ, ଏହି ସୋ'ରେ ପ୍ରବେଶ କରିବା ପୂର୍ବରୁ ସୀମା ଏକ ସାକ୍ଷାତକାରରେ କହିଥିଲେ ଯେ ସେମାନେ ଉଭୟେ ସୋ' ବିଷୟରେ କଥା ହୋଇଥିଲେ। ସୋହେଲ୍ ତାଙ୍କୁ ଉପଦେଶ ଦେଇ କହିଥିଲେ ଯେ, ସୋ' ଭିତରେ କାହା କଥାରେ ନପଡ଼ିବାକୁ କିମ୍ବା କାହାଠାରୁ ନଡରିବାକୁ। ଏହାର ଉତ୍ତରରେ ସୀମା ମଧ୍ୟ କହିଥିଲେ ଯେ, "ତୁମେ ତ ସେଠାରେ ଅଛ।" ଏହି କଥାବାର୍ତ୍ତାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଅଲଗା ହେବା ପରେ ବି ଉଭୟଙ୍କ ମଧ୍ୟରେ ଏବେ ମଧ୍ୟ ଏକ ସୁନ୍ଦର ବନ୍ଧୁତା ରହିଛି।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

ଦୀର୍ଘ ୨୫ ବର୍ଷର ସମ୍ପର୍କ ଏବଂ ଛାଡ଼ପତ୍ର

ସୋହେଲ୍ ଖାନ୍ ଏବଂ ସୀମା ସଜଦେହ ଦୀର୍ଘ ଦୁଇ ଦଶନ୍ଧି ଧରି ବିବାହ ବନ୍ଧନରେ ଆବଦ୍ଧ ଥିଲେ। ତେବେ ବ୍ୟକ୍ତିଗତ କାରଣରୁ ଉଭୟ ୨୦୨୨ ମସିହାରେ ଆଇନଗତ ଭାବେ ପରସ୍ପରଠାରୁ ଅଲଗା ହୋଇଥିଲେ। ଛାଡ଼ପତ୍ର ପରେ ବି ସେମାନେ ନିଜର ଦୁଇ ପୁଅ ନିର୍ବାଣ ଏବଂ ଯୋହାନଙ୍କ ଲାଳନପାଳନ ଏକାଠି କରୁଛନ୍ତି। ବର୍ତ୍ତମାନ ଏହି ରିଆଲିଟି ସୋ' ମାଧ୍ୟମରେ ଉଭୟଙ୍କ ପାରସ୍ପରିକ ସମ୍ମାନ ଏବଂ ସ୍ନେହ ପୁଣିଥରେ ଦର୍ଶକଙ୍କ ସାମ୍ନାକୁ ଆସିଛି, ଯାହାକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp